• Latest
  • Trending

ସୁଭଦ୍ରା ଯୋଜନା ଓ ସିଏମ୍ କିଷାନ ଚାଷୀ ପରିବାର ପାଇଁ ଦୁଇଗୁଣା ଖୁସି ଆଣିବ

Sep-08-2024 07:52 PM IST
odisha.newsroom.in

ସାନି ମତଦାନ ବେଳେ ବେଙ୍ଗଲରେ ଭୟଙ୍କର ହିଂସା…TMC – BJP କର୍ମୀ ହାତାହାତି

May-02-2026 05:59 PM IST
odisha.newsroom.in

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ …ଜାଣିବାକୁ ଏହି Link ରେ କ୍ଲିକ କରନ୍ତୁ…

May-02-2026 04:27 PM IST
odisha.newsroom.in

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟ୍‌କା…ଆବେଦନ ଖାରଜ…

May-02-2026 03:51 PM IST
odisha.newsroom.in

ଆପଣଙ୍କ ମୋବାଇଲକୁ ଆସିଲା କି ଏମର୍ଜେନ୍ସି ଆଲର୍ଟ ? ଭୟଭୀତ ହୁଅନ୍ତୁନି…

May-02-2026 12:44 PM IST
odisha.newsroom.in

ମାଡ଼ି ଆସୁଛି ବଡ଼ ଲଘୁଚାପ: ଅଧିକ ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ…

May-02-2026 12:20 PM IST
odisha.newsroom.in

EVM ଟାମ୍ପରିଂ ଅଭିଯୋଗ…ପଶ୍ଚିମବଙ୍ଗର ୧୫ଟି ବୁଥରେ ପୁନଃ ମତଦାନ ଆରମ୍ଭ…

May-02-2026 11:45 AM IST
odisha.newsroom.in

ବଲାଙ୍ଗିର ଜିଲ୍ଲାରେ ଭୂକମ୍ପ ଝଟକା…ଭୟରେ ଘରୁ ବାହାରି ଆସିଲେ ଲୋକେ…

May-02-2026 11:24 AM IST
Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

May-02-2026 10:53 AM IST
odisha.newsroom.in

‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…

May-01-2026 05:53 PM IST
odisha.newsroom.in

ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ…୩ ଦିନରେ ୩ ଲକ୍ଷ ପରୀକ୍ଷାଖାତା ଦେଖିଲା AI…

May-01-2026 04:27 PM IST
  • About
  • Careers
  • Contact Us
Monday, May 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ସୁଭଦ୍ରା ଯୋଜନା ଓ ସିଏମ୍ କିଷାନ ଚାଷୀ ପରିବାର ପାଇଁ ଦୁଇଗୁଣା ଖୁସି ଆଣିବ

by M M
Sep-08-2024 07:52 PM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର : କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଗତ ୭୫ ବର୍ଷ ଭିତରେ ଅନ୍ୟ କୌଣସି ସରକାର ଚାଷୀଙ୍କ ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲା । ମାତ୍ର ମୋଦିଜୀ ଗତ ୧୦ ବର୍ଷ ମଧ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ବୋଲି ରାଜ୍ୟ ସଭାପତି  ମନମୋହନ ସାମଲ କହିଛନ୍ତି ।

ଶ୍ରୀ ମୋଦିଜୀ ପ୍ରଧାନମନ୍ତ୍ରୀ ଫସଲ ବୀମାଠାରୁ ଆରମ୍ଭ କରି, ଧାନର ସହାୟକ ମୂଲ୍ୟ ବୃଦ୍ଧି, ପିଏମ୍ କିଷାନ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, ମୂର୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ଅନେକ ଯୋଜନା ଲାଗୁ କରିଛନ୍ତି । ଓଡ଼ିଶାରେ ୭୦ ଭାଗ ଚାଷୀ କୃଷି ଉପରେ ନିର୍ଭରଶୀଳ । ପ୍ରଥମ ଥର ପାଇଁ ରାଜ୍ୟରେ ଡବଲ ଇଞ୍ଜନ ସରକାର ଗଠନ ହୋଇଛି । ସରକାରକୁ ଆସିବାର ୨ ମାସ ମଧ୍ୟରେ କୃଷକଙ୍କ ଉନ୍ନତି ପାଇଁ ବିଜେପି ସରକାର ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରିଥିବାବେଳେ ଜଳସେଚନ ଓ ଶୀତଳଭଣ୍ଡାର ଖୋଲିବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି । ଗତ ସରକାର ତୁଳନାରେ କୃଷି ବଜେଟ୍ ୩୬% ବୃଦ୍ଧି କରାଯାଇଛି । ଚାଷୀଙ୍କ ଆୟ ବଢ଼ାଇବା ପାଇଁ ମୋଦିଜୀ ୨୦୧୯ରୁ ପିଏମ୍ କିଷାନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ମିଳୁଥିଲା । ମାତ୍ର ବିଜେଡି ସରକାରରେ ଥିôବାବେଳେ ନିଜର ରାଜନୈତିକ ଆଶା ଚରିତ୍ରାର୍ଥ କରିବା ପାଇଁ ପିଏମ୍ କିଷାନ ଯୋଜାନରୁ ଅନେକ ଚାଷୀଙ୍କୁ ବଂଚିତ ରଖିଥିଲା । ଦଳୀୟ କାର୍ଯ୍ୟକର୍ତାକୁ ଖୁସି କରିବା ପାଇଁ ନିର୍ବାଚନ ବେଳେ ଜନସାଧାରଣଙ୍କୁ ଭୁଆଁ ବୁଲାଇବା ପାଇଁ କାଳିଆ ଯୋଜନା ଆରମ୍ଭ କରିଥିଲା । ବହୁ ଚାଷୀ ଏହାର ଲାଭ ଉଠାଇ ନ ପାରି ଦୁଃଖ କଷ୍ଟରେ ଚଳୁଥିଲେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଚାଷୀଙ୍କ ଦୁଃଖ ବୁଝିପାରି ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ କ୍ଷୁଦ୍ର, ନାମକୁ ମାତ୍ର ଓ ଭୂମିହୀନ ଚାଷୀଙ୍କୁ ବାର୍ଷିକ ୪ ହଜାର ଟଙ୍କା ଲେଖାଏଁ ମିଳିବ । ଫଳରେ ରାଜ୍ୟର ଅଧିକାଂଶ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ମିଳିବ । ପିଏମ୍ କିଷାନ ଯୋଜନାରୁ ବଂଚିତ ଥିôବା ପ୍ରତ୍ୟେକ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲ ମାଧ୍ୟମରେ ଚାଷୀମାନେ ଗୋଟିଏ ସ୍ଥାନରେ ବିଭିନ୍ନ କୃଷି ଓ ଆନୁଷଙ୍ଗିକ ବିଭାଗ ସମନ୍ଧୀୟ ଯୋଜନାରେ ଆବେଦନ କରିପାରିବେ । ଏହାଦ୍ୱାରା ସେମାନଙ୍କୁ କୃଷିଭିତିକ ଯୋଜନା ବିଷୟରେ ଗୋଟିଏ ପୋର୍ଟାଲରୁ ସମସ୍ତ ତଥ୍ୟ ମିଳିପାରିବ । ଏବେ ରାଜ୍ୟରେ ସୁଭଦ୍ରା ଯୋଜନାରେ ମା’ମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ମିଳିବାକୁ ଥିବାବେଳେ ସିଏମ୍ କିଷାନ ଯୋଜନା ଲାଗୁ ହେବା ଦ୍ୱାରା ଚାଷୀ ପରିବାରକୁ ଦୁଇଗୁଣା ଖୁସି ମିଳିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି । ଏନେଇ ଶ୍ରୀ ମାଝୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

Tags: bjpnewsnewsroomodishapolitics
Share196Tweet123
M M

M M

ଆଜିର ପାଗ

Bhubaneswar
May 4, 2026, 4:56 AM
 

S
Clear sky
26°C
2.6 m/s
Apparent: 31°C
Pressure: 1007 mb
Humidity: 98%
Winds: 2.6 m/s S
Windgusts: 10 m/s
UV-Index: 0
Precip.: 10.2mm /75% / Rain
Sunrise: 5:15 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom