ଆଜି ଆସମରେ ନୂଆ ସରକାରର ଶପଥ ଗ୍ରହଣ ଅନୁଷ୍ଠିତ ହୋଇଛି। ହିମନ୍ତ ବିଶ୍ୱ ଶର୍ମା ଲଗାତାର ଦ୍ୱିତୀୟଥର ପାଇଁ ଅଆସମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସକାଳ ୧୧.୪୦ରେ ସେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଥିଲେ।
ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଚାରିଜଣ ବିଧାୟକ ମଧ୍ୟ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ଅନୁଷ୍ଠାନ ଗୁୱାହାଟିର Veterinary College Ground ଠାରେ ଆୟୋଜିତ ହୋଇଥିଲା। ଏହି ଅବସରରେ ନରେନ୍ଦ୍ର ମୋଦୀ, ଅମିତ୍ସ ଶାହଙ୍କ ସହ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ।
ଏହି ଚାରିଜଣ ନେଲେ ମନ୍ତ୍ରୀ ପଦର ଶପଥ
ହିମନ୍ତ ବିଶ୍ୱ ଶର୍ମା କହିଥିଲେ ଯେ ତାଙ୍କ ସହଯୋଗୀ – ରାମେଶ୍ୱର ତେଲି, ଅତୁଲ ବୋରା, ଚରଣ ବୋରୋ ଏବଂ ଅଜନ୍ତା ନିୟୋଗ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। ଅତୁଲ ବୋରା ଆସମ ଗଣ ପରିଷଦ (AGP)ର ଅଧ୍ୟକ୍ଷ ଅଟନ୍ତି। ଚରଣ ବୋରୋ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ (BPF)ର ବିଧାୟକ ଅଟନ୍ତି। ଏହି ଦୁଇଜଣ ପୂର୍ବତନ ଏନଡିଏ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ। ଅଜନ୍ତା ନିଓଗ ମଧ୍ୟ ପୂର୍ବ ସରକାରରେ ମନ୍ତ୍ରୀ ଭାବେ କାମ କରିଥିଲେ। ରାମେଶ୍ୱର ତେଲୀ ପୂର୍ବତନ କେନ୍ଦ୍ର ରାଜ୍ୟମନ୍ତ୍ରୀ ଥିଲେ। 2026 ନିର୍ବାଚନରେ ସେ ପୁଣିଥରେ ରାଜ୍ୟ ରାଜନୀତିକୁ ଫେରିଆସିଛନ୍ତି।
ସେହିପରି, ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ରଞ୍ଜିତ ଦାସଙ୍କୁ ଆସମ ବିଧାନସଭାର ସ୍ପିକର ପଦ ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥୀ କରାଯିବ। ସେ କହିଛନ୍ତି ଯେ ସମସ୍ତେ ମିଶି ଏକ ଶକ୍ତିଶାଳୀ, ବିକଶିତ ଏବଂ ସମୃଦ୍ଧ ଆସମ ଗଠନ ପାଇଁ କାମ କରିବେ।
