କାର୍ତ୍ତିକ ପାଣ୍ଡିଆନଙ୍କ ନାଁ ନେଇ ଚାକିରି କରାଇ ଦେବା ନାଁରେ ଏକାଧିକ ଲୋକଙ୍କଠାରୁ ଠକେଇ ମାମଲାରେ ଯୋଡିହୋଇଥିବା ମାଲକାନଗିରି ମାଥିଲି ବ୍ଲକ ୩ ନମ୍ବର ଜୋନର ଜିଲାପରିଷଦ ସଭ୍ୟା ସସ୍ମିତା ମାଝିଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଜଗତସିଂହପୁରରୁ ପୋଲିସ ସସ୍ମିତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
୩ଦିନ ତଳେ ବିଜେଡିରୁ ବହିଷ୍କାର ହୋଇଥିଲେ ସସ୍ମିତା। ଜନବିରୋଧୀ କାର୍ଯ୍ୟ ଯୋଗୁ ସସ୍ମିତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପ୍ରେସବିବୃତ୍ତିରେ ଉଲ୍ଲେଖ କରାଯାଇଥିଲା
ସସ୍ମିତା ପାଣ୍ଡିଆନଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇ ଚାକିରି କରାଇ ଦେବା ନାଁରେଏକାଧିକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସସ୍ମିତାଙ୍କ ସମେତ ୩ ଜଣ ଅଭିଯୁକ୍ତ ରହିଛନ୍ତି। ପୂର୍ବରୁ ମାଷ୍ଟରମାଇଣ୍ଡ ରମେଶ ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଥିଲା। ରମେଶ ନିଜକୁ ଭିକେ ପାଣ୍ଡିଆନଙ୍କ ଶଳା କହି ଚାକିରି କରାଇ ଦେବା ନାଁରେ ଅନେକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିଲେ। ଏଥିରେ ତାଙ୍କ ସହିତ ସସ୍ମିତା ମାଝି ଓ ଅନ୍ୟ ଜଣେ ସହଯୋଗୀ ସାମିଲ ଥିବା ଅଭିଯୋଗ ହୋଇଥିଲା।




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




