ବଡ଼ ମେଡିକାଲରେ ନିଆଁ ପରଠୁ ରାଜ୍ୟ ବିଧାନସଭାରେ ଅଚଳାବସ୍ଥା ଲାଗିରହିଥିବା ବେଳେ ଆଜି ରୁକୁଣା ରଥଯାତ୍ରା ପାଇଁ ବିଧାନସଭାକୁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।
ଶନିବାର ଯାଏଁ ବିଧାନସଭାକୁ ମୁଲତବୀ ନେଇ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।
ଗୁରୁବାର ଆରମ୍ଭ ହୋଇଥିଲା ବଜେଟ ଅଧିବେଶନର କାର୍ଯ୍ୟଦିବସ । ହେଲେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଲାଗି ପ୍ରଥମେ ବିଧାନସଭାକୁ ସାଢେ ୧୧ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ହେଲେ ଥମିନଥିଲା ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ।
ଏପିରିକି କକ୍ଷତ୍ୟାଗ ମଧ୍ୟ କରିଥିଲେ ବିରୋଧୀ ସଦସ୍ୟ । ଏସବୁ ବିରୋଧ ପ୍ରଦର୍ଶନ ମଧ୍ୟରେ ବାଚସ୍ପତି ବିଧାନସଭାକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଗୁରୁବାର (ଆଜି) ରୁକୁଣା ରଥଯାତ୍ରା ପାଇଁ ଅଧାରୁ ବିଧାନସଭା ବନ୍ଦ ହୋଇଥିବା ବେଳେ ଶୁକ୍ରବାର ରାମନବମୀ ପାଇଁ ବନ୍ଦ ରହିବ ।
ସେହିପରି ୨୮ ତାରିଖରେ ମାସର ଶେଷ ଶନିବାର ହୋଇଥିବାରୁ ବନ୍ଦ ରହିବ ବିଧାନସଭା କାର୍ଯ୍ୟଦିବସ । ଏହାପରେ ପଡ଼ୁଛି ରବିବାର । ସର୍ବମୋଟ ତିନି ଦିନ ବନ୍ଦ ରହିବ ବିଧାନସଭା ।











