• Latest
  • Trending

ମଦନ ମୋହନ ସାହୁ ମହୋଦୟଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sep-09-2024 08:01 AM IST
odisha.newsroom.in

କାହିଁକି ଭବାନୀପୁର ଆସନ ରଖିପାରିଲେନି ମମତା ? ଜାଣନ୍ତୁ ଏହା ପଛର ୫ କାରଣ…

May-05-2026 10:37 AM IST
Horoscope 2026 May 05: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 05: ଜାଣନ୍ତୁ ଆଜିର ରାଶିଫଳ…

May-05-2026 10:22 AM IST
odisha.newsroom.in

ବଙ୍ଗଳା ଓ ଆସାମରେ ବିଜେପିର ଦବଦବା…ତାମିଲନାଡୁରେ ବିଜୟଙ୍କ ‘ବ୍ଲକବଷ୍ଟର’ ଏଣ୍ଟ୍ରି

May-04-2026 06:52 PM IST
odisha.newsroom.in

ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ କିଏ ? ଚର୍ଚ୍ଚାରେ ଏହି ନେତାଙ୍କ ନାମ…

May-04-2026 06:12 PM IST
odisha.newsroom.in

ତାମିଲନାଡୁରେ ଅଟୋ ଚାଳକଙ୍କ କମାଲ…ବଡ଼ ନେତାଙ୍କୁ ହରାଇଦେଲେ

May-04-2026 05:13 PM IST
odisha.newsroom.in

TMC କାର୍ଯ୍ୟାଳୟ ଖାଁ ଖାଁ…ମମତାଙ୍କ ଘର ଆଗରେ ‘ଜୟ ଶ୍ରୀରାମ’ ନାରା

May-04-2026 03:02 PM IST
odisha.newsroom.in

ପୁଡୁଚେରୀ ନିର୍ବାଚନ ଫଳାଫଳ: ପୁଣି ଥରେ କ୍ଷମତା ଆଡ଼କୁ ବିଜେପି ମେଣ୍ଟ, ପଛରେ ପଡ଼ିଲା କଂଗ୍ରେସ

May-04-2026 12:42 PM IST
odisha.newsroom.in

ତାମିଲନାଡୁରେ’TVK’ ମ୍ୟାଜିକ୍: ବିଜୟଙ୍କ ଘର ଆଗରେ ପୋଲିସ୍ ଛାଉଣୀ କାହିଁକି ?

May-04-2026 12:18 PM IST
odisha.newsroom.in

କେରଳରେ ବଡ଼ ବିଜୟ ଆଡ଼କୁ UDF…LDF କର୍ମୀଙ୍କ ମଧ୍ୟରେ ନିରାଶା…

May-04-2026 11:58 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କ ଦବଦବା…ଛତ୍ରଭଙ୍ଗ ଦେଲେଣି DMK କର୍ମୀ

May-04-2026 11:20 AM IST
  • About
  • Careers
  • Contact Us
Tuesday, May 5, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ମଦନ ମୋହନ ସାହୁ ମହୋଦୟଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

by M M
Sep-09-2024 08:01 AM IST
in ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଯାଜପୁର :ରସୁଲପୁର ଅନ୍ତର୍ଗତ ତୋରଡ଼ ଉଚ୍ଚ ବିଦ୍ୟାଳୟରେ  ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମଦନ ମୋହନ ସାହୁ ମହୋଦୟଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛି ତୋରଡ଼ ଉଚ୍ଚ ବିଦ୍ୟାଳୟ । ୩୧ ବର୍ଷର ଶିକ୍ଷକତା ପରେ ସେ  ବିଦାୟ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରସୁଲପୁର ବିଇଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ନିକଟସ୍ଥ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ତେବେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସାହୁଙ୍କ ଏହି ବିଦାୟ ଉତ୍ସବକୁ ସ୍ମରଣୀୟ କରାଇଛନ୍ତି ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀ ।

ତୋରଡ଼ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୩୧ ବର୍ଷରୁ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ତୁଲାଇବା ପରେ  ଅବସର ଗ୍ରହଣ କରିଛନ୍ତି ଶ୍ରୀଯୁକ୍ତ ମଦନ ମୋହନ ସାହୁ । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅନେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଅତିଥି ଭାବରେ ସାମିଲ ହେବା ସହ କାର୍ଯ୍ୟକାଳର ଶେଷ ଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କାର୍ଯ୍ୟକ୍ରମରେ ସ୍କୁଲର ପିଲାମାନଙ୍କ ଦ୍ୱାରା ସୂର୍ଯ୍ୟ ନମସ୍କାର ସହିତ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ମୁଖ୍ୟବକ୍ତା ଦାୟିତ୍ୱବାନ୍ କାର୍ଯ୍ୟ ଏବଂ ପିଲାମାନଙ୍କୁ ଶୃଙ୍ଖଳା ସହିତ ବିଦ୍ୟାଳୟକୁ ସଫଳତାର ଶିଖରରେ ପହଞ୍ଚାଇବା ପାଇଁ ଶ୍ରୀଯୁକ୍ତ ସାହୁଙ୍କ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ଅତିଥି ମଧ୍ୟ କୋହଭରା ସ୍ୱରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଦାୟ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବିଦ୍ୟାଳୟରୁ ଶିକ୍ଷା ଶେଷ କରି ସାରିଥିବା ପୁରାତନ ଛାତ୍ରଛାତ୍ରୀ ମଧ୍ୟ ସେମାନଙ୍କ ଜୀବନରେ ଶ୍ରଯୁକ୍ତ ସାହୁଙ୍କ ଭୂମିକା ଏବଂ ସ୍କୁଲରେ ବିତାଇଥିବା ପୁରୁଣା ସ୍ମୃତିକୁ ମନେ ପକାଇଥିଲେ । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ନିରଞ୍ଜନ ଶତପଥୀ ମଞ୍ଚ ପରିଚାଳନା କରିଥିଲେ ।

ପ୍ରଧାନଶିକ୍ଷକଙ୍କ ଅବସରରେ ବିଦ୍ୟାଳୟରେ କାର୍ଯ୍ୟରତ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଭାବ ବିଭୋର ହୋଇଯାଇଥିଲେ । ମଞ୍ଚରେ ସମ୍ବର୍ଦ୍ଧନା ଜଣାଇବା ପରେ ଶହ ଶହ ଛାତ୍ରଛାତ୍ରୀଙ୍କ ମେଳରେ ଏକ ବିଶାଳ ଶୋଭାଯାତ୍ରା କରି ଶ୍ରୀଯୁକ୍ତ ସାହୁଙ୍କୁ ନଗର ପରିଭ୍ରମଣ କରାଯାଇଥିଲା । ଏହି ପରିଭ୍ରମଣ ସମୟରେ ୫ ଖଣ୍ଡ ଗ୍ରାମ ବୁଲି ଶ୍ରୀଯୁକ୍ତ ସାହୁ ନିଜ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନଙ୍କ ପାଖରୁ ମଧ୍ୟ ବିଦାୟ ନେଇଛନ୍ତି । ଏହାପରେ ବିଦ୍ୟାଳୟର ଶତାଧିକ ପୁରାତନ ଛାତ୍ରଛାତ୍ରୀ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଶ୍ରୀଯୁକ୍ତ ମଦନ ମୋହନ ସାହୁ ମହୋଦୟଙ୍କୁ ନେଇ ତାଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
May 5, 2026, 10:52 AM
 

SSE
Mainly clear
32°C
2.9 m/s
Apparent: 33°C
Pressure: 1008 mb
Humidity: 91%
Winds: 2.9 m/s SSE
Windgusts: 10.4 m/s
UV-Index: 0
Precip.: 17.8mm /75% / Rain
Sunrise: 5:14 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom