• Latest
  • Trending
ବିଜେଡିର ମାଇଣ୍ଡ ଗେମ୍ କୁ ନେଇ ରାଜନୀତି ସରଗରମ

ବିଜେଡିର ମାଇଣ୍ଡ ଗେମ୍ କୁ ନେଇ ରାଜନୀତି ସରଗରମ

November 11, 2024
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

August 3, 2025

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

July 10, 2025

ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି

July 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

July 10, 2025
ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

July 8, 2025

ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜୋରଦାର ପ୍ରଶଂସା

July 8, 2025
  • About
  • Careers
  • Contact Us
Monday, August 4, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେଡିର ମାଇଣ୍ଡ ଗେମ୍ କୁ ନେଇ ରାଜନୀତି ସରଗରମ

by M M
November 11, 2024
in ବଡ଼ ଖବର, ରାଜନୀତି, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ରାଜନୀତିରେ ବୟାନବାଜି ଚାଲିଛି । ବିଜେପି କହୁଛି ବିଜେଡି ନେତା ବିଜେପିରେ ମିଶିବେ । ବିଜେଡି କହୁଛି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବେ ।  ସଂଖ୍ୟାକୁ ନେଇ ଜାରି ରହିଛି ନେତାଙ୍କ ବୟାନବାଜୀ।

ନିର୍ବାଚନ ପରେ ବିଜେପି ସରକାରକୁ ୬ ମାସ ବିତିଲାଣି । ହେଲେ ଦଳ ଭାଙ୍ଗିବା ସଂଖ୍ୟା ଗଣିତକୁ ନେଇ ଜାରି ରହିଛି ବୟାନବାଜୀ।  ବିଜେଡି ନେତା କହିଲେଣି ଆଉ ୧୦ ଦରକାର। ହେଲେ ଆଉ ୧୦ ବିଧାୟକ ଆସିବେ କେଉଁଠୁ । ସେପଟେ ବିଜେପି ବିଧାୟକ କହିଲେଣି ତାଙ୍କର ସଂପର୍କରେ ବିଜେଡିର ୨୭ ବିଧାୟକ। ତେବେ ୨୭ ଆସିଲେ ହେବ କଣ?

ବିଜେପି ନେତା -ବିଜେଡି ନେତା ଏବେ କଥା କହିବାରେ ମାହିର । ଶାସକ ବିଜେପିର ନେତା କହୁଛନ୍ତି ବିଜେଡି ଭାଙ୍ଗିଯିବ । ବିରୋଧୀ ବିଜେଡି ନେତା କହୁଛନ୍ତି ଅପେକ୍ଷା କର ଆମେ ପୁଣି ସରକାର କରିବୁ ।

ବିଜେଡି ନେତା ଅତନୁ କହୁଛନ୍ତି ଆମ ସରକାର ପାଇଁ  ଆଉ ୧୦ ଦରକାର। ହେଲେ ୧୦ ବିଧାୟକ କେମିତି ଆସିବେ ବିଜେପିରୁ ତାହାର ସଂଭାବନା କଣ ? ତାହା କହୁନାହାଁନ୍ତି ।

ଓଡ଼ିଶା ବିଧାନସଭାରେ ମୋଟ ୧୪୭ ବିଧାୟକ ଥିବା ବେଳେ ବହୁମତ ପାଇଁ ଦରକାର ୭୪ ଆସନ। ତେବେ ୨୦୨୪ ନିର୍ବାଚନରେ ବିଜେପି ୭୮ ଆସନ ପାଇ ସରକାର ଗଢିଛି। ଅଧିକା ଚାରି ଆସନ ବିଜେପି ଅଧିକା ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହୋଇଛନ୍ତି । ମୋଦିଙ୍କ ଇମେଜ ପାଇଁ ବିଜେପି ରାଜ୍ୟରେ ସରକାର ଗଠନ କରିଛି ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ପାଖରେ ୫୧ ଆସନ ରହିଛି ।  କଂଗ୍ରେସର ୧୪  ବିଧାୟକ ଅଛନ୍ତି । ସ୍ବାଧୀନ ବିଧାୟକ ଏବଂ ଅନ୍ୟଜଣେ ବିଧାୟକ ମିଶି ରହିଛନ୍ତି ୪ ଜଣ।

ଅତନୁଙ୍କ ପୂର୍ବରୁ ଆଗରୁ ମୁନା ଖାଁ, ବିଜେଡି ସାଂସଦ କହିଥିଲେ ଯେ ତାଙ୍କ ସଂପର୍କରେ ଅଛନ୍ତି ବିଜେପି ବିଧାୟକ। ସେ ଏହି ସଂଖ୍ୟା ୧୪ କହିଥିବା ବେଳେ ଏବେ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ କହିଲେଣି ଆଉ ୧୦ ଦରକାର।

ଅତନୁ ହିସାବ ଦେଇ କହିଛନ୍ତି ବିଜେଡି ୫୧,କଂଗ୍ରେସ ୧୪, ସ୍ବାଧୀନ ୩ ଏବଂ ଆଉ ଜଣେ ସିପିଆଇଏମ ବିଧାୟକ ତାଙ୍କ ସହ ଅଛନ୍ତି, ଏବେ ଆଉ ମାତ୍ର କିଛି  ଦରକାର ମାନେ ତାଙ୍କ ହିସାବରେ ଆଉ  ୧୦। ହେଲେ ୧୦ ଆସିବ କେଉଁଠୁ ? ବିଜେଡି ନେତାଙ୍କ ଦାବି ଅନୁସାରେ ଯଦି ଶାସକ ଦଳର ୧୦ ବିଧାୟକ ପଟ୍ଟ ପରିବର୍ତ୍ତନ କରନ୍ତି ତେବେ ସେମାନେ ଅଯୋଗ୍ୟ ହେବେ। ସେହିପରି କୋର୍ଟରେ କେତେକ ବିଧାୟକଙ୍କର ନିର୍ବାଚନୀ ମାମଲା ଚାଲୁଛି। ତେଣୁ କୋର୍ଟରେ ହାରଜିତ ଉପରେ ବିଜେଡି ନଜର ରଖିଛି କି ? ହେଲେ କହିବାକୁ ଗଲେ ବିଜେଡିର ନେତାଙ୍କ ମାମଲାା ମଧ୍ୟ କୋର୍ଟରେ ରହିଛି । କୋର୍ଟରେ ଏହି ମାମଲା ବର୍ଷ ବର୍ଷ ଧରି ଚାଲିବ । ସେତେବେଳକୁ ପାଂଚ ବର୍ଷ ବିତିଯାଇଥିବ ଏହା ମଧ୍ୟ ନେତାମାନେ ଜାଣିଛନ୍ତି ।

ଅତନୁଙ୍କ ବିଜେଡିର ସଂଖ୍ୟା ଗଣିତକୁ ନେଇ ଜୋର ଧରିଛି ଚର୍ଚ୍ଚା । ବିଜେପିର ପ୍ରଶ୍ନ, ୧୦ ଗଲେ ସେମାନଙ୍କ ସଭ୍ୟ ପଦ ରଦ୍ଦ ହେବ ଏହା ବିଜେଡି ନେତା ଜାଣିବା ଦରକାର ।  ଆସିକା ବିଧାୟକ ସରୋଜ ପାଢୀଙ୍କ ଦାବି କରି କହିଛନ୍ତି ବିଜେଡିର ୨୭ ବିଧାୟକ ବିଜେପି ସଂପର୍କରେ ରହିଛନ୍ତି । ଆଗକୁ କଣ ହେବ ଦେଖିବାକୁ ବାକି ରହିଲା ।

 

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

August 3, 2025

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025

Weather

Bhubaneswar
August 4, 2025, 7:06 pm
 

S
Partly cloudy
28°C
1.1 m/s
Apparent: 34°C
Pressure: 1006 mb
Humidity: 93%
Winds: 1.1 m/s S
Windgusts: 6.6 m/s
UV-Index: 0
Precip.: 0mm /48% / Rain
Sunrise: 5:22 am
Sunset: 6:22 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom