• Latest
  • Trending

ଗରିବୀ ବେରୋଜଗାରୀ ଦାଦନମୁକ୍ତ ଭାରତ/ ଓଡ଼ିଶା (ଭାଗ-1)

Sep-14-2024 08:38 AM IST
odisha.newsroom.in

ଯୁଦ୍ଧର ନିଆଁ ଲିଭୁନି..ପୁଣି ଫେରିବ କି Lockdown ? ସରକାର କହିଲେ…

Mar-25-2026 05:30 PM IST
ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

Mar-25-2026 05:27 PM IST
5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

Mar-25-2026 05:24 PM IST
odisha.newsroom.in

ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ…

Mar-25-2026 04:01 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
  • About
  • Careers
  • Contact Us
Thursday, March 26, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ଗରିବୀ ବେରୋଜଗାରୀ ଦାଦନମୁକ୍ତ ଭାରତ/ ଓଡ଼ିଶା (ଭାଗ-1)

by M M
Sep-14-2024 08:38 AM IST
in ରାଜନୀତି
0
491
SHARES
1.4k
VIEWS
Share on FacebookShare on Twitter

 

ଲେଖକ: ପ୍ର.ଡ.ଅଲେଖ ପାତ୍ର

ଗରିବ- ଏକ ତୁଳନାତ୍ମକ ଶବ୍ଦ । ଗରିବ- ସାଧାରଣ ଅର୍ଥରେ ଯେଉଁମାନେ ନିଜର କ୍ରୟ ଶକ୍ତି ବଳରେ ଆବଶ୍ୟକ ହେଉଥିବା ଖାଦ୍ୟ, ପାନୀୟ, ବସ୍ତ୍ର ବାସସ୍ଥାନ ଆଦି ଦ୍ରବ୍ୟ ପାଇଁ ସାଧନ ପାଖରେ ପହଁଚି ପାରନ୍ତି ନାହିଁ । ଏଣୁ ସରକାର ନିଜ ଦଳର ଇଲେକସନ୍ ଏଜେଣ୍ଡାରେ ଭିନ୍ନ ଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଆଗୁଆ ଘୋଷଣା କରନ୍ତି । ଭୋଟ ବ୍ୟାଙ୍କ ହାତକୁ ନେବାକୁ ନାନା ଉପାୟରେ ମିଶନ –ଭିଜନ-ଟାରଗେଟ –ଅବଜିଟିଭି ସବୁକୁ କେବଳ ସାଧାରଣ ନିର୍ବାଚନରେ ପୁଞ୍ଜିଭୂତ କରି ରଖନ୍ତି । ତେଣୁ ସୃଷ୍ଟିହୁଏ ଏନ୍ତୁଡିଶାଳନରୁ- ଅନ୍ତେଷ୍ଟି କ୍ରିୟା ପର୍ଯ୍ୟନ୍ତ ‘’ମାଗଣା” ପାଇବାର ସାଧନ ସବୁର