• Latest
  • Trending
ମୁଁ ଯେତେବେଳେ ମରିସସ୍ ଆସେ, ସେତେବେଳେ ଲାଗୁଛି ଯେମିତି ମୁଁ ନିଜ ଲୋକଙ୍କ ଭିତରେ ଅଛି: ପ୍ରଧାନମନ୍ତ୍ରୀ

ମୁଁ ଯେତେବେଳେ ମରିସସ୍ ଆସେ, ସେତେବେଳେ ଲାଗୁଛି ଯେମିତି ମୁଁ ନିଜ ଲୋକଙ୍କ ଭିତରେ ଅଛି: ପ୍ରଧାନମନ୍ତ୍ରୀ

Mar-12-2025 11:03 AM IST
ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

Dec-09-2025 09:08 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-09-2025 08:30 AM IST
ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

Dec-08-2025 04:51 PM IST
ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

Dec-08-2025 02:57 PM IST
ଇଣ୍ଡିଗୋ ଏୟାରଲାଇନ୍ସର ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

ଇଣ୍ଡିଗୋ ଏୟାରଲାଇନ୍ସର ଆଜି ୩୫୦ରୁ ଅଧିକ ଫ୍ଲାଇଟ୍ ବାତିଲ୍, ବଢ଼ୁଛି ଯାତ୍ରୀ ଅସନ୍ତୋଷ

Dec-08-2025 10:26 AM IST
ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

Dec-08-2025 10:15 AM IST
କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

Dec-08-2025 10:08 AM IST
ଉତ୍ସବ ମୁଖର ବାରବାଟୀ: ଟି-୨୦ ମହାସମର ପାଇଁ ପ୍ରସ୍ତୁତି ଶେଷ

ଉତ୍ସବ ମୁଖର ବାରବାଟୀ: ଟି-୨୦ ମହାସମର ପାଇଁ ପ୍ରସ୍ତୁତି ଶେଷ

Dec-08-2025 09:32 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-08-2025 09:21 AM IST

‘ମେହବୁବା’ ଗୀତ ବାଜୁଥିବା ବେଳେ କ୍ଲବରେ ମୃତ୍ୟୁର ତାଣ୍ଡବ : ଅଗ୍ନିକାଣ୍ଡରେ ୨୫ ମୃତ

Dec-07-2025 06:45 PM IST
  • About
  • Careers
  • Contact Us
Tuesday, December 9, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ମୁଁ ଯେତେବେଳେ ମରିସସ୍ ଆସେ, ସେତେବେଳେ ଲାଗୁଛି ଯେମିତି ମୁଁ ନିଜ ଲୋକଙ୍କ ଭିତରେ ଅଛି: ପ୍ରଧାନମନ୍ତ୍ରୀ

by newsroom
Mar-12-2025 11:03 AM IST
in ବଡ଼ ଖବର, ରାଜନୀତି
0
ମୁଁ ଯେତେବେଳେ ମରିସସ୍ ଆସେ, ସେତେବେଳେ ଲାଗୁଛି ଯେମିତି ମୁଁ ନିଜ ଲୋକଙ୍କ ଭିତରେ ଅଛି: ପ୍ରଧାନମନ୍ତ୍ରୀ
491
SHARES
1.4k
VIEWS
Share on FacebookShare on Twitter

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ମରିସସରେ ଭାରତୀୟ ସମ୍ପ୍ରଦାୟ ଏବଂ ଭାରତର ବନ୍ଧୁମାନଙ୍କର ଏକ ସମାବେଶକୁ ଆଜି ତ୍ରିୟାନନ କନଭେନସନ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୃତ୍ତିଗତ, ସାମାଜିକ-ସାଂସ୍କୃତିକ ସଂଗଠନ ଏବଂ ବ୍ୟବସାୟୀ ନେତାଙ୍କ ସମେତ ପ୍ରବାସୀ ଭାରତୀୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ ମରିସସର ଅନେକ ମନ୍ତ୍ରୀ, ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ରାମଗୁଲାମ ଘୋଷଣା କରିଥିଲେ ଯେ ମରିସସ୍ ଜାତୀୟ ଦିବସ ପାଳନ ଅବସରରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏହାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର୍ ଆଣ୍ଡ୍ କି ଅଫ୍ ଦି ଇଣ୍ଡିଆନ୍ ଓସେନ୍ (ଜିସିଏସକେ)’ ପ୍ରଦାନ କରିବ। ଏହି ଅସାଧାରଣ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବନ୍ଧୁତା ଏବଂ ଦୁଇ ଦେଶ ମଧ୍ୟରେ ଜୀବନ୍ତ ତଥା ସ୍ୱତନ୍ତ୍ର ସମ୍ପର୍କକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନ ପାଇଁ ଧନ୍ୟବାଦ ଜଣାଇଥିଲେ । ଏକ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ସେ ପ୍ରଧାନମନ୍ତ୍ରୀ ରାମଗୁଲାମ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ବୀଣା ରାମଗୁଲାମଙ୍କୁ ଓସିଆଇ କାର୍ଡ ପ୍ରଦାନ କରିଥିଲେ। ଜାତୀୟ ଦିବସ ଅବସରରେ ମରିସସର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଦୁଇ ଦେଶର ମିଳିତ ଐତିହାସିକ ଯାତ୍ରାକୁ ମନେ ପକାଇଥିଲେ । ମରିସସର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ସାର୍ ସିଉସାଗୁର ରାମଗୁଲାମ, ସାର୍ ଅନିରୁଦ ଯୁଗନାଥ, ମଣିଲାଲ ଡକ୍ଟର ଏବଂ ଅନ୍ୟମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମରିସସର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ତାଙ୍କ ପାଇଁ ସମ୍ମାନର ବିଷୟ ବୋଲି କହିଥିଲେ। ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କର ଭିତ୍ତିଭୂମି ସୃଷ୍ଟି କରୁଥିବା ମିଳିତ ଐତିହ୍ୟ ଏବଂ ପାରିବାରିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମରିସସରେ ଥିବା ଭାରତୀୟ ବଂଶୋଦ୍ଭବ ସମ୍ପ୍ରଦାୟ କିପରି ସେମାନଙ୍କର ସାଂସ୍କୃତିକ ମୂଳକୁ ସୁରକ୍ଷିତ ରଖିଛନ୍ତି ଏବଂ ପୋଷଣ କରିଛନ୍ତି ତାହାକୁ ପ୍ରଶଂସା କରିଥିଲେ । ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ମରିସସ୍ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ମରିସସରେ ଥିବା ଭାରତୀୟ ବଂଶୋଦ୍ଭବ ସପ୍ତମ ପିଢ଼ିର ଲୋକଙ୍କୁ ଓସିଆଇ କାର୍ଡ ଉପଲବ୍ଧ କରାଯାଇପାରିବ। ଗିରମିଟିଆ ପରମ୍ପରାକୁ ଆଗେଇ ନେବା ପାଇଁ ଭାରତ ଅନେକ ପଦକ୍ଷେପକୁ ସମର୍ଥନ କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
December 9, 2025, 2:06 PM
 

N
Mainly clear
27°C
2.1 m/s
Apparent: 16°C
Pressure: 1016 mb
Humidity: 79%
Winds: 2.1 m/s N
Windgusts: 6.1 m/s
UV-Index: 0
Precip.: 0mm /0% / Rain
Sunrise: 6:10 AM
Sunset: 5:07 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

December 9, 2025
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

December 9, 2025
ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

December 8, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom