ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଦିନିକିଆ ଓଡ଼ିଆ ଗସ୍ତରେ ନଡ୍ଡା ଓଡ଼ିଶା ଆସୁଥିବାରୁ ରାଜ୍ୟ ବିଜେପି ନେତାମାନେ ପ୍ରସ୍ତୁତିରେ ଲାଗିପଡିଛନ୍ତି । ରାଜ୍ୟ ନେତାଙ୍କୁ ମନ୍ତ୍ର ଫୁଙ୍କିବେ ନଡ୍ଡା । ସଦସ୍ୟ ଅଭିଯାନକୁ ନେଇ ଦଳର ଆଭିମୁଖ୍ୟ ରଖିବେ । ଆଗାମୀ ପଂଚାୟତ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ତାହା ଉପରେ ମତ ରଖିବେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି। ଏହା ସହ ରାଜ୍ୟ ପଦାଧିକାରୀଙ୍କ ସମେତ ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିବେ। ରାଜ୍ୟ କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ ବସିବ। ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଆସନ୍ତାକାଲି ଜେ.ପି ନଡ୍ଡା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ବିଜେପି କାର୍ଯ୍ୟାଳୟକୁ ଯିବେ। ସେଠାରେ ଦିନ ସାଢ଼େ ୧୧ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସାଂସଦ, ବିଧାୟକ, ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ।
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








