• Latest
  • Trending
ଚଳିତ ବଜେଟ୍‌ରେ ବିକାଶକୁ ମୁଖ୍ୟ ଆଧାର କରାଯାଇଛି : ମନମୋହନ ସାମଲ

ଚଳିତ ବଜେଟ୍‌ରେ ବିକାଶକୁ ମୁଖ୍ୟ ଆଧାର କରାଯାଇଛି : ମନମୋହନ ସାମଲ

August 4, 2024

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଜାମିନ

August 6, 2025

ରିସେପ୍ସନ ଦେଲେ ପିନାକୀ-ମହୁଆ

August 6, 2025
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

August 3, 2025

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

July 10, 2025

ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି

July 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

July 10, 2025
  • About
  • Careers
  • Contact Us
Thursday, August 7, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଚଳିତ ବଜେଟ୍‌ରେ ବିକାଶକୁ ମୁଖ୍ୟ ଆଧାର କରାଯାଇଛି : ମନମୋହନ ସାମଲ

by M M
August 4, 2024
in ବଡ଼ ଖବର, ରାଜ୍ୟ
0
ଚଳିତ ବଜେଟ୍‌ରେ ବିକାଶକୁ ମୁଖ୍ୟ ଆଧାର କରାଯାଇଛି : ମନମୋହନ ସାମଲ
491
SHARES
1.4k
VIEWS
Share on FacebookShare on Twitter

ପାରଳାଖେମୁଣ୍ଡି : ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭଲ ପାଇବା ପାଇଁ ଏହା ସମ୍ଭବ ହୋଇପାରିଛି  ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ବିଜେପି ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଛି ତାହା ପୂରଣ କରିବାପାଇଁ ପ୍ରତିଶ୍ରୁତିବଦ୍ଧ । ବିକାଶକୁ ମୁଖ୍ୟ ଆଧାର କରି ଚଳିତ ଥର ଲୋକାଭିମୁଖୀ ବଜେଟ ପ୍ରସ୍ତୁତ କରାଯାଇଛି  । ଗଜପତି ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେପି ସରକାରର ପ୍ରଥମ କ୍ୟାବିନେଟ ନିଷ୍ପତିରେ ଶ୍ରୀ ମନ୍ଦିରର ଚାରି ଦ୍ୱାର ଖୋଲାଯିବା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ, ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ଏବଂ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଭଳି ଐତିହାସିକ ନିଷ୍ପତ୍ତି ନିଆଯାଇ ଚଳିତ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଛି । ଏଥି ସହ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ରତ୍ନଭଣ୍ଡାର ଖୋଲାଯାଇଛି । ନିର୍ବାଚନ ପୂର୍ବରୁ ସଂକଳ୍ପ ପତ୍ରରେ ଉଲ୍ଲେଖ ହୋଇଥିବା ସମସ୍ତ ପ୍ରତିଶୃତିକୁ ପାଳନ କରିବା ପାଇଁ ଚଳିତ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଛି । ଗତ ବର୍ଷ ତୁଳନାରେ ଚଳିତ ବଜେଟରେ ୧୫ ପ୍ରତିଶତ ବ୍ୟୟବରାଦ ବୃଦ୍ଧି କରାଯାଇଛି । ଗରିବ, ଯୁବକ, କୃଷକ ଓ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି । ୭୫ ବର୍ଷରେ ଯେଉଁ ମୌଳିକ ସମସ୍ୟା ସମାଧାନ ହୋଇପାରୁନଥିଲା ତାହାର ସମାଧାନ କରିବା ପାଇଁ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି । ଅଚଳ ପଡିଥିବା ଶୀତଳଭଣ୍ଡାରକୁ ସଚଳ କରାଯିବା ସହିତ ଆହୁରି ୫୮ଟି ନୂତନ ଶୀତଳ ଭଣ୍ଡାର ଖୋଲିବା ପାଇଁ ବଜେଟ୍‌ରେ ପ୍ରାବଧାନ ରହିଛି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱପ୍ନ ଦେଖିଛନ୍ତି । ତାହାକୁ ପୂରଣ କରିବା ପାଇଁ ରାଜ୍ୟରେ ବିଜେପି ସରକାର ଖାଦ୍ୟ ପ୍ରୋସେସିଂ ୟୁନିଟ୍ ତିଆରି କରାଯିବ । କୃଷିଭିତିକ ଶିଳ୍ପ ପ୍ରତିଷ୍ଠା କରାଯିବ । ଚାଷୀମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାରେ ସରକାର ସବୁପ୍ରକାର ସହାୟତା ଯୋଗାଇଦେବେ । ପିଡିଏସ୍ ସିଷ୍ଟମ୍ ଅଧିକ ମଜ୍‌ବୁତ କରାଯିବ । ଚାଷୀମାନେ ଯେପରି ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ପାଇପାରିବେ, ସେଥିପାଇଁ ବ୍ୟବସ୍ଥା କରାଯିବ । ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ । ଓଡ଼ିଶାରେ ୧୭ ଭାଗ ଜଳସେଚିତ ଜମି ଅଛି ତାହାକୁ ୧୦୦ ପ୍ରତିଶତ କରିବା ପାଇଁ ସ୍ଥିର କରାଯାଇଛି । ପ୍ରଧାନମନ୍ତ୍ରୀ ଜଳସେଚନ ଯୋଜନାର ଅର୍ଥ ଓ ରାଜ୍ୟ ବଜେଟ୍‌ରେ ହୋଇଥିବା ଅର୍ଥକୁ ମିଶାଇ ଏଥିପାଇଁ ବ୍ୟବସ୍ଥା କରାଯିବ । ଜଳସେଚନ ପାଇଁ ଏକ ବଡ ପ୍ୟାକେଜ କରାଯିବ । ଏନେଇ ଚେକ୍ ଡ୍ୟାମଠାରୁ ଆରମ୍ଭ କରି ବୃହତ ଜଳସେଚନ ପ୍ରକଳ୍ପ ଆଦି ନିର୍ମାଣ କରାଯିବ । ଯେଉଁ ଚାଷୀମାନେ କିସାନ ସମ୍ମାନ ଯୋଜନା ବଂଚିତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଏହି ଯୋଜନା ସହ ଯୋଡ଼ାଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ମା’ ଭଉଣୀମାନଙ୍କ ପାଇଁ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହୋଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୨୫ ଲକ୍ଷ ଲକ୍ଷପତି ଦିଦି କରିବା ପାଇଁ ଓଡ଼ିଶା ସରକାର ଲକ୍ଷ୍ୟ ରଖିଛନ୍ତି । ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତଭାବେ କାର୍ଯ୍ୟ କରୁଛନ୍ତି । ଯୁବକମାନଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ଏନେଇ ସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯିବା ସହ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକ ପୁରଣ କରାଯିବ । ପ୍ରତି କ୍ୟାଲେଣ୍ଡର ବର୍ଷରେ ୧ ଲକ୍ଷ ଚାକିରି ସୃଷ୍ଟି କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ପୂର୍ବ ସରକାର ଅମଳରେ ଖଣିଜ ସମ୍ପଦ ଶାଗ ମାଛ ଦରରେ ବିକ୍ରି ହେଉଥିଲା । ମାତ୍ର ବିଜେପି ସରକାରରେ ସେପରି ହେବନାହିଁ । ଶିଳ୍ପ ପ୍ରତିଷ୍ଠା ଉପରେ ଆମ ସରକାର ଅଧିକ ଗୁରୁତ୍ୱ ଦେଉଛି । ଯେଉଁମାନେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ସମସ୍ତ ପ୍ରକାର ଭିତିଭୂମି ସହ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏନେଇ ରାଉରକେଲାରୁ ଧାମରା କରିଡର ଓ ଅନୁଗୁଳ କଳିଙ୍ଗନଗର ଦେଇ ପାରାଦୀପ କରିଡର କରାଯିବ । ଫଳରେ ଯୁବକମାନେ ଅଧିକ କର୍ମସଂସ୍ଥାନ ପାଇପାରିବେ । ଏହାଦ୍ୱାରା୧ ଲକ୍ଷରୁ ଅଧିକ ଯୁବକ ନିଯୁକ୍ତି ପାଇପାରିବେ ।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଜାମିନ

August 6, 2025

ରିସେପ୍ସନ ଦେଲେ ପିନାକୀ-ମହୁଆ

August 6, 2025
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

August 3, 2025

Weather

Bhubaneswar
August 7, 2025, 10:34 pm
 

SW
Thunderstorm with light hail
27°C
1.2 m/s
Apparent: 35°C
Pressure: 1004 mb
Humidity: 94%
Winds: 1.2 m/s SW
Windgusts: 5.3 m/s
UV-Index: 0
Precip.: 20.3mm /88% / Rain
Sunrise: 5:24 am
Sunset: 6:20 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom