୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଅଂଶଗ୍ରହଣ କରୁଥିବା ଓଡିଶା ଭିତ୍ତିକ ଫ୍ରାଞ୍ଚାଇଜ କଳିଙ୍ଗ ଲାନ୍ସର୍ସର ଜର୍ସି, ମାସ୍କଟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଦୁଇଟି ଜର୍ସି ରହିଛି । ଉଭୟରେ ଓଡିଶାର ଇତିହାସ, କଳା ଆଦି ପ୍ରତିଫଳିତ ହୋଇଛି।
ମାସ୍କଟର ନାମ ‘ଜିତ’ ରହିଛି। ଚଳିତବର୍ଷ ଟିମ ବେଶ ସନ୍ତୁଳିତ ରହିଛି। ରାଜ୍ୟରୁ ଆଠ ଜଣ ଖେଳାଳି ଏଥିରେ ସାମିଲ ହୋଇଛନ୍ତି। ହକି ଇଣ୍ଡିଆ ଲିଗରେ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




