• Latest
  • Trending
ଅପରେସନ ସ୍ପାଇଡର ଓ୍ବେବ୍

ଅପରେସନ ସ୍ପାଇଡର ଓ୍ବେବ୍

Jun-03-2025 03:07 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-29-2026 12:27 PM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
  • About
  • Careers
  • Contact Us
Sunday, March 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଅପରେସନ ସ୍ପାଇଡର ଓ୍ବେବ୍

ଏହି ବୁଢ଼ିଆଣୀ ଜାଲ ଏତେ ବିଷାକ୍ତ ଆଉ ଭୟଙ୍କର ହୋଇପାରେ ତାହା ରୁଷ କେବେ ଅନୁଭବ କରିନଥିଲା

by newsroom
Jun-03-2025 03:07 PM IST
in ବଡ଼ ଖବର
0
ଅପରେସନ ସ୍ପାଇଡର ଓ୍ବେବ୍
491
SHARES
1.4k
VIEWS
Share on FacebookShare on Twitter

ଅପରେସନ ସ୍ପାଇଡର ଓ୍ବେବ୍ ଯାହାକୁ ଓଡ଼ିଆରେ ଆମେ ବୁଢ଼ିଆଣି ଜାଲ ବୋଲି କହିପାରିବା । ଏହି ବୁଢ଼ିଆଣୀ ଜାଲ ଏତେ ବିଷାକ୍ତ ଆଉ ଭୟଙ୍କର ହୋଇପାରେ ତାହା ରୁଷ କେବେ ଅନୁଭବ କରିନଥିଲା । ତିନି ବର୍ଷ ଧରି ରୁଷ ଆଉ ୟୁକ୍ରେନ ଭିତରେ ଯୁଦ୍ଧ ଚାଲିଛି । ୟୁକ୍ରେନ ବୁଲି ବୁଲି ୟୁରୋପ ଆଉ ଆମେରିକାଠାରୁ ସାହାଯ୍ୟ ମାଗୁଛି, କିନ୍ତୁ ଯୁଦ୍ଧ ବନ୍ଦ ହେଉନାହିଁ । ଏହା ଭିତରେ ଅପରେସନ ସ୍ପାଇଡର ଓ୍ବେବ ବା ବୁଢ଼ିଆଣି ଜାଲ ୟୁକ୍ରେନର ବୁଦ୍ଧିମତା ଆଉ ଶକ୍ତିକୁ ପୁଣି ଥରେ ପ୍ରଦର୍ଶନ କରିଛି । ଯୁଦ୍ଧ ଯେ କେବଳ ବଡ଼ ବଡ଼ ମିଜାଇଲ ବା ଅସ୍ରରେ ଲଢ଼ାଯାଏ ନାହିଁ । ଯୁଦ୍ଧ ମୁଣ୍ଡରେ ଲଢ଼ାଯାଏ । ଆଉ ଡ୍ରୋନରେ ବି ଲଢ଼ାଯାଇପାରେ । ରୁଷ ଯେ ୟୁକ୍ରେନକୁ ଧୂଳିସାତ କରିଦେବ । ୟୁକ୍ରେନକୁ ନିଜ ଦେଶରେ ମିଶାଇଦେବ । ଏହା ଏତେ ସହଜ ନୁହେଁ । ଏବେ ତାହା ପ୍ରମାଣିତ ହୋଇଛି । ଚାରି ହଜାର କିଲୋମିଟର ଦୂରରୁ ୟୁକ୍ରେନ ରଷିଆ ଭିତରେ ଏକ ବଡ଼ ଧରଣର ଆଟାକ କରିଛି । ଏହି ଆଟାକ୍ ଡ୍ରୋନ ଦ୍ବାରା ହୋଇଛି । ଆଟାକରେ ରୁଷର 40 ଟି ଯୁଦ୍ଧ ବିମାନ ଧ୍ବଂସ ପାଇଛି । ଆଉ ଏସବୁ ସଂଗଠିତ ହୋଇଛି ଅତି ସତର୍କତାର ସହ । ବୁଦ୍ଧିମତାର ସହ ।
ରଷିଆ ଭିତରେ ବୁଲୁଥିଲା ଏକ ଟ୍ରକ । ଏହି ଟ୍ରକ ଭିତରେ ଥିଲା 117ଟି ଡ୍ରୋନ । ଯେଉଁ ଟ୍ରକକୁ ରଷିଆର ଗୁଇନ୍ଦା ବିଭାଗ କେବେ ସନ୍ଦେହ କରିପାରୁନଥିଲା । ଟ୍ରକ ଭିତରେ ଥିଲା ଏଫପିଭି (ଫାଷ୍ଟ ପରସନ ଭ୍ୟୁ) ଡ୍ରୋନ । ଟ୍ରକ ଭିତରେ ଥିବା ଏହି ଡ୍ରୋନ ଗୁଡ଼ିକ , ରଷିଆର ଏୟାର ବେସ ଆଡ଼କୁ ଆସୁଥିଲା । ଉପରକୁ ଜଣାପଡୁଥିଲା ଟ୍ରକରେ ସାଧାରଣ ମାଲ ପରିବହନ ହେଉଛି । କିନ୍ତୁ ଏହା ଭିତରେ ଯେ ମାରାତ୍ମକ ଅସ୍ତ୍ର ସବୁ ଯାଉଛି ଏବଂ ରଷିଆର ଟିୟୁ 95, 22 ଏମ 3 ବମରସ କୁ ଧ୍ବଂସ କରିବାର ଶକ୍ତି ରହିଥିବା ଏକଥା ରଷିଆ ଜାଣିପାରିନଥିଲା । ରଷିଆର ଏୟାର ଡିଫେନସ ସିଷ୍ଟମ ବଡ଼ ବଡ଼ ଏୟାର ଷ୍ଟ୍ରାଇକକୁ ମୁକାବିଲା କରିବା ପାଇଁ ତିଆର କରାଯାଇଛି । କିନ୍ତୁ ଅଳ୍ପ ଉଚ୍ଚରେ ଉଡୁଥିବା ଛୋଟ ଡ୍ରୋନ ପାଇଁ ଏହି ଡିଫେନସ ବ୍ୟବସ୍ଥା କାମ କରିବାରେ ଅକ୍ଷମ । ରଷିଆର ରାଡାର ବ୍ୟବସ୍ଥା ଅତି ଉପରେ ଉଡୁଥିବା ଏୟାରକ୍ରାପ୍ଟ ଆଉ ମିଜାଇଲ ପାଇଁ ଉଦ୍ଦିଷ୍ଟ । ତେଣୁ ଛୋଟ ଡ୍ରୋନଗୁଡ଼ିକୁ ଏହା ଚିହ୍ନିପାରିଲା ନାହିଁ । ତେଣୁ ଏହି 117ଟି ଡ୍ରୋନ ଯାହା ଏୟାର ବେସ ର ଅତି ନିକଟରୁ ବିସ୍ପୋରକ ସହ ଥିଲା । 4000 କିଲୋମିଟର ଦୂରରୁ ରିମୋଟ ସହାୟତାରେ ୟୁକ୍ରେନରୁ କରାଯାଇଥିବା ଆଟାକ୍ ରଷିଆର 34 ପ୍ରତିଶତ କ୍ରୁସ ମିଜାଇଲକୁ ଧ୍ବଂସ କରିବାରେ ସକ୍ଷମ ହେଲା । ଯୁଦ୍ଧର ଦିଗ ବଦଳୁଛି, ମଣିଷର ଚିନ୍ତା କରିବାର ଶକ୍ତି ଭିନ୍ନ ଢ଼ଙ୍ଗରେ କାମ କରୁଛି, ଆଉ ଡ୍ରୋନ ଯୁଦ୍ଧର ଗତିକୁ ବଦଳାଇ ଦେଉଛି । ୟୁକ୍ରେନ ଭଳି ଛୋଟ ଦେଶ ଡ୍ରୋନ ମାଧ୍ୟମରେ ରୁଷକୁ ଚ୍ୟାଲେଂଜ ଦେଉଛି । ମୁଁ ଆପଣଙ୍କୁ ଚାଇନାର ଅଦଭୂତ ଧରଣର ଡ୍ରୋନ ବିଷୟରେ କହିବାକୁ ଚାହିଁବି । ଏ କୁନି କୁନି ଡ୍ରୋନ ସବୁ ଚାଇନା ଦ୍ବାରା ତିଆରି ହୋଇଛନ୍ତି । ଯାହା ଚଢ଼େଇ ବୋବାଇଲା ଭଳି ଶବ୍ଦ କରିବେ । ଆଉ ଆକାଶରେ ଡ୍ରୋନ ଗୁଡ଼ିକର ଚଢ଼େଇ ଉଡିବା ଭଳି ଆପଣଙ୍କୁ ଦେଖାଯିବ । କିନ୍ତୁ ଚଢ଼େଇ ଭଳି ଦେଖାଯାଉଥିବା ଡ୍ରୋନଗୁଡ଼ିକ ଥିବେ ଅତ୍ୟନ୍ତ ମାରାତ୍ମକ । 2025 ମସିହାରେ ଚାଇନାର ମିଲିଟାରି ଇଣ୍ଟେଲିଜେଂଟସ ଟେକ୍ ଏକ୍ସପୋ ରେ ଏହି ସବୁ ଡ୍ରୋନ ସବୁ ପ୍ରଦର୍ଶିତ ହୋଇଥିଲା । ଡ୍ରୋନ ଗୁଡ଼ିକ ଘରଚଟିଆ ଭଳି, ହଂସ, ଇଗଲ ଭଳି ଦେଖିବାକୁ ଥିଲା । ଆଉ ଏମାନେ ବଡ଼ ବଡ଼ ଯୁଦ୍ଧ କରିବାରେ ସକ୍ଷମ । ଏହି ଡ୍ରୋନ ଗୁଡ଼ିକୁ ଏଭଳି ତିଆରି କରାଯାଇଛି ଯେ ଆପଣ ଗୋଟିଏ ଚଢ଼େଇ ଆଉ ଡ୍ରୋନ ଭିତରେ କୈାଣସି ପାର୍ଥକ୍ୟ ପାଇବେ ନାହିଁ । ଏହାରି ଭିତରେ ମାଇକ୍ରୋ କ୍ୟାମେରା ଥିବ ଏବଂ ଯୁଦ୍ଧାସ୍ତ୍ର ସବୁ ଲୁଚି ରହିଥିବ । ଯେଉଁଥିରେ ଜିପିଏସ, ସାଟେଲାଇଟ କମୁନିକେସନ ସବୁ ଥିବ । ଆଉ ଚାଇନା ଏହି ଚଢ଼େଇ ଭଳି ଦେଖାଯାଉଥିବା ଡ୍ରୋନରୁ ରକ୍ଷା ପାଇବା ପାଇଁ ମଧ୍ୟ କେ 25 ନାମରେ ଗୋଟିଏ ଏୟାର ଡିଫେନସ ବ୍ୟବସ୍ଥା ନିଜ ସୁରକ୍ଷା ପାଇଁ ତିଆରି କରିଛି । ମୁଁ ଏବେ ଆପଣମାନଙ୍କୁ ପୃଥିବୀରେ ଡ୍ରୋନ ଦ୍ବାରା ମୃତ୍ୟୁବରଣ କରିଥିବା କିଛି ବୈଜ୍ଞାନିକ ଏବଂ ଜିହାଦିଙ୍କର ଉଦାହରଣ ଦେବାପାଇଁ ଚାହିଁବି । 2020 ମସିହାରେ ଇରାନରେ ଏଭଳି ଘଟଣା ଘଟିଥିଲା । ଇରାନରେ ଆଣବିକ ବୋମା ତିଆରିରେ ମୁଖ୍ୟ ଭୂମିକାରେ ଥିବା ବୈଜ୍ଞାନିକ ଥିଲେ ଫକିରଯାଦେ । ଯାହାଙ୍କୁ ନଭେମ୍ବର27 , 2020 ରେ ହତ୍ୟା କରାଗଲା । ଏହି ହତ୍ୟାକାଣ୍ଡ ଇସରାଏଲ ଗୁଇନ୍ଦା ସଂସ୍ଥା ମୋସାଦ କରିଥିଲା । ସେହି 2020 ମସିହାରେ କ୍ବାସେମ ସୋଲେମାନଙ୍କୁ ଆମେରିକା ଡ୍ରୋନ ଦ୍ବାରା ହତ୍ୟା କରିଥିଲା । ସୋଲେମାନ ଥିଲା ଇରାନ ମିଲିଟ୍ରିର ଜଣେ ପ୍ରମୁଖ ବ୍ୟକ୍ତି । ଯାହାଙ୍କୁ ହତ୍ୟା କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦେଶ ଦେଇଥିଲେ । ଆଉ ଜଣେ ବ୍ୟକ୍ତି ହେଉଛନ୍ତି ଅଲ ଜବାହିରି ଯାହାଙ୍କର ମୃତ୍ୟୁ ହୋଇଥିଲା ଡ୍ରୋନରେ । ଯବାହିରି , ଅଲକାଏଦାର ଲଢ଼ୁଆ ନେତା ଥିଲେ । ଯିଏ ଓସମାବିନ ଲାଡେନର ଅତ୍ୟନ୍ତ ପାଖ ଲୋକ ଥିଲେ । ଜୁଲାଇ , 31, 2022ରେ ତାଙ୍କୁ ହତ୍ୟା କରାଗଲା । ସାରା ପୃଥିବୀରେ ଜିହାଦି ତିଆର କରିବା ଏବଂ ଆମେରିକାର ଟୁଇନ ଟାଓ୍ବାର ଧ୍ବଂସ କରିବାରେ ଯଓ୍ବାହିର ହାତ ଥିଲା । ଏକା ଢ଼ଙ୍ଗରେ ଅବୁ ବକର ଅଲବାଗଦାଦିକୁ ଡ୍ରୋନ ସାହାଯ୍ୟରେ ଆମେରିକା ହତ୍ୟା କଲା । ଏହା କିପରି ସଂଭବ । ଏହି ଡ୍ରୋନ ଭିତରେ ଅଛି ଅତ୍ୟାଧୁନିକ କ୍ୟାମେରା ଯାହା ସାଟେଲାଇଟ ସହ ସଂପୃକ୍ତ । ଯାହା ନିଜର ଟାର୍ଗେଟକୁ ଭଲ ଭାବରେ ନିରୀକ୍ଷଣ କରାଯାଏ । ଆଉ ନିର୍ଦିଷ୍ଟ ସ୍ଥାନରେ କେବଳ ଟାର୍ଗେଟ ଉପରେ ଆଟାକ୍ ହୁଏ । ଏହା ଦ୍ବାରା କେହି ସାଧାରଣ ଲୋକ ମୃତାହତ ହୁଅନ୍ତି ନାହିଁ, ଜନଜୀବନ କ୍ଷତି ହୁଏ ନାହିଁ । ଯେଉଁମାନଙ୍କୁ ଟାର୍ଗେଟ କରାଯାଏ ସେମାନଙ୍କ ଗତିବିଧି ଉପରେ ନିରୀକ୍ଷଣ କରାଯାଏ । ସକାଳୁ ରାତି ଭିତରେ ଯାହା କରିଥାନ୍ତି, ସେମାନଙ୍କ ଚଳପ୍ରଚଳକୁ ଲକ୍ଷ କରାଯାଏ ଏବଂ ଡ୍ରୋନ ସାହାଯ୍ୟରେ ନିର୍ଦିଷ୍ଟ ଜାଗାରେ ସେମାନଙ୍କୁ ହତ୍ୟା କରାଯାଇଥାଏ । ବାଲକୋନିରେ ବସି ଖବର କାଗଜ ପଢ଼ିବା ସମୟରେ ହେଉ, କାରରେ ଯାତ୍ରା କରିବା ବେଳେ ହେଉ, ଡ୍ରୋନ ଯୋଗେ ଏମାନଙ୍କ ମୃତ୍ୟୁ ହୋଇଛି । ଜିହାଦିମାନଙ୍କ ବଡ଼ ଭୟ ହେଉଛି ଯେ କୈାଣସି ସ୍ଥାନରେ ଯେକୈାଣସି ମୂହୁର୍ତରେ ଏଆଇ ପରିଚାଳିତ ଡ୍ରୋନ ସାହାଯ୍ୟରେ ଜୀବନ ଚାଲିଯିବ । ଯାହା ଜାଣିବା କଷ୍ଟକର । ଏହି ଡ୍ରେନ୍ ଯୁଦ୍ଧ ସବୁ ନିରବରେ ହୁଏ । ଯାହା ବଡ଼ ଧରଣର କ୍ଷତି ଘଟାଏ । ଜୀବନ ଯାଏ । ଡ୍ରୋନ ଏକ ଭୟଙ୍କର ଅସ୍ତ୍ର । ଅପରେସନ ସିନ୍ଦୂର ବେଳେ ବି ଏହାର ଭୂମିକା ଥିଲା । ମଣିଷର ବୁଦ୍ଧି ସୂକ୍ଷ୍ମ ଆଉ ସରଳ ହେଉଛି । ଯୁଦ୍ଧ କେବଳ ମିଜାଇଲ ବା ବଡ଼ ବଡ଼ ଏୟାର କ୍ରାପ୍ଟ ମାଧ୍ୟମରେ ଲଢ଼ାଯାଉନି । ଲଢ଼ାଯାଉଛି ଡ୍ରୋନ ସାହାଯ୍ୟରେ, ଯାହା ଏଗୁଡ଼ିକ ଠାରୁ ଅଧିକ ଘାତକ ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
March 29, 2026, 6:34 PM
 

S
Partly cloudy
30°C
2.6 m/s
Apparent: 32°C
Pressure: 1006 mb
Humidity: 86%
Winds: 2.6 m/s S
Windgusts: 8.7 m/s
UV-Index: 0
Precip.: 0mm /35% / Rain
Sunrise: 5:42 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom