• Latest
  • Trending
ଫାଇନାନ୍ସିଆଲ ସର୍ଭିସ ମାର୍କେଟରେ ଓଡ଼ିଶାକୁ ସ୍ଥାନ ମିଳୁ

ଫାଇନାନ୍ସିଆଲ ସର୍ଭିସ ମାର୍କେଟରେ ଓଡ଼ିଶାକୁ ସ୍ଥାନ ମିଳୁ

Jan-03-2025 12:22 PM IST
ଶପଥ ନେଉ ନେଉ ନୂଆ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଏମକେ ଷ୍ଟାଲିନ, ଋଣ ବିଷୟକୁ ନେଇ କହିଲେ ଏମିତି…

ଶପଥ ନେଉ ନେଉ ନୂଆ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଏମକେ ଷ୍ଟାଲିନ, ଋଣ ବିଷୟକୁ ନେଇ କହିଲେ ଏମିତି…

May-10-2026 06:24 PM IST
ବିଜୟଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଲେଖିଲେ ଏମିତି କିଛି…

ବିଜୟଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଲେଖିଲେ ଏମିତି କିଛି…

May-10-2026 05:48 PM IST
ବଦଳିଲେ ବାଲିଅନ୍ତା ଥାନା IIC, ୪ ପୋଲିସ ସସ୍‌ପେଣ୍ଡ୍‌

ବଦଳିଲେ ବାଲିଅନ୍ତା ଥାନା IIC, ୪ ପୋଲିସ ସସ୍‌ପେଣ୍ଡ୍‌

May-10-2026 05:35 PM IST
ସର୍ବସମ୍ମତିକ୍ରମେ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେଲେ ହିମନ୍ତ ବିଶ୍ଵଶର୍ମା, ୧୨ରେ ନେବେ ଶପଥ

ସର୍ବସମ୍ମତିକ୍ରମେ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେଲେ ହିମନ୍ତ ବିଶ୍ଵଶର୍ମା, ୧୨ରେ ନେବେ ଶପଥ

May-10-2026 02:42 PM IST
ସାବଧାନ ! ସାବୁନରେ ଧୋଉଛନ୍ତି କି ମୁଣ୍ଡ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ସାବଧାନ ! ସାବୁନରେ ଧୋଉଛନ୍ତି କି ମୁଣ୍ଡ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

May-10-2026 10:58 AM IST
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ

May-10-2026 10:31 AM IST
ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ ଓଡ଼ିଶା ଉପରେ କଣ ରହିବ ଏହାର ପ୍ରଭାବ ?

ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ ଓଡ଼ିଶା ଉପରେ କଣ ରହିବ ଏହାର ପ୍ରଭାବ ?

May-10-2026 10:16 AM IST
ପଞ୍ଚମ ଥର ପାଇଁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହେବେ ରଙ୍ଗା ସ୍ୱାମୀ, ମେ ୧୩ରେ ନେବେ ଶପଥ

ପଞ୍ଚମ ଥର ପାଇଁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହେବେ ରଙ୍ଗା ସ୍ୱାମୀ, ମେ ୧୩ରେ ନେବେ ଶପଥ

May-10-2026 09:31 AM IST
ଆଜିଠୁ ଥାଲାପତି ବିଜୟ ସରକାର, ୧୦ଟାରେ ନେବେ ଶପଥ

ଆଜିଠୁ ଥାଲାପତି ବିଜୟ ସରକାର, ୧୦ଟାରେ ନେବେ ଶପଥ

May-10-2026 08:55 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ପଢନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ପଢନ୍ତୁ…

May-10-2026 08:15 AM IST
  • About
  • Careers
  • Contact Us
Sunday, May 10, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଫାଇନାନ୍ସିଆଲ ସର୍ଭିସ ମାର୍କେଟରେ ଓଡ଼ିଶାକୁ ସ୍ଥାନ ମିଳୁ

ମନି ମ୍ୟାଟର୍ସର ଦ୍ବିତୀୟ କନକ୍ଲେଭ୍: ଓଡ଼ିଶାରେ ଅଛି ଅପାର ସଂଭାବନା

by M M
Jan-03-2025 12:22 PM IST
in ବଡ଼ ଖବର, ମୁଖ୍ୟ ଖବର, ରାଜନୀତି, ରାଜ୍ୟ
0
ଫାଇନାନ୍ସିଆଲ ସର୍ଭିସ ମାର୍କେଟରେ ଓଡ଼ିଶାକୁ ସ୍ଥାନ ମିଳୁ
491
SHARES
1.4k
VIEWS
Share on FacebookShare on Twitter

 

ଭୁବନେଶ୍ବର: ଓଡ଼ିଶାକୁ ଭାରତର ଫାଇନାନ୍ସିଆଲ ମାର୍କେଟରେ ତାର ସ୍ଥାନ ମିଳୁ । ସମୃଦ୍ଧ ରାଜ୍ୟମାନଙ୍କ ଭଳି ଓଡ଼ିଶା ମଧ୍ୟ ଫାଇନାନ୍ସ ମାର୍କେଟରୁ ଯଥେଷ୍ଟ ଲାଭ ପାଇପାରିବ । ଷ୍ଟକ୍ ମାର୍କେଟରେ ଓଡ଼ିଶାରୁ ମାତ୍ର ଦୁଇ ପ୍ରତିଶତରୁ କମ ଯୋଗଦାନ ରହିଛି । ମହାରାଷ୍ଟ୍ର, ତାମିଲନାଡୁ ଭଳି ରାଜ୍ୟଗୁଡ଼ିକ ସେୟାର ମାର୍କେଟରେ ଦବଦବା ଜାରି ରଖିଛନ୍ତି । ଏହି ରାଜ୍ୟଗୁଡ଼ିକର ସେୟାର ମାର୍କେଟରେ 60 ପ୍ରତିଶତରୁ ଅଧିକ ଯୋଗଦାନ ରହିଛି ।  ଆମକୁ ଏ ବିଷୟରେ ସଚେତନତା ଆଣିଲେ ଓଡ଼ିଶା ଏଦିଗରେ ସମୃଦ୍ଧ ହୋଇପାରିବ ।  ଯେତେବେଳେ ଓଡ଼ିଶାର ଜିଡିପି ହାର ରାଷ୍ଟ୍ରୀୟ ଜିଡିପି ହାରଠୁ ଅଧିକା ଆଉ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରହିଛି ସେତେବେଳେ ଏହା ହିଁ ହେଉଛି ଏଭଳି କନକ୍ଳେଭ କରିବାର ଉପଯୁକ୍ତ ସମୟ ବୋଲି ଡିଜିଟାଲ ପ୍ଲାଟଫର୍ମ ନିଉଜରୁମ ପକ୍ଷରୁ ଆୟୋଜିତ ମନି ମ୍ୟାଟରସ ଦ୍ବିତୀୟ ସଂସ୍କରଣରେ ଭାଗନେଇଥିବା ବିଶେଷଜ୍ଞମାନେ ଏଭଳି ମତ ପ୍ରକାଶ କରିଛନ୍ତି ।

ବିଶେଷଜ୍ଞମାନେ ଆହୁରି କହିଛନ୍ତି ଯେ ଓଡ଼ିଶାର ହାତଗଣତି କମ୍ପାନିମାନେ ସେୟାର ମାର୍କେଟରେ ପଂଜୀକୃତ ହୋଇଛନ୍ତି । ଅର୍ଥାତ ଓଡ଼ିଶା କମ୍ପାନିମାନଙ୍କର ରାଜ୍ୟବାହାରେ ଏକ ପରିଚୟ ତିଆରି ହୋଇପାରିନାହିଁ  ।

ଭାରତ ସରକାରଙ୍କର ନବରତ୍ନ କମ୍ପାନିଗୁଡିକ ଜାତୀୟ ଏବଂ ଅନ୍ତର୍ଜାତୀୟ କଂପାନି ଗୁଡିକର ସେୟାର ନକିଣି ଆମ ଲୋକମାନେ ଫିକ୍ସଡ ଡିପୋଜିଟ କରନ୍ତି  । ଏଥିରୁ ଆମ ଲୋକମାନେ କମ ଲାଭବାନ ହୁଅନ୍ତି ।

ଷ୍ଟକ୍ ମାର୍କେଟର କୈାଶଳକୁ ଜାଣିବା ଏବଂ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ କାମ କଲେ ଲାଭବାନ ହେବାର ସଂଭାବନା ରହିଛି । ଫ୍ୟୁଚର ଟ୍ରେଡିଂ ଲୋକଙ୍କୁ ବରବାଦ କଲାବେଳେ ରାତାରାତି ଲାଭ କମାଇବାକୁ ଚାହିଁ ଅନେକ କ୍ଷତି ସହୁଛନ୍ତି । ଫାଇନାନସ ମାର୍କେଟକୁ ଦକ୍ଷତାର ସହିତ ବିନିଯୋଗ କଲେ ଅନ୍ୟ ରାଜ୍ୟର ଲୋକଙ୍କ ଭଳି ଓଡ଼ିଶା ମଧ୍ୟ ସମୃଦ୍ଧ ହୋଇପାରିବ ବୋଲି କହିଥିଲେ ବିଶେଷଜ୍ଞ ।

ଏଥିରେ ପେସ୍ ର କଣ୍ଟ୍ରିହେଡ ପ୍ରିୟଦର୍ଶୀ ବଳ ଯୋଗଦେଇ ସେୟାର ମାର୍କେଟରେ ଇନଭେଷ୍ଟମେଂଟ କରି ଏହାର ସୁଯୋଗ ନେବାପାଇଁ ଆହ୍ବାନ ଦେଇଥିଲେ । ସେ ଆହୁରି କହିଥିଲେ ଓଡ଼ିଆ ବି ଧନୀ ହୋଇପାରିବ । ଭୁବନେଶ୍ବର ସର୍ଭିସ ସେଣ୍ଟର ହୋଇପାରିବ । ଏଠି ହାଇଦ୍ରାବାଦ, ବାଙ୍ଗାଲୋରଠୁ ବେଶୀ ସଂଭାବନା ରହିଛି ।

ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଥିଲେ ଯେ ଆର୍ଥିକ ଉନ୍ନତି କ୍ଷେତ୍ରରେ ଏପରି କନକ୍ଗେଭ ବହୁତ ଆବଶ୍ୟକତା ରହିଛି । ଆମ ଯୁବପିଢ଼ି ରୋଜଗାର ପାଇଁ ଆଜି ସମୟର ଆବଶ୍ୟକତାକୁ ଅନଭୁବ କରିବା ଆବଶ୍ୟକ ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ  ଓଡ଼ିଶା ଆଗାମୀ ଦିନରେ ଆର୍ଥିକ ଅଗ୍ରଗତି କ୍ଷେତ୍ରରେ ଆଗେଇବ । ଏଥିପାଇଁ ସରକାର ନୂଆ ଯୋଜନା କରୁଛନ୍ତି । ଲୋକଙ୍କ ଆୟ ବଢ଼ିବା ପାଇଁ ସରକାର ଭିନ୍ନ ଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।  ଗାଁର ଉନ୍ନତି ହେଲେ ଓଡ଼ିଶାର ଇକୋନୋମି ବଢ଼ିବ । ଶିଳ୍ପାୟନ ରାତି ଅଧିଆ ଆସିବ ନାହିଁ । ସେଥିପାଇଁ ଆମକୁ କାମ କରିବାକୁ ପଡ଼ିବ ।

କଟକ ସହରକୁ ନେଇ ମନ୍ତ୍ରୀ କହିଥିଲେ ଆମ ସମସ୍ତଙ୍କର ଦାୟିତ୍ବ କଟକର ଉନ୍ନତି କରିବା । ଭିଡରୁ ବାହାରି ନିଶ୍ବାସ କିପରି ନେଇହେବ ତାହା ଉପରେ କାମ କରିବା ଆବଶ୍ୟକ । ପୂରୁଣା ଗାରିମାକୁ ନେଇ ଆମେ ଆଗକୁ ଚାଲିବା ।

ଆମ ସରକାର ସମୟରେ କଟକର ବିକାଶ  କରି ଦେଖାଇବୁ । ମାର୍ଚ ମାସ ସୁଧା 91 ହଜାର କୋଟି ଟଙ୍କା ଏ କ୍ଷେତ୍ରରେ ବିନିଯୋଗ ହେବ ବୋଲି ମନ୍ତ୍ରୀ କହିଥିଲେ । ମନ୍ତ୍ରୀ କହିଥିଲେ ଆମେରିକା ଧନୀ କାରଣ ଆମେରିକାର ରାସ୍ତା ଭଲ । ଆମେ ସେ ଦିଗରେ କାର୍ଯ୍ୟ କରୁଛୁ ।

ନିଉଜରୁମ ମୁଖ୍ୟ ସଂପାଦକ ମନୋରଂଜନ ମିଶ୍ର ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ପ୍ରଶ୍ନ କରିଥିଲେ ଯେ ନବୀନ ପଟ୍ଟନାୟକଙ୍କ ସରକାର ଏବଂ ନୂଆ ସରକାର ଭିତରେ କଣ ଫରକ ରହିଛି ?  ତାହା ଉପରେ ମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରରେ କିଛି ଅଧିକାରୀଙ୍କ ହାତରେ କ୍ଷମତା ଥିଲା । ସରକାର ଲୋକଙ୍କ ପାଖରେ ପହଁଚିପାରୁନଥିଲା । ପୂର୍ବ ସରକାର ସମୟରେ ସ୍ବଚ୍ଛତା ନଥିଲା । ସରକାରଙ୍କ ପାଖରେ ଅଭିଯୋଗ ପହଁଚୁନଥିଲା । କାମରେ ଟ୍ରାନସଫରେନସ ରହୁନଥିଲା ଏବେ ସରକାର ଲୋକଙ୍କ ସହ ମିଶୁଛନ୍ତି କାର୍ଯ୍ୟ କରୁଛନ୍ତି । ଅଭିଯୋଗ ଶୁଣୁଛନ୍ତି ।

ଚିଟ ଫଣ୍ଡ ଟଙ୍କା କେବେ ମିଳିବ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଚିଟ ଫଣ୍ଡ କଂପାନିମାନଙ୍କ ଉପରେ ଦଣ୍ଡବିଧାନ କରାଯିବ । ସେମାନଙ୍କଠାରୁ ଟଙ୍କା ଆଦାୟ କରାଯିବ ।  ଦଶ ହଜାର ଭିତରେ ଇନଭେଷ୍ଟ କରିଥିବା ଲୋକଙ୍କୁ ଟଙ୍କା ନିଶ୍ଚିତ ମିଳିବ ।

ଯୁବବର୍ଗଙ୍କ ରୋଜଗାର ଉପରେ ମନ୍ତ୍ରୀ କହିଥିଲେ ରାଜ୍ୟ ସରକାର ରୋଜଗାର ନେଇ ନୂଆ ସଂଭାବନା ଦିଗରେ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ବିଭିନ୍ନ କମ୍ପାନି ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି । ସେମିକଣ୍ଡକର ଏବଂ ନୂଆ ଟେକ୍ନୋଲୋଜିକୁ ନେଇ ଓଡ଼ିଶାର କିପରି ଉନ୍ନତି ହୋଇପାରିବ ତାହା ଉପରେ ସରକାର କାମ କରୁଛନ୍ତି ।

ବିଧାୟିକା ସୋଫିଆ ଫିରଦୋସ କନକ୍ଲେଭରେ ସାମିଲ ହୋଇ କହିଥିଲେ ସେ ଛୋଟବେଳୁ କଟକରେ ସେ ବଢ଼ିଛନ୍ତି । କଟକ ଲୋକଙ୍କ ସହ ସେ ଅଛନ୍ତି । କଟକରେ  ଅନେକ କିଛି କରିବାର ରହିଛି । ସହରକୁ ଆଗକୁ ନେବାକୁ ସରକାର ଅନେକ କାମ କରିବାର ବାକି ରହିଛି । କିଛି ବର୍ଷ ଭିତରେ କଟକରେ ଅନେକ କାମ ଆରମ୍ଭ ହୋଇଛି କିନ୍ତୁ ସରି ନାହିଁ ।  କଟକରେ ବହୁତ ସଂଭାବନା ରହିଛି । ଲୋକାଲ ଲୋକଙ୍କୁ ରୋଜଗାର ଦେବାକୁ ପଡ଼ିବ । ତାଙ୍କୁ ଫୋକସ ଦେବାକୁ ପଡ଼ିବ । ସରକାର ଲୋକଙ୍କ ମୈାଳିକ ଆବଶ୍ୟକତା ପୂରଣ କରିବାର ରହିଛି । ଶିକ୍ଷା, ସ୍ବାସ୍ଥ୍ୟ ଉପରେ କିଛି କରିବାର ରହିଛି ।

ବିଜେପି ନେତା ଜତିନ ମହାନ୍ତି କହିଥିଲେ କଟକରେ ଜନସଂଖ୍ୟା ବଢ଼ୁଛି । ଲୋକଙ୍କ ରୋଜଗାର ମଧ୍ୟ ବଢ଼ୁଛି । କଟକ ସହରରେ ଅନେକ ଆଧୁନିକ କରିବାକୁ ପଡ଼ିବ । ଭିତ୍ତିଭୂମି ବଢ଼ାଇବାକୁ ପଡ଼ିବ । ବାଣିଜ୍ୟକୁ ଗୁରୁତ୍ବ ଦେବାକୁ ପଡ଼ିବ । ଏବେ କଟକରେ ସ୍ଥାନର ଅଭାବ ରହିଛି । ଯେତିକି ସ୍ଥାନ ରହିଛି ତାହାରି ଉପରେ ଆମକୁ କାମ କରିବାକୁ ପଡ଼ିବ । ସରକାରଙ୍କ ଯେଉଁ ଦାୟିତ୍ବ ରହିଛି ତାହା ନିଶ୍ଚୟ କରିବେ । ଆଧୁନିକ କଟକ ନିର୍ମାଣ କରିବା ଆମ ସମସ୍ତଙ୍କର ଦାୟିତ୍ବ ।

ସ୍ବାମୀ ସୁଧାନନ୍ଦ ସରସ୍ବତୀ କାର୍ଯ୍ୟକ୍ରମରେ ଭାଗନେଇ କହିଥିଲେ ଟଙ୍କା ଥିଲେ ମଣିଷ ଖୁସି ପାଏ ନାହିଁ । ଖୁସିରେ ରହି ଟଙ୍କା ପାଇଲେ ତାହା ଶାନ୍ତି ଦେଇଥାଏ ।  ମଣିଷ ଯାହା ରୋଜଗାର କରେ ସଦାବେଳେ ନିଜର କୁହେ । ଅଧିକ ଟଙ୍କା ରୋଜଗାର କରିବ  କାହା ପାଇଁ ? ବୋଲି ସ୍ବାମୀଜୀ ପ୍ରଶ୍ନ କରିଥିଲେ । ତେବେ ସ୍ବାମୀଜୀ କହିଥିଲେ ମଣିଷର  ସାମାଜିକ ଦାୟିତ୍ବ ରହିବା ନିହାତି ଦରକାର । ଯେଉଁମାନଙ୍କ ପାଖରେ ଟଙ୍କା ଅଛି ସେମାନଙ୍କୁ ଆମେ ଖୁସିରେ ଥିବା କହିପାରିବା ନାହିଁ  । ଟଙ୍କା ଶାନ୍ତି ଦେଇପାରେ ନାହିଁ । ଯାହା ପାଖରେ ଟଙ୍କା ନାହିଁ ସେ ଶାନ୍ତିରେ ନାହିଁ । ଯାହା ପାଖରେ ଟଙ୍କା ଅଛି ସେ ମଧ୍ୟ ଶାନ୍ତିରେ ରହିପାରୁନାହିଁ । ତେଣୁ ଖୁସି, ଶାନ୍ତି, ନିଜ ପାଖରେ ଅଛି, ତାହା ଜାଣିବା ଦରକାର ବୋଲି ସ୍ବାମୀଜୀ କହିଥିଲେ ।

କଟକ ମେୟର ସୁବାସ ସିଂହ କହିଥିଲେ କଟକ ସହର ହଜାର ବର୍ଷର ସହର । କିଛି ବର୍ଷ ମଧ୍ୟରେ ସହରରେ ଅନେକ ବିକାଶ କାମ ହୋଇଛି । ଆମେ କଟକ ସହରକୁ ସବୁଜ, ସୁନ୍ଦର କରିବା ପାଇଁ କାମ କରୁଛୁ । ଲୋକଙ୍କ ସହ ମିଶି କଟକର ଉନ୍ନତି କରିବା ପାଇଁ ଚେଷ୍ଟା କରୁଛୁ । କଟକ ବର୍ଷ ବର୍ଷ ଧରି ଓଡ଼ିଶାର ବଡ଼ ମାର୍କେଟ ରହିଛି । ଏଠି ଅନେକ ସୁଯୋଗ ରହିଛି । କଟକ ସହରରେ ଆଉ ଅନେକ କିଛି କାମ କରିବାକୁ ବାକି ଅଛି ।

କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଶିଳ୍ପପତି , ନିବେଶକ, ସିନର୍ଜୀ ଗ୍ରୁପର ଚେୟାରମ୍ୟାନ ବିନୋଦ ଦାଶ, ଭାରତ ମସଲାର ଏମଡି ସୁଶାନ୍ତ ପଣ୍ଡା, ଏବଂ ପୂର୍ବତନ ଆଇଆରଏସ ସମ୍ବିତ ତ୍ରିପାଠୀ ଉପସ୍ଥିତ ରହି ନିଜର ମତବ୍ୟକ୍ତ କରିଥିଲେ ।

 

 

Tags: bjdbjpcongressnewsnewsroomodishapolitics
Share196Tweet123
M M

M M

ଆଜିର ପାଗ

Bhubaneswar
May 10, 2026, 8:14 PM
 

NE
Mainly clear
27°C
0.3 m/s
Apparent: 32°C
Pressure: 1010 mb
Humidity: 90%
Winds: 0.3 m/s NE
Windgusts: 9.9 m/s
UV-Index: 0
Precip.: 2.5mm /75% / Rain
Sunrise: 5:12 AM
Sunset: 6:13 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom