କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ସଂଜୟର ପଲିଗ୍ରାଫ ଟେଷ୍ଟ ହୋଇଥିଲା । ଏହି ସମୟରେ ସିବିଆଇ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଅନେକ ପ୍ରଶ୍ନ ଉପରୁ ପରଦା ହଟାଇଛି ସଂଜୟ। ଆଜି ପଲିଗ୍ରାଫ୍ ଟେଷ୍ଟ ସମୟରେ ଅପରାଧ ଦିନ କ’ଣ କ’ଣ କରିଥିଲା, ସେସବୁ ସ୍ୱୀକାର କରିଛି ଅଭିଯୁକ୍ତ ସଞ୍ଜୟ। ସିସିଟିଭି ଫୁଟେଜ ଅନୁସାରେ, ଭୋର ୪ଟା ୩ମିନିଟ୍ ସମୟରେ ସେମିନାର ହଲର ପାଖରେ ବୁଲୁଥିଲା ସଞ୍ଜୟ। ଏହି ସମୟରେ ହିଁ ସେମିନାର ହଲରେ ରେଷ୍ଟ୍ ନେଉଥିବା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲା ସଞ୍ଜୟ। ହସ୍ପିଟାଲରେ ନାରକୀୟ କାଣ୍ଡ ଘଟାଇବା ପରେ କୋଲକାତାର ଜଣେ ପୁଲିସ ବନ୍ଧୁ ଅନୁପମ ଦତ୍ତଙ୍କ ଘରକୁ ଯାଇଥିଲା ସଞ୍ଜୟ।
ସିବିଆଇ ସୂତ୍ରରୁ ପ୍ରକାଶ ଯେ, ପଚରାଉଚରା ବେଳେ ସଞ୍ଜୟ ରୟ ଅପରାଧ ଘଟାଇଥିବା ରାତିରେ କ’ଣ କ’ଣ କରିଥିଲା, ସେସବୁ ବିସ୍ତୃତ ଭାବେ କହିଛି। ସହରର ଦୁଇଟି ରେଡ୍ ଲାଇଟ୍ ଅଞ୍ଚଳକୁ ଯାଇଥିବା ମାନିଛି ସଞ୍ଜୟ।






/odishatv/media/post_attachments/uploadimage/library/16_9/16_9_0/ramesh-jena_1617884867.jpg?w=853&resize=853,479&ssl=1)







