• Latest
  • Trending
ଶ୍ରୀ ଜିଉଙ୍କ ଅଣସର କଣ ଶିକ୍ଷା ଦିଏ ?

ଶ୍ରୀ ଜିଉଙ୍କ ଅଣସର କଣ ଶିକ୍ଷା ଦିଏ ?

Jun-11-2025 11:46 AM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ଶ୍ରୀ ଜିଉଙ୍କ ଅଣସର କଣ ଶିକ୍ଷା ଦିଏ ?

by newsroom
Jun-11-2025 11:46 AM IST
in ବିଶେଷ
0
ଶ୍ରୀ ଜିଉଙ୍କ ଅଣସର କଣ ଶିକ୍ଷା ଦିଏ ?
491
SHARES
1.4k
VIEWS
Share on FacebookShare on Twitter

ଜ୍ୟଷ୍ଠ ମାସର ପୂର୍ଣ୍ଣିମା ତିଥି । ଯାହାକୁ ଦେବସ୍ନାନ ପୂର୍ଣ୍ଣିମା କୁହାଯାଇଥାଏ । ଏହି ଦେବ ସ୍ନାନ ପୂଣ୍ଣିମାରେ 108 ଗରା ପାଣିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଆଉ ସୁଦର୍ଶନଙ୍କୁ ସ୍ନାନ କରାଯାଇଥାଏ । ସୁନା କୂଅରୁ ପାଣି ଅଣାଯାଇଥାଏ । ଯେଉଁ ପାଣିକୁ ଚନ୍ଦନକାଠ , ହଳଦୀ ଏବଂ ଔଷଧୀୟ ଜଡ଼ିବୁଟି ଦ୍ବାରା ସୋଧନ କରାଯାଇଥାଏ । ଏହାପରେ ଜଗନ୍ନାଥଙ୍କୁ ଜର ହେବ । ଆଉ 15 ଦିନ ସେ ଅଣସର ଘରେ ରହିବେ । ଏହି ଅଣସର ଘରେ ଜଗନ୍ନାଥଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । କେବଳ ଦଇତାପତିମାନେ ଗୁପ୍ତ ସେବା କରିବେ । ମୁଁ ଆଜିର ଭିଡିଓରେ ଜଗନ୍ନାଥଙ୍କ ଅଣସର ଘରର କାହାଣୀ କହିବି । ଯାହା ଆଜିର ମଣିଷ ପାଇଁ ନିହାତି ଜରୁରୀ ।
କୋଭିଡ ସମୟରେ ଜଗନ୍ନାଥଙ୍କ ଏହି 15 ଦିନିଆ ଅଣସର ଭଳି ଭାଇରସ ଦ୍ବାରା ଲୋକମାନଙ୍କୁ କ୍ବରାଣ୍ଟାଇନ କରାଯାଉଥିଲା । ଏଇଠି ଗୋଟିଏ କଥା ସ୍ପଷ୍ଟ । ମଣିଷ ଜୀବନରେ ଯାହା ଘଟେ ତା ଭଗବାନଙ୍କ କ୍ଷେତ୍ରରେ କେମିତି ଆସିଥାଏ ତାହା ଆମର ପରମ୍ପରା ମାଧ୍ୟମରେ କୁହାଯାଇଛି । ଭଗବାନ ମଧ୍ୟ ଏହି ପୃଥିବୀରେ ମଣିଷ ଭଳି ସମାନ ପରିମାଣର ସମସ୍ୟାକୁ ଅନୁଭବ କରନ୍ତି ଏବଂ ତାର ସମାଧାନ ବହୁ ବାଟରେ ହୋଇଥାଏ । ଅଣସର ଶବ୍ଦର ଅର୍ଥ ହେଉଛି ବାହାର ଦୁନିଆରୁ ନିଜକୁ ସାମୟିକ ଭାବେ ହଟାଇନେବା । କୋଭିଡ ସମୟରେ ଏହାକୁ ସୋସିଆଲ ଡିଷ୍ଟାନସ ବା ସାମାଜିକ ଦୂରତା ବୋଲି ଆମେ କହୁଥିଲୁ । ପୂଜା ପର୍ବ ପର୍ବାଣି ପାର୍ଟି ଏହା ଠାରୁ ଦୂରରେ ରହିବା ପାଇଁ କୋଭିଡ ସମୟରେ ଆମକୁ କୁହାଯାଉଥିଲା ।
ଏହି ଅଣସର ସେବା ସମୟରେ ମଣିଷ କ୍ବାରାଣ୍ଟାଇନ ହେବା ଭଳି ଜଗନ୍ନାଥ ମନ୍ଦିରରେ କୈାଣସି ଉତ୍ସବ ପାଳନ କରାଯାଏନାହିଁ । ଏହି ସମୟ ହେଉଛି ଖାଦ୍ୟପେୟରେ ଶୃଖଂଳା ଆଣିବା । ପାରମ୍ପରିକ ଜଡ଼ିବୁଟି ଦ୍ବାରା ଶରୀରକୁ ସୁସ୍ଥ ରଖିବା । ବାହାର ଦୁନିଆରୁ ହଟିବା ।
କିଛି ନିର୍ଦିଷ୍ଟ ସେବାୟତଙ୍କୁ ଛାଡିଦେଲେ କେହି ଜଗନ୍ନାଥଙ୍କ ପାଖକୁ ଯାଇପାରିବେ ନାହିଁ । କୋଭିଡି ସମୟରେ ଏହି ଭଳି ରେଷ୍ଟ୍ରିକସନ କରାଯାଇଥିଲା । ବେଳେ ବେଳେ ମଣିଷ ଜୀବନରେ ବିଭିନ୍ନ କାରଣରୁ ସଂକଟ ଆସେ , ସେ ରୋଗ ହୋଇପାରେ ଅନ୍ୟ କୈାଣସି ସମସ୍ୟା ହୋଇପାରେ । ଏତିକି ବେଳେ ସବୁଠାରୁ ବଡ଼ ସମସ୍ୟାର ସମାଧାନର ପନ୍ଥା ହେଉଛି ନିଜକୁ ନିୟନ୍ତ୍ରଣରେ ରଖିବା । ନିଜ କାର୍ଯ୍ୟ ପ୍ରଣାଳୀକୁ ସୀମିତ ରଖିବା । ନିରବ ରହିବା । ଆଉ ସାମୟିକ ଭାବରେ ବାହାର ଦୁନିଆ ସହ ସଂପର୍କ ତୁଟାଇବା । 15 ଦିନ ପରେ ଜଗନ୍ନାଥ ପୁଣି ନବ ଯୈାବନ ବେଶରେ ଭକ୍ତମାନଙ୍କୁ ଦେଖାଦିଅନ୍ତି । ରୋଗ ଶଯ୍ୟାରୁ ଠାକୁର ଉଠିଥାଆନ୍ତି । ନୂଆ ରୂପରେ , ନୂଆ ଶକ୍ତିରେ । ଠାକୁରଙ୍କ ଚେହେରାରେ ସତେଜତା ଥାଏ । 15 ଦିନର ବିଶ୍ରାମ ପରେ ନୂଆ ଉତ୍ସାହ ଆଉ ଉଦ୍ଦିପନା ଦେଖିବାକୁ ମିଳେ । ବେଳେ ବେଳେ ଆପଣମାନେ ଏହି ଭଳି ବିଶ୍ରାମ ନେବା ଜରୁରୀ । ଏବଂ କିଛି ଦିନର ବିଶ୍ରାମ ପରେ ନୂଆ ମନ, ନୂଆ ଭାବନା ଆଉ ସତେଜତାର ସହ କାମ କରିବା ଜରୁରୀ । ମୋଟ ଉପରେ କହିବାକୁ ଗଲେ ବେଳେ ବେଳେ ଜୀବନରେ ବ୍ରେକ୍ ନେବା ଆବଶ୍ୟକ । ଜଗନ୍ନାଥଙ୍କ ଅଣସରକୁ ଆପଣ ଡିଜିଟାଲ ଫାଷ୍ଟିଂ ସହ ତୁଳନା କରିପାରିବେ ।
କଣ ଏହି ଡିଜିଟାଲ ଫାଷ୍ଟିଂ । ଟେକ୍ନୋଲୋଜିକୁ ଆମେ ବହୁଳ ବ୍ୟବହାର କରୁଛେ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ହାତର ମୋବାଇଲ ବନ୍ଦ ରହୁନାହିଁ । ଲାପଟପ ଆଉ ଟାବଲେଟରୁ କାମ ସରୁନାହିଁ । ଟେକ୍ନୋଲୋଜି ମରିଷକୁ ଭାରାକ୍ରାନ୍ତ କରୁଛି । ସିଗାରେଟ ଆଉ ମଦ ଯେପରି ମଣିଷକୁ ନିଶାସକ୍ତ କରିଦିଏ । ଏହି ମୋବାଇଲ ମଣିଷକୁ ନିଶାସକ୍ତ କରିଦେଇଛି । ଏଥିପାଇଁ ସପ୍ତାହରେ ଗୋଟିଏ ଦିନ ବା କିଛି ଘଣ୍ଟା ଆମେ ଡିଜିଟାଲ ଫାଷ୍ଟିଂ କରିବା ଜରୁରୀ । ଡିଜିଟାଲ ଫାଷ୍ଟିଂ ହେଉଛି ଚିରାଚରିତ ଦୂନିଆ । ଆମେ ଅଭ୍ୟସ୍ତ ହୋଇଥିବା ଦୁନିଆ ଠାରୁ ନିଜକୁ କିଛି ସମୟ ପାଇଁ ହଟେଇ ନେବା । ମୁଣ୍ଡ ଭିତରେ ଗୋଟିଏ କଥା ଭାବନ୍ତୁ । ମୋବାଇଲଠାରୁ କିଛି ଘଣ୍ଟା ଦୂରେଇ ଗଲେ ଆକାଶ ଛିଣ୍ଡି ପଡ଼ିବ ନାହିଁ । ପୃଥିବୀ ଧ୍ବଂସ ହୋଇଯିବ ନାହିଁ । ଆଉ ଆପଣଙ୍କ ଦୁନିଆ ବଦଳିଯିବ ନାହିଁ । ବଂର ଆପଣ ମୋବାଇଲ ମାୟାରେ ଅଛନ୍ତି ଯେ କିଛି ସମୟ ହ୍ବାଟସଅପବନ୍ଦ ହେଲେ କି ଫେସବୁକ ବନ୍ଦ ହେଲେ ମୋ ଦୁନିଆ ଠପ୍ ହୋଇଯିବ ।
ଏଥିପାଇଁ ଏବେ ଡିଜିଟାଲ ଫାଷ୍ଟିଂ ଟ୍ରେଣ୍ଡ କରୁଛି । ଜଗନ୍ନାଥ ଯେପରି ଅନ୍ତତଃ 15 ଦିନ ରୁଟିନ ଜୀବନରୁ ଦୂରେଇ ଯାଆନ୍ତି, ମଣିଷ ଅନ୍ତତଃ ସେପରି ସପ୍ତାହରେ କିଛି ଘଣ୍ଟା ପାଇଁ ରୁଟିନ ଜୀବନରୁ ଦୂରେଇ ଯିବା ଜରୁରୀ ।
ଏହାଦ୍ବାରା ଲାଭ କଣ ହୁଏ । ଏହାଦ୍ବାରା ଫ୍ରେସନେସ ଆସେ । ନିତିଦିନିଆ ଜୀବନରେ ବହୁ ଲୋକଙ୍କ ଫଟୋ, ଭିଡିଓ ଆଉ ସୋସିଆଲ ମିଡିଆ ପୋଷ୍ଟ ସବୁ ପଢ଼ି ପଢ଼ି ଭାରାକ୍ରାନ୍ତ ହୋଇଯାଇଥିବା ନିଜ ମନକୁ ପୃଥିବୀର ପ୍ରକୃତ ସୈାନ୍ଦର୍ଯ୍ୟ ଦେଖିବା ପାଇଁ, ନିଜ ପରିବାର କଥା ଚିନ୍ତା କରିବା ପାଇଁ, ନିଜକୁ ଏକ ବୃହତ୍ତର ଦୁନିଆ ଆଡ଼କୁ ନେଇଯିବା ପାଇଁ ସୁଯୋଗ ଦେଇଥାଏ ।
ଜଗନ୍ନାଥଙ୍କ ଅଣସର ଭଳି ଆପଣ ବ୍ରେକ୍ ନିଅନ୍ତୁ । ଡିଜିଟାଲ ଫାଷ୍ଟିଂ କରନ୍ତୁ । ବାହାର ଦୁନିଆଠାରୁ ମୁକ୍ତି ନେଇ ନିଜ ଭିତର ଦୁନିଆକୁ ଭଲ କରି ଦେଖନ୍ତୁ । ପାର୍ଟି, ମୋବାଇଲ, ସୋସିଆଲ ମିଡିଆ ଆଉ ଏହାରି ଭିତର ଦେଇ ଆସୁଥିବା ବାହାର ଦୁନିଆର ଚିନ୍ତାଧାରା ଆପଣଙ୍କ ମନକୁ ଓଜନିଆ କରୁଛି । ଆପଣଙ୍କ ମନ ପ୍ରଭାବିତ ହେଉଛି । ଆଉ ଏଥିରୁ ମୁକ୍ତି ପାଇବା ଜରୁରୀ ନୁହେଁକି । ଜଗନ୍ନାଥଙ୍କ ଅଣସର ଏହି ବାର୍ତ୍ତା ଦିଏ ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
February 2, 2026, 5:52 PM
 

SE
Mainly clear
27°C
1.5 m/s
Apparent: 23°C
Pressure: 1018 mb
Humidity: 88%
Winds: 1.5 m/s SE
Windgusts: 6.3 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom