• Latest
  • Trending
ଗ୍ରୀଷ୍ମଛୁଟି ପରେ ପିଲାମାନଙ୍କୁ କେତୋଟି ନୂଆ କଥା କରିବା ପାଇଁ ପଡ଼ିବ

ଗ୍ରୀଷ୍ମଛୁଟି ପରେ ପିଲାମାନଙ୍କୁ କେତୋଟି ନୂଆ କଥା କରିବା ପାଇଁ ପଡ଼ିବ

Jun-10-2025 09:04 AM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ଗ୍ରୀଷ୍ମଛୁଟି ପରେ ପିଲାମାନଙ୍କୁ କେତୋଟି ନୂଆ କଥା କରିବା ପାଇଁ ପଡ଼ିବ

by newsroom
Jun-10-2025 09:04 AM IST
in ବିଶେଷ
0
ଗ୍ରୀଷ୍ମଛୁଟି ପରେ ପିଲାମାନଙ୍କୁ କେତୋଟି ନୂଆ କଥା କରିବା ପାଇଁ ପଡ଼ିବ
491
SHARES
1.4k
VIEWS
Share on FacebookShare on Twitter

ଏ ବର୍ଷ ତାମିଲନାଡୁର ସ୍କୁଲ ଗୁଡ଼ିକ ଗ୍ରୀଷ୍ମ ଛୁଟି ପରେ ନୂଆ ଢ଼ଙ୍ଗରେ ଖୋଲିଛି । ଗ୍ରୀଷ୍ମଛୁଟି ପରେ ପିଲାମାନଙ୍କୁ କେତୋଟି ନୂଆ କଥା କରିବା ପାଇଁ ପଡ଼ିବ । ଶିଖିବା ପାଇଁ ପଡ଼ିବ । ଆମେ ମଧ୍ୟବିତ ଶ୍ରେଣୀର ବାପାମାଆ ମାନେ ପିଲାମାନଙ୍କୁ ଚାକିରି କରିବା ପାଇଁ ପାଠ ପଢ଼ାଇଥାଉ । ମଧ୍ୟବିତଙ୍କ ମନକୁ ଜାଣି ଇଂରାଜି ମିଡିୟମ ସ୍କୁଲ ଗୁଡ଼ିକ ମେଡିକାଲ, ଇଂଜିନିୟରିଂ ତଥା ଆଇଟିରେ କିଭଳି ପାଠ ପଢ଼ିହେବ ଆଉ ଚାକିରି କରିହେବ ତାକୁ ଆଖିଆଗରେ ରଖି ପିଲାଙ୍କୁ ସେଇ ଦିଗରେ ନେଇଥାଆନ୍ତି । ଏବର୍ଷ ତାମିଲନାଡୁରେ ସରକାର ନିଷ୍ପତ୍ତି ନେଇଛନ୍ତି ପ୍ରତିଦିନ ବା ସପ୍ତାହରେ ଅନ୍ତତଃ ଗୋଟିଏ କ୍ଲାସ କମ୍ପଲସରି ରିଡିଂ ଆଓ୍ବାର ଭାବେ ରଖିବେ । ଏହାରା ଅର୍ଥ ହେଉଛି ସ୍କୁଲର ସିଲାବସ ବାହାରେ ପିଲାମାନେ ଅନ୍ୟାନ୍ୟ ବହି ,ଯଥା ଗପ , ଉପନ୍ୟାସ, ଏବଂ ଅନ୍ୟାନ୍ୟ ନିଜ ପସନ୍ଦର ବହି ସବୁ ପଢ଼ିବେ ।
ଏହାଦ୍ବାରା ପିଲାମାନଙ୍କର ବୈାଦ୍ଧିକ ଉନ୍ନତି ହେବ । ପିଲାମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସ୍କୁଲ ଲାଇବ୍ରେରୀ ସହିତ ଯୋଡ଼ାଯିବ । ଅଧିକରୁ ଅଧିକ ମାଗାଜିନ , ଆଉ ଅନ୍ୟାନ୍ୟ ବହି କିଭଳି ପାଇପାରିବେ ସେ ଦିଗରେ ଚେଷ୍ଟା କରାଯିବ । ଅନ୍ୟ ଏକ ନିଷ୍ପତ୍ତି ହେଉଛି ପିଲାମାନଙ୍କୁ ସାଇବର ସିକ୍ୟୁରିଟି ଟ୍ରେନିଂ ଦିଆଯିବ । ଯେତେବେଳେ ଅନଲାଇନ ଅପରାଧ ବଢ଼ୁଛି, ଠକାମି ବଢ଼ୁଛି, ସଂପର୍କ ତିଆରି କରିବା ନାମରେ ଟଙ୍କା ଠକି ନିଆଯାଉଛି, ଏଥିରୁ ବର୍ତ୍ତିବା ପାଇଁ ପିଲାମାନେ ସାଇବର ସିକ୍ୟୁରିଟି ଟ୍ରେନିଂ ପାଇବେ । ଏହା ଏକ ପ୍ରକାରର ଆତ୍ମରକ୍ଷା କୈାଶଳ । ପିଲାମାନେ ସାଇବର କ୍ରାଇମ୍, ହ୍ୟାକିଂ ଏବଂ ଏହିଭଳି କ୍ଷତିକାରକ ଅନଲାଇନ କାର୍ଯ୍ୟକଳାପରୁ ବଂଚିବା ପାଇଁ ଡିଜିଟାଲ ଟ୍ରେନିଂ ପାଇବେ । ସୋସିଆଲ ମିଡିଆକୁ କିପରି ବ୍ୟବହାର କରାଯିବ, ନିଜର ବ୍ୟକ୍ତିଗତ ଡାଟାକୁ କିପରି ସୁରକ୍ଷିତ ରଖାଯିବ ତାହା ପିଲାମାନେ ଶିକ୍ଷା ପାଇବେ । କୋଭିଡ ପରଠାରୁ ଏହା ଏକ ବଡ଼ ସମସ୍ୟା ହୋଇ ସାମନାକୁ ଆସିଛି । ଆଇଟି ଏକସପଟ ମାନେ ଏଥିପାଇଁ ପିଲାମାନଙ୍କୁ ଶିକ୍ଷାଦେବେ ।
ଏଥିପାଇଁ ଓ୍ବାର୍କସପ କରାଯିବ, ସାଇବର ଏକସପଟମାନଙ୍କୁ ନିଯୁକ୍ତି ମିଳିବ । ଫିଜିକାଲ ଏଜୁକେସନ ଟିଚର ବା ପିଇଟି ସାରଙ୍କୁ ସ୍କୁଲ ଆରମ୍ଭର 30 ମିନିଟ ପୂର୍ବରୁ ଆସିବା ପାଇଁ କୁହାଯିବ । ଏମାନେ ପ୍ରତିଦିନ ପିଲାମାନଙ୍କର ଗ୍ରୁପ ଏକସରସାଇଜ କରିବେ । ପିଲାମାନେ ଡ୍ରିଲ କରିବେ, ବିଭିନ୍ନ ଟିମରେ ବିଭକ୍ତ ହୋଇ ଖେଳିବେ । ପ୍ରତିଦିନ ପିଲାମାନଙ୍କୁ ଏହି ଶାରୀରିକ ଟ୍ରେନିଂ ଦିଆଯିବ । ସବୁ ପିଲାଙ୍କୁ ଏଥିରେ ଭାଗ ନେବାପାଇଁ ସ୍କୁଲ କର୍ତ୍ତୃପକ୍ଷ ନଜର ରଖିବେ । କେବଳ ତାମିଲନାଡୁ ନୁହେଁ ପୃଥିବୀର ବିଭିନ୍ନ ଦେଶରେ ପିଲାମାନଙ୍କୁ ଏହି ଭଳି କାମରେ ଲଗାଯିବା ପାଇଁ ବ୍ୟବସ୍ଥା ରହିଛି । ସ୍କୁଲ ପାଠ ବାହାରେ ବସ୍ତାନିର ବୋଝ ବାହାରେ ଏମିତି ଗୋଟିଏ ପିଲା ତିଆରି ହେବା ଜରୁରୀ ଯିଏ ଏହି ଦୁନିଆର ଟ୍ରେଣ୍ଡ ସହିତ ଚାଲିଥିବ , ଆଉ ପିଲା ବଡ଼ ହେବା ବେଳକୁ ତା ଭିତରେ ବଂଚିବା ପାଇଁ ଆବଶ୍ୟକ ସ୍କିଲ ରହିଥିବ । ମୁଁ ଆପଣଙ୍କୁ ଏଲ ସାଲଭେଡର ଭଳି ଗୋଟିଏ ଦେଶର ଉଦାହରଣ ଦେବି, ଆପଣମାନଙ୍କ ମଧ୍ୟରୁ ଅନେକ ଏ ଦେଶର ନାମ ଶୁଣିନଥିବେ । ଏହି ଦେଶର ପିଲାମାନଙ୍କୁ ପ୍ରତି ସପ୍ତାହରେ ତିନି ଘଣ୍ଟା ଆର୍ଟିଫିସିଆଲ ଇଣ୍ଡେଲିଂଜେନସ ଓ ରୋବେଟିକ୍ ଟ୍ରେନିଂ ଦିଆଯାଇଥାଏ । ଏହି ଦେଶ ବିଟ୍ କଏନର ପ୍ରଚାର ପ୍ରସାର କରିଥାଏ । ଡିଜିଟାଲ କଏନ ବିଷୟରେ ସ୍କୁଲ ପିଲାଙ୍କୁ ଏହି ଦେଶରେ ଶିକ୍ଷା ଦିଆଯାଇଥାଏ ।
ସ୍କୁଲ ପିଲାଙ୍କୁ ଏଆଇ ମାଧ୍ୟମରେ କିପରି ହେଲଥ କେୟାର ଏବଂ ଚାଷ କରାଯାଇପାରିବ ସେ ସଂପର୍କରେ ଶିକ୍ଷା ଦିଆଯାଇଥାଏ । ଆଗକୁ ଯେଉଁ ଦୁନିଆ ଆସୁଛି ସେହି ଟ୍ରେଣ୍ଡ ସହ ରହିବାକୁ ହେଲେ ଟେକ୍ନୋଲୋଜି ଜାଣିବା ଜରୁରୀ । ନୂଆ କିଛି ଶିକ୍ଷିବା ବା ଏନୋଭେସନ ଶକ୍ତି ପିଲାଭିତରେ ରହିବା ଜରୁରୀ । ପିଲା କୋଡିଂ ଜାଣିବ, ଏବଂ ପ୍ରୋବ୍ଲେମ ସଲଭ କରିବାର ବାଟ ଜାଣିବା ଜରୁରୀ । ୟୁକେ ରେ ପିଲାମାନଙ୍କୁ ଷ୍ଟେନ ସାଇନସ, ଟେକ୍ନୋଲୋଜି, ଇଂଜିନିୟରିଂ ଏବଂ ମାଥମାଟିକସ ଏକ୍ଟ୍ରା କରିକୁଲାର ଆକ୍ଟିଭିଟିଜ ଦିଆଯାଇଥାଏ ।
ଏଠି ମଧ୍ୟ ଏଆଇ , ରୋବେଟିକ୍ ଟ୍ରେନିଂ ସ୍କୁଲ ପିଲାଙ୍କୁ କ୍ଲାସ ରୁମରେ ଶିକ୍ଷା ଦିଆଯାଇଥାଏ । ପୃଥିବୀର ସବୁଠାରୁ ସମୃଦ୍ଧ ରାଷ୍ଟ୍ର ସ୍କୁଲ ପିଲା ଏଆଇ ଆଉ ରୋବେଟିକ୍ ଟେକ୍ନୋଲୋଜି ବିଷୟରେ ଅଭ୍ୟସ୍ତ ଥାଆନ୍ତି । ସ୍କୁଲ ପିଲାଙ୍କୁ ଫାଷ୍ଟ ରୋବେଟିକ୍ କମ୍ପିଟିସନ ବା ଫାଷ୍ଟ ଟେକ୍ ଚ୍ୟାଲେଂଜ ଜରିଆରେ ପିଲାମାନେ କିପରି ରୋବଟ ତିଆରି କରିବେ ଆଉ ଡିଜାଇନ କରିବେ ସେ ସଂପର୍କରେ ଶିକ୍ଷା ଦିଆଯାଇଥାଏ । ଏସବୁ କରିବାର ଉଦ୍ଦେଶ୍ୟ ହେଉଛି ଆମେ ଗୋଟିଏ ଜାତିକୁ କିପରି ତିଆରି କରୁଛେ । ଆଗାମୀ ଦଶ ବର୍ଷର ଦୁନିଆକୁ କିପରି ଦେଖୁଛେ । ସମୟ ସହ ତାଳ ଦେଇ ଆମେ ଯାଉଛେ ନା ପଛରେ ପଡ଼ିଛେ । ଯଦି ଏହି ସବୁ ପ୍ରଶ୍ନ ଆମ ଭିତରେ ଉଙ୍କି ମାରୁଥାଏ ତେବେ ପ୍ରଥମେ ସ୍କୁଲ ଶିକ୍ଷାକୁ ସଜାଡ଼ିବାକୁ ପଡ଼ିବ । ବିକଶିତ ଓଡ଼ିଶା , ବିକଶିତ ଭାରତ କଥା ଯଦି ଆମେ ଭାବୁଛେ , ସେତିକିବେଳେ ସ୍କୁଲରେ ପାଠ ଆରମ୍ଭ କରୁଥିବା ବା ପାଠ ପଢ଼ୁଥିବା ପିଲାଙ୍କ କଥା ଭାବିବା ଜରୁରୀ । ତାମିଲନାଡୁ ଏ ସଂପର୍କରେ ଚିନ୍ତା କରୁଛି । ଦେଶର ପ୍ରତି କୋଣଅନୁକୋଣରେ ରହିଥିବା ସ୍କୁଲ ପିଲାଟିଏ ସମୟ ସହ କିଭଳି ଚାଲିପାରିବ ସେ ଦିଗରେ ଚିନ୍ତା କରିବା ଜରୁରୀ ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
February 2, 2026, 8:58 PM
 

SSE
Clear sky
21°C
1.3 m/s
Apparent: 23°C
Pressure: 1018 mb
Humidity: 88%
Winds: 1.3 m/s SSE
Windgusts: 6.3 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

February 2, 2026
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

February 2, 2026
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

February 2, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom