ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ପାଇଁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବେ। ବୟସ ୨୧ରୁ ଅଧିକ ୬୦ ବର୍ଷରୁ କମ୍ ହୋଇଥିଲେ ସୁଭଦ୍ରା ଯୋଜନା ଆବେଦନ କରିପାରିବେ। ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ।
ସୁଭଦ୍ରା ପାଇବାକୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ଆବଶ୍ୟକ। ଅଫଲାଇନ୍ ଫର୍ମ ପୂରଣ ବା ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ। ଅଙ୍ଗନଓ୍ବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ଫର୍ମ ମିଳିବ। ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବେ।
ମହିଳା ମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାର ଗତ ୨୩ ତାରିଖରେ ଏହି ଯୋଜନାର ଏସଓପି ଆଣିଥିଲେ। ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଏହି ଟଙ୍କା ପ୍ରଦାନ କରାଯିବ। ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହି ସହାୟତା ରାଶି ମିଳିବ। ଏହି ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




