ସେପ୍ଟେମ୍ୱର ୬ ତାରିଖରେ ବିଜେଡିର ରାଜ୍ୟସଭା ସଦସ୍ୟ ପଦରୁ ସୁଜିତ କୁମାର ଇସ୍ତଫା ଦେଇଥିଲେ । ଏହା ପରେ ତାଙ୍କ ଆସନ ଖାଲି ଥିଲା । ଏବେ ତାଙ୍କ ସ୍ଥାନରେ ବିଜେପି କାହାକୁ ରାଜ୍ୟସଭା ପଠାଇବ ତାକୁ ନେଇ ଚର୍ଚ୍ଚା ହେଉଛି । ତେବେ କୁହାଯାଉଛି ବିଜେପି ସୁଜିତ କୁମାରଙ୍କୁ ପୁଣି ଥରେ ରାଜ୍ୟସଭାକୁ ପଠାଇବ ।
ଏହି ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂଖ୍ୟା ଦୃଷ୍ଟିରୁ ବିଜେପି ଏହି ଆସନ ଜିତିବା ନିଶ୍ଚିତ । ସୁଜିତ କୁମାରଙ୍କ ଛଡା ଆଉ କିଛି ରାଜ୍ୟ ବରିଷ୍ଠ ବିଜେପି ନେତାଙ୍କ ନାଁ ଚର୍ଚ୍ଚାରେ ରହିଛି । କିନ୍ତୁ ଦଳ ତାଙ୍କୁ ପଠାଇବ ନାହିଁ । ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଉପସଭାପତି ଗୋଲକ ମହାପାତ୍ର ଙ୍କ ନାମ ଉଠୁଛି କିନ୍ତୁ ଦଳ ତାଙ୍କୁ ପଠାଇବା ଆଶଙ୍କା କମ୍ ।
ମମତା ମହନ୍ତ ଇସ୍ତଫା ଦେବା ପରେ ବିଜେପି ତାଙ୍କୁ ରାଜ୍ୟସଭାକୁ ପୁଣି ପଠାଇଛି । ସେହି ନ୍ୟାୟରେ ସୁଜିତ କୁମାରଙ୍କୁ ଦଳ ପଠାଇପାରେ । ଏହାପରେ ବିଜେଡିର ଆଉ ୭ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଆଉ କିଏ ଦଳ ଡେଇଁବ ସେ ଉପରେ ସମସ୍ତଙ୍କ ନଜର ରହିଛି ।




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




