• Latest
  • Trending

ଚାଷୀଙ୍କ ସମେତ ଓଡ଼ିଶାର ସବୁ ବର୍ଗର ଉନ୍ନତି ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତା – ଧର୍ମେନ୍ଦ୍ର ପ୍ରଧାନ

Sep-09-2024 06:26 AM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
  • About
  • Careers
  • Contact Us
Friday, March 27, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଚାଷୀଙ୍କ ସମେତ ଓଡ଼ିଶାର ସବୁ ବର୍ଗର ଉନ୍ନତି ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତା – ଧର୍ମେନ୍ଦ୍ର ପ୍ରଧାନ

by M M
Sep-09-2024 06:26 AM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

 

ସମ୍ବଲପୁର : ଓଡ଼ିଶାରେ ଜନାଦେଶ ସ୍ୱୀକୃତି ପାଇଥିବା ବିଜେପି ସରକାରର ବହୁତ କମ ସମୟ ମଧ୍ୟରେ ଅନେକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଛି । ଗରିବ, ଚାଷୀ, ମହିଳା, ଯୁବକ, ପଛୁଆ ବର୍ଗ ତଥା ସବୁ ବର୍ଗର ଉନ୍ନତି ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତାରେ ରହିଛି ବୋଲି ରବିବାର ସମ୍ବଲପୁର ଠାରେ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ କରକମଳରେ ସିଏମ-କିଷାନ ଯୋଜନା ଏବଂ କୃଷିଭିତ୍ତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧା ‘ନୂଆଁଖାଇ’ର ପବିତ୍ର ଅବସରରେ କୃଷକଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା କଲ୍ୟାଣକାରୀ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ସିଏମ- କିଷାନ ଯୋଜନାରେ ଆଜି ରାଜ୍ୟର ପ୍ରାୟ ୪୬ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତି ଆକାରରେ ଡିବିଟି ମାଧ୍ୟମରେ ୨୦୨୪-୨୫ ରବି ଫସଲ ଋତୁ ପାଇଁ ୯୨୫ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ସମୃଦ୍ଧ କୃଷକ ଯୋଜନା ସହିତ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି ଏକ ଯୁଗାନ୍ତକାରୀ ନିଷ୍ପତି । ସେହିପରି ଏହି ସରକାରରେ ହୀରାକୁଦ ଡ୍ୟାମ୍ ପ୍ରକଳ୍ପ ପଦ୍ଧତିର ନବୀକରଣ ଯୋଜନାକୁ କ୍ୟାବିନେଟ ଅନୁମୋଦନ ଦିଆଯାଇଛି । ଏହି ଯୋଜନା ପାଇଁ ୨୦୨୪-୨୫ ରୁ ୨୦୨୭-୨୮ ମଧ୍ୟରେ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ଜଳସେଚନ ପାଇଁ ବ୍ୟବସ୍ଥା ସହ ସୁଭଦ୍ରା ଯୋଜନା ଭଳି କଲ୍ୟାଣକାରୀ କାର୍ଯ୍ୟକ୍ରମ ଡବଲ ଇଞ୍ଜିନ ସରକାରର ପ୍ରତିଫଳନ ।

ସେ କହିଛନ୍ତି ଯେ ଓଡ଼ିଶାରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ବିଜୟ ହୋଇଛି । ବିଜେପି ସରକାରରେ ସମ୍ବଲପୁର, ବଲାଙ୍ଗୀର ସମେତ ସବୁଠୁ ଶାସନ ଚାଲିବ । ଆମ ସରକାରର ପ୍ରାଥମିକତାରେ ରାଜ୍ୟର ଗରିବ, ଚାଷୀ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ବଞ୍ଚିତ ଓ ରାଜ୍ୟର ମହିଳାମାନେ ଅଛନ୍ତି । ସୁଭଦ୍ରା ଯୋଜନାକୁ ନେଇ ବହୁତ ଉତ୍ସାହ ଦେଖାଯାଇଛି । ସୁଭଦ୍ରା ଯୋଜନାରେ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ମିଳିବ । ଏହିପରି ମୋଟ ୫ ବର୍ଷରେ ହିତାଧିକାରୀଙ୍କୁ ମୋଟ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ । ୨୧ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୬୦ ବର୍ଷରୁ କମ୍ ବୟସର ସମସ୍ତ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାର ଲାଭ ପାଇବେ । ପ୍ରାୟ ୧ କୋଟିରୁ ଅଧିକ ମା ଭଉଣୀ ଏହି ଯୋଜନା ଦ୍ୱାରା ଉପକୃତ ହେବେ । ଅର୍ଥନୀତିଜ୍ଞମାନଙ୍କ ମତରେ, ସରକାର ଯଦି ମୁଣ୍ଡ ପିଛା ଟଙ୍କାଟିଏ ଖର୍ଚ୍ଚ କରନ୍ତି, ଅର୍ଥନୀତି ୪.୮ ଗୁଣା (ପାଖାପାଖି ୫ ଗୁଣା) ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ । ଏହାକୁ ‘ମଲ୍ଟିପ୍ଲାୟର୍ ଇଫେକ୍ଟ’ ବୋଲି କୁହାଯାଇଥାଏ । ଓଡ଼ିଶାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଜଣ ପିଛା ମିଳିଥିବାକୁ ଥିବା ବାର୍ଷିକ ୧୦,୦୦୦ ଟଙ୍କା, ଆମ ଅର୍ଥନୀତିକୁ ବାର୍ଷିକ ପ୍ରାୟ ୫୦,୦୦୦ ଟଙ୍କାର ଲାଭ ପ୍ରଦାନ କରିବ । ୫ ବର୍ଷରେ ରାଜ୍ୟ ସରକାର ଏଥିପାଇଁ ବହନ କରିବାକୁ ଯାଉଥିବା ମୋଟ ୫୫,୮୨୫ କୋଟି ଟଙ୍କା, ଓଡ଼ିଶାର ଅର୍ଥନୀତିକୁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ଲାଭ ପ୍ରଦାନ କରିବ । ଗ୍ରାମାଞ୍ଚଳ ଅର୍ଥନୀତି ସହ ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବା ଦିଗରେ ସୁଭଦ୍ରା ଯୋଜନା ବଡ ପଦକ୍ଷେପ ।

ଅପରପକ୍ଷରେ ଯେଉଁମାନେ ବରଗଡ ସୋହେଲାରେ ଧାନ ଉପରେ ୧୦୦ ଟଙ୍କା ଅତିରିକ୍ତ ବୋନସ ଦେବା କହି ପ୍ରତିଶ୍ରୁତି ପୂରଣ କରିନଥିଲେ, ରାଜ୍ୟର ରାଜସ୍ୱ ହେଲିକପ୍ଟରରେ ବୁଲି ଖର୍ଚ୍ଚ କରୁଥିଲେ, ସେମାନଙ୍କ ମନରେ ବିଜେପି ସରକାର ଅବିଳମ୍ବେ ଧାନର ଏମଏସପି ୩୧୦୦ ଟଙ୍କା ବୃଦ୍ଧି କରିବା ନିଷ୍ପତି କଷ୍ଟ ଦେଇଛି । ସୁଭଦ୍ରା ଯୋଜନାକୁ ନେଇ ବିରୋଧୀମାନେ ଇର୍ଷାନ୍ୱିତ ହୋଇଛନ୍ତି । ଗରିବ ଓ ଚାଷୀଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ତିଆରି କରିବା ଏବଂ ମା’ ଭଉଣୀଙ୍କ ସମ୍ମାନ ବଢାଇ ସେମାନଙ୍କୁ ସଶକ୍ତ କରିବା ମୋଦୀ ସରକାରଙ୍କ ପ୍ରତିବଦ୍ଧତା । ଏହିପରି ଭାବରେ ଡବଲ ଇଞ୍ଜିନର ସରକାର କାମ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସି ଜରିଆରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ପ୍ରଭାତି ପରିଡା, ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 27, 2026, 6:40 PM
 

S
Overcast
30°C
2.8 m/s
Apparent: 33°C
Pressure: 1007 mb
Humidity: 75%
Winds: 2.8 m/s S
Windgusts: 8.1 m/s
UV-Index: 0.05
Precip.: 7.6mm /35% / Rain
Sunrise: 5:44 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom