• Latest
  • Trending
ଜାତି ଜନଗଣନା, ସାମ୍ବିଧାନିକ ସଂରକ୍ଷଣ ନେଇ ଦୃଢ଼ ଦାବି କଲେ ଶ୍ରୀକାନ୍ତ ଓ କାଡାମ

ଜାତି ଜନଗଣନା, ସାମ୍ବିଧାନିକ ସଂରକ୍ଷଣ ନେଇ ଦୃଢ଼ ଦାବି କଲେ ଶ୍ରୀକାନ୍ତ ଓ କାଡାମ

Sep-27-2024 05:37 PM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
  • About
  • Careers
  • Contact Us
Tuesday, February 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଜାତି ଜନଗଣନା, ସାମ୍ବିଧାନିକ ସଂରକ୍ଷଣ ନେଇ ଦୃଢ଼ ଦାବି କଲେ ଶ୍ରୀକାନ୍ତ ଓ କାଡାମ

by M M
Sep-27-2024 05:37 PM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
ଜାତି ଜନଗଣନା, ସାମ୍ବିଧାନିକ ସଂରକ୍ଷଣ ନେଇ ଦୃଢ଼ ଦାବି କଲେ ଶ୍ରୀକାନ୍ତ ଓ କାଡାମ
491
SHARES
1.4k
VIEWS
Share on FacebookShare on Twitter

ଜାତି ଜନଗଣନା ପ୍ରସଙ୍ଗରେ ସର୍ବଭାରତୀୟ ସ୍ତରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଏହି ଦାବି କରି ଆସୁଥିବା ବେଳେ ଇଣ୍ଡିଆ ବ୍ଲକ ବି ଦାବି କରି ଆସୁଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଜାତି ଜନଗଣନା ନେଇ ସ୍ପଷ୍ଟ ଆଭିମୁଖ୍ୟ ନାହିଁ। ରାଜ୍ୟରେ ଜାତି ଜନଗଣନା ପାଇଁ ଦାବି ରଖିଲା କଂଗ୍ରେସ। ବିଜେପି ଏ କଥା କହିଥିଲେ ମଧ୍ୟ ଏବେ ଚୁପ। ଜାତି ଜନଗଣନା ହେଲେ କାହାର କେତେ ସଂଖ୍ୟା ଜଣାପଡିବା । କେଉଁ ବର୍ଗ କେଉଁ ସ୍ଥିତିରେ ଅଛନ୍ତି ତାହା ସ୍ପଷ୍ଟ ହେବ। ସେମାନଙ୍କ ସାମାଜିକ ଆର୍ଥିକ ସ୍ଥିତି ଜଣାପଡିବ। କେନ୍ଦ୍ର ଓ ରାଜ୍ୟ ସରକାର ସଠିକ ଭାବେ ନୀତିଗତ ନିଷ୍ପତ୍ତି ନେଇପାରିବେ । ରାଜ୍ୟରେ ST-SCଙ୍କ ସଂଖ୍ୟା ୪୦% ଚାକିରୀରେ ସଂରକ୍ଷଣ ୩୮.୭୫%। OBC/SEBCଙ୍କ ସଂଖ୍ୟା ୫୪% ଚାକିରୀରେ ସଂରକ୍ଷଣ ମାତ୍ର ୧୧% କିନ୍ତୁ ଶିକ୍ଷାରେ – 0% । ସାଧାରଣ (GENERAL) ବର୍ଗର ସଂଖ୍ୟା ଓଡ଼ିଶାରେ ମାତ୍ର ୬% କିନ୍ତୁ ସଂରକ୍ଷଣ ଉଭୟ ଚାକିରୀ ଓ ଶିକ୍ଷାରେ (EWS) ୧୦% । ST-SC & OBC/SEBCଙ୍କ ସଂଖ୍ୟା – ୯୪% । କିନ୍ତୁ ବିଜେପି କାହିଁକି ସେମାନଙ୍କ ପ୍ରତି ପାତରଅନ୍ତର କରୁଛି ବୋଲି କଂଗ୍ରେସ ଦଳର ବରିଷ୍ଠ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରଶ୍ନ ଉଠାଇଛନ୍ତି । ବିଜେପି ଇସ୍ତାହାରରେ ଏମାନଙ୍କୁ ନ୍ୟାୟ ଦେବାକୁ କହିଥିଲା। କିନ୍ତୁ ଏହା କିଭଳି ନ୍ୟାୟ ବୋଲି ପ୍ରଶ୍ନ କଲା କଂଗ୍ରେସ। ସାରା ରାଜ୍ୟରେ ଜିଲ୍ଲା, ଗାଁ ଓ ପଞ୍ଚାୟତରେ ସାଧାରଣ ଲୋକଙ୍କୁ ସାମିଲ କରାଯିବ। ଆଗାମୀ ଷ୍ଟିୟରିଂ କମିଟି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। “ସଂଖ୍ୟା ଯାହାର ଯେତେ – ଭାଗ ପାଇବେ ସେମାନେ ସେତେ” I ପ୍ରେସମିଟ ନେଇ କଂଗ୍ରେସ ନେତା ଡ଼ ବିଶ୍ୱରଂଜନ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ l
ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଦାବି :-
• ଜାତିଭିତ୍ତିକ ଜନଗଣନା ତୁରନ୍ତ କରାଯାଉ I
• OBC/SEBC ବର୍ଗଙ୍କ ପାଇଁ ଚାକିରୀ ଓ ଉଚ୍ଚଶିକ୍ଷାରେ ୨୭% ସଂରକ୍ଷଣ ଦିଆଯାଉ I
• ST-SC ଛାତ୍ରଛାତ୍ରୀଙ୍କ ପାଇଁ ବୈଷୟିକ ଶିକ୍ଷାରେ ୩୮.୭୫% ସଂରକ୍ଷଣ ଲାଗୁ କରାଯାଉ I
• ST-SC ଏବଂ OBC/SEBC ବର୍ଗର ୧ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଅତ୍ୟାଧୁନିକ ହଷ୍ଟେଲ ନିର୍ମାଣ କରାଯାଉ I
• ପ୍ରାୟ ୨୦ ବର୍ଷ ଧରି ୨୭% ସଂରକ୍ଷଣରୁ ବଞ୍ଚିତ OBC/SEBC ଯୁବ ବର୍ଗଙ୍କ ପାଇଁ ୨ ଲକ୍ଷ ସ୍ୱତନ୍ତ୍ର ନିଯୁକ୍ତି ବ୍ୟବସ୍ଥା ହେଉ I
• ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା କରାଯାଉ I
• Outsourcing ଏବଂ Contractual ନିଯୁକ୍ତିରେ ସଂରକ୍ଷଣ ଲାଗୁ କରାଯାଉ I
• State Finance Corporationରେ ୫ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ କରାଯାଉ ବୋଲି କଂଗ୍ରେସ ଦାବି କରିଛି ।
ସାରା ରାଜ୍ୟରେ ଜାରି ରହିଥିବା ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଓ ସେମାନଙ୍କ ଦାବି ଯୁକ୍ତିଯୁକ୍ତ ତାହା ତୁରନ୍ତ ପୂରଣ କରାଯାଉ ବୋଲି ଦାବିକଲା କଂଗ୍ରେସ। ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟର ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବୋଲି ପ୍ରଶ୍ନ ଉଠାଇଲେ। ସରକାରଙ୍କ ୧୦୦ ଦିନରେ ଚମତ୍କାରକୁ ଅପେକ୍ଷା କରିଥିଲୁ । କ’ଣ ଚମତ୍କାର ହେଉଛି ଆପଣ ଜାଣିଛନ୍ତି ବୋଲି କହି ବିଜେପି ସରକାର ଉପରେ ବର୍ଷିଲା କଂଗ୍ରେସ।
ଜାତିଭିତ୍ତିକ ଜନଗଣନା ଏବଂ ସଂରକ୍ଷଣ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ପ୍ରଶ୍ନ ଉଠାଇଥିଲା I ରାଜ୍ୟରେ ନୂଆ ସରକାର ଆସିବା ପରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ I ପ୍ରତିଦିନ ରାଜ୍ୟର ବିଭିନ ଜିଲ୍ଲାରୁ ମହିଳା ନିର୍ଯାତନା ଓ ଗଣଦୁଷ୍କର୍ମ ଖବର ଆସୁଛି I ଆଗାମୀ ଦିନରେ ରାଜ୍ୟର ଆଇନିଶୃଙ୍ଖଳା ନ ସୁଧୁରିଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବୟାନକୁ ନେଇ ବର୍ଷିଲା କଂଗ୍ରେସ । ମେହବୁବା ମୁଫତି କାହା ସହଯୋଗରେ ମୁଖ୍ୟମନ୍ତ୍ରୀ ହୋଇଥିଲେ? ଫାରୁକ ଅବଦୁଲ୍ଲା ଓ ତାଙ୍କ ପୁତ୍ର ଏନଡିଏରେ ମନ୍ତ୍ରୀ ଥିଲେ କି ନାହିଁ? ବାଜପେୟୀ ପାକିସ୍ଥାନକୁ ବସ ଯାତ୍ରା କରିଥିଲେ କି ନାହିଁ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା ନିମନ୍ତ୍ରଣରେ ପାକିସ୍ତାନ ଯାଇ ବିରିୟାନୀ ଖାଇଥିଲେ ନା ନାହିଁ? ତେଣୁ ବିଜେପି ଯେତେବେଳେ ଏ ସବୁ କରୁଥିଲା ଠିକ ଏବେ ଜମ୍ମୁରେ ଶାନ୍ତି ଫେରାଇବା ପାଇଁ ଯଦି କଂଗ୍ରେସ ଉଦ୍ୟମ କରୁଛି ତାହା କେମିତି ଦେଶଦ୍ରୋହ ହେଲା ବୋଲି ପ୍ରଶ୍ନ କଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ତେଣୁ ଏଭଳି ମନ୍ତବ୍ୟ ଗୋଟିଏ ଜାତୀୟ ଦଳର ଅଧ୍ୟକ୍ଷଙ୍କ ଠାରୁ ଗ୍ରହଣୀୟ ନୁହେଁ ।
ନଡ୍ଡା ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅଛନ୍ତି । ଏଠି ଷ୍ଟ୍ରାଇକରେ ନର୍ସ ମାନେ । କାହିଁକି ସେ ଏ ପ୍ରସଙ୍ଗରେ ଆଲୋଚନା କଲେନି ବୋଲି ପ୍ରଶ୍ନ କଲା କଂଗ୍ରେସ । ତେଣୁ ଜାମ୍ମୁ ଓ ହରିୟାଣାରେ ପରାସ୍ତ ହେବାର ପୂର୍ବ ସୂଚନା ଆସିଵାରୁ ବିବ୍ରତ ହୋଇ ସେ ଏ କଥା କହୁଛନ୍ତି ବୋଲି କହିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା।
ଏହି ସାମ୍ବାଦିନ ସମିଳନୀରେ କଂଗ୍ରେସ ଷ୍ଟିୟରିଂ କମିଟିର ସଦସ୍ୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ଅନନ୍ତ ସେଠି, ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ ଏବଂ କଂଗ୍ରେସ ନେତା ଡ଼. ବିଶ୍ୱ ରଞ୍ଜନ ମହାନ୍ତି ଯୋଗ ଦେଇଥିଲେ I

Share196Tweet123
M M

M M

ଆଜିର ପାଗ

Bhubaneswar
February 3, 2026, 1:36 AM
 

N
Clear sky
19°C
0.5 m/s
Apparent: 22°C
Pressure: 1017 mb
Humidity: 85%
Winds: 0.5 m/s N
Windgusts: 5.7 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

February 2, 2026
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

February 2, 2026
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

February 2, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom