• Latest
  • Trending

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତୀୟ ହକି

Aug-08-2024 08:05 PM IST
odisha.newsroom.in

ପୁଡୁଚେରୀ ନିର୍ବାଚନ ଫଳାଫଳ: ପୁଣି ଥରେ କ୍ଷମତା ଆଡ଼କୁ ବିଜେପି ମେଣ୍ଟ, ପଛରେ ପଡ଼ିଲା କଂଗ୍ରେସ

May-04-2026 12:42 PM IST
odisha.newsroom.in

ତାମିଲନାଡୁରେ’TVK’ ମ୍ୟାଜିକ୍: ବିଜୟଙ୍କ ଘର ଆଗରେ ପୋଲିସ୍ ଛାଉଣୀ କାହିଁକି ?

May-04-2026 12:18 PM IST
odisha.newsroom.in

କେରଳରେ ବଡ଼ ବିଜୟ ଆଡ଼କୁ UDF…LDF କର୍ମୀଙ୍କ ମଧ୍ୟରେ ନିରାଶା…

May-04-2026 11:58 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କ ଦବଦବା…ଛତ୍ରଭଙ୍ଗ ଦେଲେଣି DMK କର୍ମୀ

May-04-2026 11:20 AM IST
odisha.newsroom.in

ବେଙ୍ଗଲରେ ବିଜେପି ଆଗରେ, ତାମିଲନାଡୁରେ ବିଜୟଙ୍କ TVK ର କମାଲ

May-04-2026 10:37 AM IST
odisha.newsroom.in

ପ୍ରାରମ୍ଭିକ ଟ୍ରେଣ୍ଡରେ ମମତାଙ୍କୁ ପଛରେ ପକାଇଲେ ଶୁଭେନ୍ଦୁ ଅଧିକାରୀ

May-04-2026 09:54 AM IST
odisha.newsroom.in

ସାନି ମତଦାନ ବେଳେ ବେଙ୍ଗଲରେ ଭୟଙ୍କର ହିଂସା…TMC – BJP କର୍ମୀ ହାତାହାତି

May-02-2026 05:59 PM IST
odisha.newsroom.in

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ …ଜାଣିବାକୁ ଏହି Link ରେ କ୍ଲିକ କରନ୍ତୁ…

May-02-2026 04:27 PM IST
odisha.newsroom.in

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟ୍‌କା…ଆବେଦନ ଖାରଜ…

May-02-2026 03:51 PM IST
odisha.newsroom.in

ଆପଣଙ୍କ ମୋବାଇଲକୁ ଆସିଲା କି ଏମର୍ଜେନ୍ସି ଆଲର୍ଟ ? ଭୟଭୀତ ହୁଅନ୍ତୁନି…

May-02-2026 12:44 PM IST
  • About
  • Careers
  • Contact Us
Monday, May 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତୀୟ ହକି

by M M
Aug-08-2024 08:05 PM IST
in ଖେଳ
0
491
SHARES
1.4k
VIEWS
Share on FacebookShare on Twitter

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି । ପୁରୁଷ ହକିରେ ଭାରତ ସ୍ପେନକୁ ୨-୧ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି । ଏହା ସହିତ ଲଗାତାର ୨ୟ ଥର ପାଇଁ ଭାରତ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଛି । ଆଜି ଖେଳାଯାଇଥିବା ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ପୁରା ମ୍ୟାଚରେ ଭାରତ ଆଧିପତ୍ୟ ବିସ୍ତାର କରିଥିଲା ।  ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି ଭାରତୀୟ ପୁରୁଷ ହକି ଦଳ। ୧୯୬୮ ଓ ୧୯୭୨ ରେ ଭାରତ ବ୍ରୋଞ୍ଜ ଜିତିଥିଲା। ଏବେ ଟୋକିଓ(୨୦୨୦) ଓ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି। ଆଜି ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଭାରତୀୟ ହକି ଟିମ ସ୍ପେନକୁ ରୋମାଞ୍ଚକର ଢଙ୍ଗରେ ୨-୧ରେ ହରାଇଛି । ପ୍ରଥମେ  ସ୍ପେନ ପ୍ରଥମ ଏକ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା । ସ୍ପେନ ପକ୍ଷରୁ ମିରାଲେସ  ପେନାଲ୍ଟି ଷ୍ଟ୍ରୋକକୁ ଗୋଲରେ ପରିବର୍ତ୍ତନ କରିଥିଲେ । ଦ୍ୱିତୀୟ କ୍ବାଟରରେ ହରମନପ୍ରୀତ ସ୍ପେନ୍ ବିପକ୍ଷରେ ୧-୧ ଗୋଲ୍ ରେ ବରାବର କରିଥିଲେ ।  ତୃତୀୟ କ୍ବାର୍ଟରରେ କଡ଼ା ସଂଘର୍ଷ ହୋଇଥିଲା ଖେଳ ।  ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହି ସୁଯୋଗରେ ଭାରତର ଅଧିନାୟକ ହରମନପ୍ରୀତ ଆଉ ଏକ ଗୋଲ ଦେଇ ୨-୧ରେ ଆଗୁଆ କରାଇଥିଲେ ।  ପ୍ରଥମ କ୍ବାଟରରେ ସ୍ପେନ ଭଲ ଖେଳିଥିବା ବେଳେ ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ କ୍ବାଟରରେ ଭାରତ ଭଲ ଖେଳିଥିଲା ।   ଭାରତ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ ଦେଇ ରେକର୍ଡ କରିଛନ୍ତି। ସ୍ପେନ ଆଜିର ମ୍ୟାଚ୍‌ରେ ଆଗୁଆ ରହିଥିଲେ ହେଁ ଶେଷରେ ବିନା ପଦକରେ ପ୍ୟାରିସରୁ ବିଦାୟ ନେଇଛି। ଭାରତ ଏହି ବିଜୟ ସହ ଭେଟରାନ ଗୋଲକିପର ପିଆର ଶ୍ରୀଜେଶଙ୍କୁ ବିଦାୟ ଜଣାଇଛି। ପିଆର ଶ୍ରୀଜେଶ ଅଲିମ୍ପିକ୍ସ ପରେ ବିଦାୟ ନେବେ ବୋଲି ଘୋଷଣା କରିଥିଲେ। ଏବେ ସେ ଅଲିମ୍ପିକ୍ସ ପଦକ ସହ ନିଜର ପ୍ରିୟ ଖେଳ ହକିକୁ ଅଲବିଦା କହିଛନ୍ତି। ଟୋକିଓରେ ମଧ୍ୟ ପିଆର ଶ୍ରୀଜେଶ ଭାରତର ଗୋଲକିପର ରହିଥିଲେ। ପିଆର ଶ୍ରୀଜେଶ ଗୋଲପୋଷ୍ଟ ଉପରେ ବସି ସେଲିବ୍ରେସନ କରିଛନ୍ତି। ତାଙ୍କୁ ଅଧିନାୟକ ହରମନପ୍ରୀତ ମଧ୍ୟ କାନ୍ଧରେ ବସାଇ ବୁଲାଇଛନ୍ତି।

Share196Tweet123
M M

M M

ଆଜିର ପାଗ

Bhubaneswar
May 4, 2026, 2:49 PM
 

S
Mainly clear
33°C
5.1 m/s
Apparent: 31°C
Pressure: 1007 mb
Humidity: 97%
Winds: 5.1 m/s S
Windgusts: 12 m/s
UV-Index: 0
Precip.: 0mm /35% / Rain
Sunrise: 5:15 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom