ମମତାଙ୍କ ବାଟରେ ସୁଜିତ କୁମାର । ପୂର୍ବତନ ବିଜେଡ଼ି ନେତା ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଏପରିକି ସେ ବିଜେପିରେ ମିଶିବା ପରେ ବିଜେଡିକୁ ଟାର୍ଗେଟ କରି ଅନେକ କଥା କହିଛନ୍ତି । ତେବେ ସେ ବିଜେପିରେ ସାମିଲ୍ ହୋଇଥିବାରୁ ସୁଜିତ ପୁଣିଥରେ ରାଜ୍ୟସଭା ଯିବେ ବୋଲି ଚର୍ଚା ଜୋର ଧରିଛି । ରାଜ୍ୟ ସଭାପତି ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଦିଲ୍ଳୀରେ ଚାଲିଛି ଘନଘନ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲ ଏନେଇ କିଛି କହିନଥିଲେ ମଧ୍ୟ ସେ ଯେ ରାଜ୍ୟ ସଭା ଯିବା ପାଇଁ ରାଜି ନାହାଁନ୍ତି ତାହା କହିହେବ ନାହିଁ । ତେବେ ବିଜେପି ଅନେକ ସମୟରେ ନୂଆ କରୁଥିବାରୁ ତାଙ୍କ ବଦଳରେ ରାଜ୍ୟ ବିଜେପିର ଅନ୍ୟ କିଏ ରାଜ୍ୟସଭା ଯିବେ କି ସେନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।ପ୍ରଥମେ ମୟୁରଭଞ୍ଜର ମମତା ମହନ୍ତ ରାଜ୍ୟସଭା ସହିତ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ବିଜେପି ପୁଣିଥରେ ରାଜ୍ୟସଭାକୁ ପଠାଇଛି। ଏହାର କିଛି ଦିନ ପରେ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ସହିତ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ।




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