ଘୋଷଣା, ଆଉ କ୍ଷମତାକୁ ଆସିଲେ ଲୋକଙ୍କ ପାଖରେ ପହଁଚାଇଥାଆନ୍ତି- ବିଭିନ୍ନ ସାଧନମାନ । ଲୋକଙ୍କ ଦ୍ବାରା ଦିଆଯାଉଥିବା ଟିକସ ମୂଲ୍ୟର ଯଥା ଦ୍ରବ୍ୟ-ସାମଗ୍ରୀ-ସେବା ଆଦି ଉପକରଣମାନ ମାଗଣାରେ ଦିଅନ୍ତି । ଫଳରେ ମାଗଣା ପାଇବାକୁ ଲମ୍ବାଧାଡ଼ିମାନ ସୃଷ୍ଟି ହୁଏ । ଏଣୁ ଥିବାବାଲା ମଧ୍ୟ ଧାଡିରେ ଠିଆ ହୋଇ ବିଭିନ୍ନ କଳା ଏବଂ କୈାଶଳ ମାଧ୍ୟମରେ ମାଗଣା ସେବା-ଦ୍ରବ୍ୟ-ସାଧନ ଗୁଡ଼ିକୁ ପାଇବାକୁ କିମ୍ବା କମ୍ ମୂଲ୍ୟରେ ପାଇବାକୁ ଏକାଗ୍ର ଚେଷ୍ଟା କରନ୍ତି  । ଅତଏବ, ଗରିବୀ ହଟିବା ପରିବର୍ତ୍ତେ ବଢ଼ିଚାଲେ । ସତ୍ୟ ହେଉ କିମ୍ବା ଅର୍ଧ ସତ୍ୟ ଯେପରି ହେଲେ ବି ବ୍ୟକ୍ତିବିଶେଷଙ୍କର ନାମଟି ପଂଜୀକୃତ ହୁଏ , ସରକାରଙ୍କର ବିଭିନ୍ନ ଯୋଜନାର ଲାଭ ଉଠାଇବା ପାଇଁ । ସରକାର ଗୋଟିଏ ପଟେ ଘୋଷଣା କରି ଶତକଡ଼ାରେ କେତେ ଗରିବୀ ହଟିଛି ତାହା ଅନ୍ୟ ଦିଗରୁ ଦେଖିଲା ବେଳକୁ କେତେ କୋଟି- ପ୍ରାୟ 80 କୋଟି ଲୋକ କମ ମୂଲ୍ୟର ପାଆନ୍ତି ଏକ ଟଙ୍କିଆ ଚାଉଳ, ଗହମ ବା ଅନ୍ୟ କିଛି । ସେହିଭଳି ମାଗଣା ଔଷଧ- ଗ୍ୟାସ୍ ସିଲିଣ୍ଡର- ଘର, ଶିକ୍ଷା- ସ୍କଲାରସିପ୍-ସାଇକେଲ-ପୋଷାକ- କିଟ୍ ଆଦି ବହୁ ପ୍ରକାର ସାଧାନମାନ । ଏପରିକି ସୁଧ ଛାଡ- ମୂଳ ଛାଡ ଆଦି ପ୍ରତିଯୋଗିତା ମୂଳକ ସରକାରୀ ସେବା- ଦ୍ରବ୍ୟ-ସାଧନ ଇତ୍ୟାଦି । ତେଣୁ ସୃଷ୍ଟିହୁଏ ଛାଡ-ଛାଡ-ଛାଡର ପ୍ରତିଯୋଗିତା । ଏଣୁ ବିକଳ୍ପ ଭାବେ -ଗରିବୀ-  ଦେଶରେ -ପ୍ରଦେଶରେ ବଢ଼ିଚାଲେ । ଏହି ମର୍ମରେ ଆଉ କେତେ ରହିଲା ଗରିବୀ 20ରୁ 30 % ମଧ୍ୟରେ ସିମିତ ହେଲା ବୋଲି ସରକାରୀ ରିପୋର୍ଟ ବାହାରେ । ଅନ୍ୟପକ୍ଷରେ 80 କୋଟି ଲୋକ ସ୍ବଳ୍ପମୂଲ୍ୟ ଚାଉଳ- କେତେ କୋଟି ଲୋକ ଘର ପାଇଛନ୍ତି , ଆଉ କେତେ କୋଟି ଘର ପାଇବେ ତାହାର ଏକ ପ୍ରତିଯୋଗିତା ଚାଲେ ରାଜ୍ୟ ରାଜ୍ୟ ମଧ୍ୟରେ । ସେପରି ସ୍ଥଳେ କୈାଣସି- “ଗ୍ୟାରେଣ୍ଟି” କାମ କରୁନାହିଁ । ସବୁ ଡେଭଲେପମେଣ୍ଟ ବନିଯାଉଛି ଡିମୋଲିସନରେ  ।

ଏଣୁ ଗରିବୀର ନୂତନ ସଂଜ୍ଞା ନିରୂପଣ କରାଯିବା ଦରକାର ବୋଲି ଗବେଷଣାଲବ୍ଧ ସ୍ବଳ୍ପ ଜ୍ଞାନ ମଧ୍ୟରେ ନିର୍ଯ୍ୟାସ ବାହାରିବା କଥା ଉକ୍ତ ଲେଖକ- ପ୍ରାବନ୍ଧିକ ଉପସ୍ଥାପନ କରିବାକୁ ଚେଷ୍ଟାରତ । ତତ୍ ପ୍ରକାରେ ଏକକାଳୀନ ଭାରତରେ ଅର୍ଥନୀତିର ଉନ୍ନତି ପାଇଁ ହାରାହାରି ଏକ ଲକ୍ଷରୁ ଅଧିକ କର୍ମକର୍ତ୍ତା , ଅର୍ଥନୀତିଜ୍ଞ- ପ୍ରଫେସରଠାରୁ ଆରମ୍ଭ କରି ରାଜନେତା- ସମାଜସେବୀ- ପଣ୍ଡିତମଣ୍ଡଳୀ- ଯୋଜନାବୋର୍ଡ- ବିଭିନ୍ନ ସରକାରଙ୍କ ବିଭାଗ- କର୍ମଚାରୀ ଆଦି । ହେଲେ ଗରିବୀ କମିବା ପରିବର୍ତ୍ତେ ବଢ଼ିଚାଲିଛି । ସ୍ବାଧୀନତା ପାଇବାର 78 ତମ ଦିବସ ଗତ ଅଗଷ୍ଟ 15 , 2024ରେ ମହା ଆଡ଼ମ୍ବରରେ ପାଳନ କରିଛୁ । ତଥାପି ଗରିବୀ ହଟୁନି ନା ବଢ଼ିଚାଲିଛି- ତାହା ସଦଗୁଣଗ୍ରାହୀ ପାଠକେ ବିଚାର କରିବେ  ।

ଏହି ମର୍ମରେ ଏଠାରେ ଉପସ୍ଥାପନା କରିବା ଉଚିତ ମଣୁଛୁ- ଅର୍ଥନୀତିରେ ନୋବେଲ ପାଇଥିବା ମହାପୁରୁଷମାନଙ୍କ କଥା । ବହୁ ଫର୍ମୁଲା ମାନ୍ୟବର ନୋବେଲିଷ୍ଟମାନେ ଦେଇଛନ୍ତି  । କିନ୍ତୁ ଆଜିଯାଏଁ ବୋଧହୁଏ ଲେଖକଙ୍କ ନଜରକୁ ଆସିନଥାଇପାରେ – ଗୋଟିଏ ଗାଁ  ପଂଚାୟତରୁ ଗରିବୀ –ବେରୋଜଗାରୀ-ଦାଦନମୁକ୍ତ ଅଂଚଳଭାବେ ସରକାରୀଭାବେ ଘୋଷଣା କରାଯାଇ ନାହିଁ   । ଏପରି ହୋଇଥିଲେ ଅବଶ୍ୟ ଜଣାନ୍ତୁ- ବିଶ୍ବ ଦରବାରକୁ ମାର୍ଗଦର୍ଶକ ହୁଅନ୍ତୁ । ଆମ ଗାଁ ନୁହେଁ – ଗ୍ରାମ ପଂଚାୟତରୁ କିପରି –କେଉଁ ଫର୍ମୁଲାରେ ଗରିବୀମୁକ୍ତ ହୋଇପାରିବ, ହେଲେ ଦିଶା ଦେଖାନ୍ତୁ । ଏଣୁ ଗରିବୀମୁକ୍ତ ପଂଚାୟତଟି ଅବଶ୍ୟ ହୋଇପାରିବ- ଅତ୍ୟନ୍ତ ପ୍ରତ୍ୟକ ଜିଲ୍ଲାରୁ ଗୋଟିଏ ଓ ଲେଖକ ଅନ୍ୟ ଗୋଟିଏ ପଂଚାୟତରୁ,ଏପରି ମୋଟ 31ଗୋଟି ପଂଚାୟତରୁ ଏକକାଳୀନ ହୋଇପାରିବ ! ଏଣୁ  ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଓ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଆଦି ଗଣତାନ୍ତ୍ରୀକ ମୁଖ୍ୟ ଏସବୁ କରିପାରନ୍ତେ ହେଲେ ନକରିଲେ ନାହିଁ  , ଟିକେ ହେଲେ ଶୁଣନ୍ତୁ । ଫଳ ଅବଶ୍ୟ 2ରୁ 3 ବର୍ଷ ମଧ୍ୟରେ ସମ୍ଭବ ହେବ– ଏହା ହିଁ ଉପସ୍ଥାପନ କରୁଛୁ । ଗରିବୀମୁକ୍ତ ପଂଚାୟତ 2036/2047 ମସିହାର ଯଥେଷ୍ଟ ପୂର୍ବରୁ ଏପରିକି 2029ର ଯଥେଷ୍ଟ ଆଗରୁ ହୋଇପାରିବ ବୋଲି ଲାବୋରେଟୋରୀରୁ –ଲ୍ୟାଣ୍ଡ ପର୍ଯ୍ୟନ୍ତ ହୋଇପାରିବ ବୋଲି ଉକ୍ତ ଚିନ୍ତିତ ଗବେଷକ ଏହା କାହିଁକି- କିପରି-କେଉଁଠାରେ – କ’ଣ –କିଏ ଆଦି ଉପସ୍ଥାପନ କରିବାକୁ ସୁଯୋଗ ଦିଅନ୍ତୁ- ହେ ଗଣତନ୍ତ୍ର ଟିକିଏ ବୁଝନ୍ତୁ- ଶୁଣନ୍ତୁ ପରେ ହେଲେ  ଆବଶ୍ୟକମତେ ନୀତି ନିୟମମାନ ଅବଶ୍ୟ ପ୍ରସ୍ତୁତ କରନ୍ତୁ । ଅତି ବିଚିତ୍ର -ସ୍ବର୍ଗଧାମକୁ ଯିବାପୂର୍ବରୁ ହେ ମୁଖ୍ୟଗଣ ଅବଶ୍ୟ ଦେଶ ମା କଥା ଟିକିଏ ଭାବନ୍ତୁ ! ଦ୍ବିତୀୟ ଅଗଷ୍ଟ 15, ମାନେ ଅର୍ଥନୈତିକ ସ୍ବାଧୀନତା କେବେ ଆସିବ ରାଜ୍ୟ ଓ  ଦେଶର ମୁଖ୍ୟ ହେଲେ ଶୁଣନ୍ତୁ-ଜାଣନ୍ତୁ ପରେ ଏହି ଅର୍ଥନୀତିକ ସ୍ବାଧୀନତା ପାଇଁ ତାରିଖ ଦେବାକୁ ସପ୍ରେମ ଅନୁରୋଧ କରୁଛୁ । ପାଠକମାନଙ୍କର ମତାମତ ଅପେକ୍ଷାରେ ରହିଲୁ ।

ପ୍ର.ଡ.ଅଲେଖ ପାତ୍ର

9437425810

Tags: odisha economypoverty
Share196Tweet123
M M

M M

ଆଜିର ପାଗ

Bhubaneswar
March 26, 2026, 12:10 AM
 

SSW
Partly cloudy
25°C
0.9 m/s
Apparent: 31°C
Pressure: 1010 mb
Humidity: 95%
Winds: 0.9 m/s SSW
Windgusts: 7.8 m/s
UV-Index: 0
Precip.: 7.6mm /58% / Rain
Sunrise: 5:46 AM
Sunset: 5:58 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom