ବିଜେପି କାହାକୁ ରାଜ୍ୟସଭା ପଠାଇବ ତାକୁ ନେଇ ଚର୍ଚା ଚାଲିଛି । ଗତ ଜୁଲାଇ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ। ଖାଲିପଡ଼ିଥିବା ଓଡ଼ିଶାର ଏହି ପଦବୀ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ତେବେ ମମତା ଯିବେ ନା ତାଙ୍କ ସ୍ଥାନରେ ଦଳ ଆଉ କାହାକୁ ପଠାଇବ ତା ଉପରେ ସବୁଠି ଆଲୋଚନା ହେଉଛି । ପୂର୍ବରୁ ବିଜେପିର ବିଧାୟକ କମ ଥିବାରୁ ବିଜେପି କାହାକୁ ରାଜ୍ୟ ସଭା ପଠାଇ ପାରୁନଥିଲା । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ରାଜ୍ୟସଭା ଆସନ ବିଜେପି ଖାତାକୁ ଯିବ। କିଏ ରାଜ୍ୟସଭା ଯିବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ରାଜ୍ୟସଭା ସାଂସଦ ରେସରେ ସବୁଠାରୁ ଆଗରେ ରହିଛି ବିଜେପିରେ ସାମିଲ ହୋଇଥିବା ମମତା ମହାନ୍ତଙ୍କ ନାଁ। ଏଥିସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନାଁକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁକୁ ନେଇ ବି ମଧ୍ୟ କଳ୍ପନାଜଳ୍ପନା ଜାରି ରହିଛି।




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




