• Latest
  • Trending
ବିଜେଡିରେ ଗୋଷ୍ଠୀକନ୍ଦଳ ବଢ଼ୁଛି : ଭୁବନେଶ୍ବରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ବିଜେଡିରେ ଗୋଷ୍ଠୀକନ୍ଦଳ ବଢ଼ୁଛି : ଭୁବନେଶ୍ବରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

July 4, 2024

ଜୁଲାଇ ୭ରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

July 5, 2025
କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ

କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ

July 3, 2025
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଅଧିକ ଭକ୍ତ

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଅଧିକ ଭକ୍ତ

July 1, 2025
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗର୍ଜିଲା କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗର୍ଜିଲା କଂଗ୍ରେସ

June 30, 2025
ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ

ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ

June 30, 2025
ବଦଳିଲେ ଏସପି, ଜିଲ୍ଲାପାଳ

ବଦଳିଲେ ଏସପି, ଜିଲ୍ଲାପାଳ

June 30, 2025
ଭୁବନେଶ୍ବର ମହାନଗର ନିଗମ ଅଫିସରେ ଅଧିକାରୀଙ୍କୁ ମାଡ଼ ; ଧାରଣାରେ ବସିଲେ କର୍ମଚାରୀ

ଭୁବନେଶ୍ବର ମହାନଗର ନିଗମ ଅଫିସରେ ଅଧିକାରୀଙ୍କୁ ମାଡ଼ ; ଧାରଣାରେ ବସିଲେ କର୍ମଚାରୀ

June 30, 2025
ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

June 25, 2025
ମହାକାଶଯାତ୍ରାରେ ଶୁଭାଂଶୁ ଶୁକ୍ଲା

ମହାକାଶଯାତ୍ରାରେ ଶୁଭାଂଶୁ ଶୁକ୍ଲା

June 25, 2025
ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

June 24, 2025
  • About
  • Careers
  • Contact Us
Saturday, July 5, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଭିଡ଼ିଓ

ବିଜେଡିରେ ଗୋଷ୍ଠୀକନ୍ଦଳ ବଢ଼ୁଛି : ଭୁବନେଶ୍ବରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ବିଏମସି ବିଜେଡି କର୍ପୋରେଟରଙ୍କ ପାଇଁ କଟକଣା ଜାରି

by M M
July 4, 2024
in ଭିଡ଼ିଓ, ମୁଖ୍ୟ ଖବର, ରାଜନୀତି
0
ବିଜେଡିରେ ଗୋଷ୍ଠୀକନ୍ଦଳ ବଢ଼ୁଛି : ଭୁବନେଶ୍ବରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ବର: କ୍ଷମତା ଚାଲିଯିବା ପରେ ବିଜେଡିରେ ଏବେ କିଛି ଠିକ ଠାକ ଚାଲିନାହିଁ । ଦଳରେ ବିଭିନ୍ନ ଗୋଷ୍ଠୀ ଅନ୍ୟ ପ୍ରତି ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ସ୍ଥିତି ଏଭଳି ହୋଇଛି ଯେ  ବିଜେଡି କର୍ପୋରେଟରଙ୍କ ପାଇଁ କଡ଼ା କଟକଣା ଜାରି ହୋଇଛି। ଭୁବନେଶ୍ବର ବିଜେଡି ସଭାପତି ଏହି କଟକଣା ଜାରି କରିଛନ୍ତି। ଭୁବନେଶ୍ବର ଉତ୍ତର ବିଜେଡି ବିଧାୟକ ସୁଶାନ୍ତ ରାଉତ ସଭାପତି ଥିବାବେଳେ ତାଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ବିନା ଅନୁମତିରେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି। ଦଳୀୟ ନିର୍ଦ୍ଦେଶ ନେଇ କେହି ମୁହଁ ଖୋଲି ପାରିବେ ନାହିଁ ବୋଲି କଡ଼ା କଟକଣା ଜାରି କରାଯାଇଛି। ବିଏମସି କର୍ପୋରେଟର ଅଲଗା ଅଲଗା ବୈଠକ ପରେ ଭୁବନେଶ୍ବର ବିଜେଡି ଭାଙ୍ଗିଯିବା ନେଇ ଚର୍ଚ୍ଚା ବଢ଼ିଥିବାବେଳେ ଗଣମାଧ୍ୟମରେ କର୍ପୋରେଟର ପ୍ରତିକ୍ରିୟା ରଖିବା ନେଇ ଅଙ୍କୁଶ ଲଗାଇଛନ୍ତି ଜିଲ୍ଲା ସଭାପତି।

ଭୁବନେଶ୍ୱର ବିଜେଡିରେ ଗୋଷ୍ଠୀକନ୍ଦଳ ନିର୍ବାଚନ ପୂର୍ବରୁ ଲାଗିରହିଛି । ଯାହା  ଏବେ ଚାରିଆଡେ ଚର୍ଚା ଚାଲିଛି ।  ବରିଷ୍ଠ କର୍ପୋରେଟର ଅମରେଶ (ବାଇଁଆ) ଜେନା ଯାହା କହିଛନ୍ତି ତାହା ଦଳ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିଛି ।  ଗତକାଲି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଲକ୍ଷ୍ୟ କରି ବିଭୀଷଣ କହିବାକୁ ଦଳ ସହଜରେ ଗ୍ରହଣ କରିନାହିଁ । ଏହା ସହ ଅନ୍ୟତମ ବରିଷ୍ଠ କର୍ପୋରେଟର ବିରଞ୍ଚି (ଲିଟୁ) ମହାସୁପକାର ଏକାମ୍ରରେ ଏହି ପରାଜୟ ପାଇଁ ବିଧାୟକ ଅଶୋକ ପଣ୍ଡା ଏବଂ ମଧ୍ୟ ବିଧାୟକ ଅନନ୍ତ ନାରାୟଣ(ବୁନୁ)ଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ସେ ନାଁ ନ ନେଇ ସେ କହିଛନ୍ତି ଯେ ଜଣେ ହାରିଥିବା ଓ ଜିତିଥିବା ବିଧାୟକ ଏଠି ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି । ଦଳ ଭିତରେ ଗୋଷ୍ଠୀ ତିଆରି କରୁଛନ୍ତି । ଯାହାର ପ୍ରଭାର ଗତ ନିର୍ବାଚନରେ ଦେଖିବାକୁ ମିଳିଛି । କହିବାକୁ ଗଲେ ଅନନ୍ତ ମାତ୍ର 36 ଖଣ୍ଟ ଭୋଟରେ ବିଜୟୀ ହୋଇଛନ୍ତି ଆଉ ଅଶୋକ ପରାଜୟ ହୋଇଛନ୍ତି । ଭୁବନେଶ୍ବରରେ ଦଳର ଏପରି ପରାଜୟକୁ ନେଇ ବିଜେଡି ଦୁର୍ଗ ଭୁଷୁଡି ପଡ଼ିଛି ।

ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ଘରେ ବସିଥିବା ବୈଠକରେ ଦଳର ବିପର୍ଯ୍ୟୟ ନେଇ ଆଲୋଚନା ହୋଇଛି । ଏଥିରେ ଯୋଗଦେଇଥିବା ବାଇଁଆ ପରେ କହିଥିଲେ ଦଳରେ ବିଭୀଷଣ ଅଛନ୍ତି । କିଛି ନେତା ଦଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ତାଙ୍କୁ ତାହା କରିବାକୁ ଦିଆଯିବ ନାହିଁ । ବାଇଁଆଙ୍କର ଏହି ମନ୍ତବ୍ୟ ଅଶୋକ ପଣ୍ଡାଙ୍କ ପ୍ରତି ଉଦ୍ଦିଷ୍ଟ ଥିବା ଜଣାପଡ଼ିଥିଲା । ଯାହାକୁ ନେଇ କେବଳ ଦଳରେ ନୁହେଁ ଦଳ ବାହାରେ ଏହା ଚାରିଆଡେ ଆଲୋଚନା ହୋଇଥିଲା ।  ବିଜେଡିର ୨୨ ଜଣ କର୍ପୋରେଟର ରାଜମହଲଛକସ୍ଥିତ ଆର୍ଯ୍ୟ ପ୍ୟାଲେସ୍ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ କରି ବାଇଁଆଙ୍କୁ କଡ଼ା ଜବାବ ଦେଇଥିଲେ । ଭୁବନେଶ୍ୱରରେ ବିଜେଡିର ଗୋଷ୍ଠୀ କନ୍ଦଳ ଜଟିଳ ହେଉଥିଲା ବେଳେ ହାଇକମାଣ୍ଡ ଚୁପ୍ ରହିବା ସମସ୍ତଙ୍କୁ ବିସ୍ମିତ କରିଛି  ।  ଭୁବନେଶ୍ୱର ବିଜେଡିର ଗୋଷ୍ଠୀ କନ୍ଦଳରେ ଖୋଦ୍ ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଭୂମିକାକୁ ନେଇ ଅନେକ ବିଜେଡି ନେତା ପ୍ରଶ୍ନ ଉଠାଇଛନ୍ତି ।  ଗୋଟେ କାନ୍ଧରେ ସେ ଅଶୋକ-ଅନନ୍ତଙ୍କୁ ବସାଇଥିବା ବେଳେ ଆର କାନ୍ଧରେ ବାଇଁଆ-ଲିଟୁଙ୍କୁ ବସାଇବାକୁ ଚେଷ୍ଟା କରିଛନ୍ତି ବୋଲି କିଛି ନେତା କହୁଛନ୍ତି । ଉଭୟ ପକ୍ଷ ମଧ୍ୟରେ ମିଳାମିଶା ଏବଂ ଦଳକୁ ସଂଗଠିତ କରିବାରେ ତାଙ୍କର ଉଦ୍ୟମ କି ଆନ୍ତରିକତା ନାହିଁ । ଓଲଟି ଉଭୟ ପକ୍ଷକୁ ଟିହାଉଛନ୍ତି ।

 

Tags: newsroomodishapolitics
Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

January 12, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଜୁଲାଇ ୭ରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

July 5, 2025
କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ

କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ

July 3, 2025
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଅଧିକ ଭକ୍ତ

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଅଧିକ ଭକ୍ତ

July 1, 2025

Weather

Bhubaneswar
July 5, 2025, 5:36 pm
 

SSW
Overcast
26°C
1.2 m/s
Apparent: 33°C
Pressure: 1002 mb
Humidity: 96%
Winds: 1.2 m/s SSW
Windgusts: 9 m/s
UV-Index: 0
Precip.: 22.9mm /98% / Rain
Sunrise: 5:11 am
Sunset: 6:30 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom