ଆସୁଛି ଆଉ ଏକ ବାତ୍ୟା ! ବାତ୍ୟା ‘ଦାନା’ ଯିବା ପରେ ପୁଣି ଏକ ବାତ୍ୟା ଆସୁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟ ଉପରୁ ବାତ୍ୟାର ଭୟ ଟଳି ନାହିଁ। ଚାଇନା ସାଗର ଉପକୂଳରେ ଆଉ ଏକ ବାତ୍ୟାର ସମ୍ଭାବନା ରହିଛି। ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ଏହା ଭୟଙ୍କର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ୟୁରୋପିଆନ ସେଣ୍ଟର ଫର ମିଡିୟମ ରେଞ୍ଜ ଫୋରକାଷ୍ଟ (ଇସିଏମ୍ଡବ୍ଲ୍ୟଏଫ୍) ସମେତ କେତେକ ଅନ୍ତର୍ଜାତୀୟ ପାଣିପାଗ ମଡେଲ ସୂଚନା ଅନୁଯାୟୀ ନଭେମ୍ବର ୬ କିମ୍ବା ୭ ତାରିଖ ବେଳକୁ ଚାଇନା ସାଗରରେ ଥିବା ଘୂର୍ଣ୍ଣିବଳୟ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ। ଏହା ଓଡ଼ିଶା କିମ୍ବା ତାମିଲନାଡୁ ଉପକୂଳମୁହାଁ ହେବାର ସମ୍ଭାବନା ରହିଛି।




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




