• Latest
  • Trending
କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ

କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ

Jul-03-2025 08:57 AM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Thursday, March 19, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ

ପୁନର୍ଜନ୍ମ ବିଷୟରେ କହିବେ ଦଲାଇଲାମା, ଚୀନ କରୁଛି ବିରୋଧ

by newsroom
Jul-03-2025 08:57 AM IST
in ବଡ଼ ଖବର, ବିଶେଷ
0
କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ
491
SHARES
1.4k
VIEWS
Share on FacebookShare on Twitter

ଛ
ପୃଥିବୀର ଏମିତି ଏକ କ୍ଷୁଦ୍ର ଦେଶ ହେଉଛି ତିବ୍ବତ । ଯାହାର ଶାସକ ହେଉଛନ୍ତି ଦଲାଇଲାମା । ଭାରତରେ ଆଶ୍ରୟ ନେଇ ସେ ଦେଶ ଚଳାଉଛନ୍ତି । ଦଲାଇଲାମାଙ୍କ କାହାଣୀ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି କୈାତୁହଳପୂର୍ଣ୍ଣ । ନବେ ବର୍ଷରେ ପହଁଚିଥିବା ଦଲାଇଲାମା ତାଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଯାଉଛନ୍ତି । ଲୋକଙ୍କ ନିର୍ବାଚନରେ ଶାସକ ତିଆରି ହୁଅନ୍ତି । ବା ସାମରିକ ଶାସନରେ ବିଦ୍ରୋହ ଭିତରୁ ନେତା ଜନ୍ମ ନିଅନ୍ତି । ଦଲାଇଲାମା ଯିଏ ଗୋଟିଏ ରାଷ୍ଟ୍ରର ନେତୃତ୍ବ ନେଉଛନ୍ତି । ତାଙ୍କର ଚିହ୍ନଟ ପ୍ରକ୍ରିୟା ଅଦଭୂତ । ଏଠି ପୂର୍ବଜନ୍ମ । ପୂର୍ବଜନ୍ମର ଅନୁଭୂତି , ସ୍ବପ୍ନାଦେଶକୁ ଭିତ୍ତିକରି ଦଲାଇଲାମା ଚୟନ କରାଯାଇଥାଏ । ବର୍ତମାନର ଦଲାଇଲାମା ଏମିତି ଦାୟିତ୍ବ ନେଇଥିଲେ । ଯିଏ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଛନ୍ତି । 90 ବର୍ଷରେ ପହଁଚିଥିବା ଦଲାଇଲାମା ତାଙ୍କ ଉତ୍ତରାଧିକାରୀଙ୍କୁ କେମିତି ବାଛିବେ ।

ଦଲାଇଲାମାଙ୍କ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଚୀନ । ଯିଏ ତିବ୍ବତକୁ ନିଜ ଅଧିନରେ ରଖିଛି । ଯେଉଁଥିପାଇଁ ଦଲାଇଲାମା ଭାରତରେ ଆଶ୍ରୟ ନେଇଛନ୍ତି । ଏହି ଦେଶ କେମିତି ଦଲାଇଲାମା ଚୟନରେ ବଡ଼ ଭୂମିକା ନେଉଛି ।
ଭାରତରେ ରହୁଥିବା 14 ତମ ଦଲାଇଲାମା କହିଛନ୍ତି ସେ ଶରୀର ତ୍ୟାଗ ପୂର୍ବରୁ ପୁନର୍ଜନ୍ମ ସହ ନୂଆ ଦଲାଇଲାମା ଘୋଷଣା କରିବେ । ଯିଏ କି ଚୀନରେ ଜନ୍ମ ଗ୍ରହଣ କରିନଥିବେ । ଦଲାଇଲାମା ଚୟନ ତିବ୍ବତୀୟ ଧାର୍ମିକ, ସଂସ୍କୃତି ଅନୁସାରେ ହୋଇଥାଏ ।
ଚୀନ ସରକାର ଦାବି କରୁଛି , କେବଳ ଚୀନ ପାଖରେ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ କରିବାର ଅଧିକାର ଅଛି। ଯାହାକୁ ନେଇ ସାରା ବିଶ୍ବରେ ଚର୍ଚା ଆରମ୍ଭ ହୋଇଛି । ଆମେରିକା ଏହାକୁ ବିରୋଧ କରୁଛି ।

ଦଲାଇଲାମା କିପରି ଚୟନ ହୋଇଥାନ୍ତି । ତାହା ବିଷୟରେ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି । ପ୍ରଥମେ ପଂଚାଇଲାମାଙ୍କୁ ଦାୟିତ୍ବ ଦିଅନ୍ତି ଦଲାଇଲାମା । ପଂଚାଇଲାମା ହେଉଛନ୍ତି ସେହି ପଣ୍ଡିତ , ଯିଏ ଦଲାଇଲାମା କିଏ ହେବେ ତାହା ଚୟନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ପଂଚାଇଲାମାଙ୍କୁ ନୂଆ ଦଲାଇଲାମାଙ୍କ ବିଷୟରେ ସ୍ବପ୍ନାଦେଶ ହୁଏ । ନୂଆ ଦଲାଇଲାମା କେଉଁଠି ଅଛନ୍ତି, ତାଙ୍କ ସ୍ବଭାବ ଜଣାପଡେ । ୧୯୯୫ରେ ବର୍ତ୍ତମାନର ଦଲାଇଲାମା 11 ତମ ପଞ୍ଚାଇଲାମା ଚୟନ କରିଥିଲେ । କିନ୍ତୁ ଚୀନ ସରକାରଙ୍କୁ ଏହା ପସନ୍ଦ ଆସିଲା ନାହିଁ । 11 ତମ ପଂଚାଇଲାମାଙ୍କ ପରିବାରକୁ ଅପହରଣ କରିନେଲେ ଚୀନ ସରକାର । ପରେ ନୂଆ ଜଣେ ପଂଚାଇଲାମାଙ୍କ ନାମ ଘୋଷଣା କଲା ଚୀନ । ଏହା ଦର୍ଶାଉଛି ଯେ ଚୀନ ତିବ୍ବତୀୟ ବୌଦ୍ଧ ଧର୍ମ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଛି। ଦଲାଇଲାମାଙ୍କ ଘୋଷଣାକୁ ଚୀନ ସ୍ବୀକାର କରିବାକୁ ଚାହୁଁନାହିଁ ।
ଦଲାଇଲାମାଙ୍କ ଚୟନ ପ୍ରକ୍ରିୟା ସାଧାରଣତ ବଡ଼ ଜଟିଳ । ତିବ୍ବତୀୟ ବୌଦ୍ଧ ଧର୍ମର ଏହା ଏକ ଅନନ୍ୟ ପରମ୍ପରା । ତିବ୍ବତୀୟ ବୌଦ୍ଧମାନେ ବିଶ୍ୱାସ କରନ୍ତି ଯେ ଦଲାଇଲାମା ହେଉଛନ୍ତି ଅଲୈାକିକ, କରୁଣାର ଅବତାର। ଏହି ପରମ୍ପରା ଅନୁଯାୟୀ, ଜଣେ ଦଲାଇଲାମାଙ୍କ ମୃତ୍ୟୁ ପରେ ତାଙ୍କ ଆତ୍ମା ଏକ ନୂଆ ଶରୀରରେ ପୁନର୍ଜନ୍ମ ନିଏ। ତାଙ୍କୁ ହିଁ ଦଲାଇଲାମା କୁହାଯାଏ ।

ପରମ୍ପରା ଅନୁସାରେ ବରିଷ୍ଠ ଲାମାମାନେ ଏବଂ ପଂଚାଇଲାମା ମିଳିତ ଭାବେ କିଏ ଦଲାଇଲାମା ହେବେ ଖୋଜିଥାନ୍ତି । ପୂର୍ବବର୍ତୀ ଦଲାଇଲାମାଙ୍କ ଦ୍ୱାରା ରଖାଯାଇଥିବା ସୂଚନା କୁ ଗୁରୁତ୍ବ ଦିଅନ୍ତି । ସ୍ବପ୍ନ ଆଧାରରେ ନୂଆ ଦଲାଇଲାମାଙ୍କୁ ଖୋଜାଯାଏ । ଉଦାହରଣ ସ୍ୱରୂପ, ବର୍ତ୍ତମାନ ୧୪ତମ ଦଲାଇଲାମାଙ୍କୁ ଖୋଜିବା ପାଇଁ ଏକ ଦିବ୍ୟଦର୍ଶନରେ ଆମଦୋ ଅଞ୍ଚଳ ଓ ଏକ ନିର୍ଦ୍ଦିଷ୍ଟ ମଠର ଚିତ୍ର ଦେଖାଯାଇଥିଲା
ଗୁଣ, ଚିହ୍ନ, ଦେଖି ଶିଶୁ ଚିହ୍ନଟ ହୁଅନ୍ତି । ତାଙ୍କୁ ପୂର୍ବବର୍ତୀ ଦଲାଇଲାମାଙ୍କ ବ୍ୟକ୍ତିଗତ ଜିନିଷପତ୍ର ମଧ୍ୟରୁ ସଠିକ ଜିନିଷ ଚୟନ କରିବାକୁ କୁହାଯାଏ। ଶିଶୁଟି ତାଙ୍କ ପୂର୍ବ ଦଲାଇଲାମାଙ୍କ ଜନ୍ମର କିଛି ସ୍ମୃତି ମନେ ରଖିଥାଏ । ପରେ ଚିହ୍ନଟ ହୋଇଥିବା ଶିଶୁଙ୍କୁ ଲାସାକୁ ନିଆଯାଇ ବୌଦ୍ଧ ଧର୍ମଗ୍ରନ୍ଥ ଓ ନେତୃତ୍ୱ ପାଇଁ ଶିକ୍ଷା ଦିଆଯାଏ। ପରେ ତାଙ୍କୁ ଦଲାଇଲାମା ଭାବେ ଘୋଷଣା କରାଯାଏ ।
ମୁଁ ଆଜି ଆପଣଙ୍କୁ ବର୍ତ୍ତମାନର ୧୪ତମ ଦଲାଇଲାମାଙ୍କ ବିଷୟରେ କହିବି । ତାଙ୍କ ନାମ ହେଉଛି ତେନଜିନ ଗ୍ୟାଟସୋ । ୧୯୩୫ ମସିହା ଜୁଲାଇ ୬ ତାରିଖରେ ତିବ୍ବତର ଆମଦୋ ଅଞ୍ଚଳର ଟାକସେର ଗାଁରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଦୁଇ ବର୍ଷ ବୟସରେ ତାଙ୍କୁ ଦଲାଇଲାମା ଭାବେ ଚୟନ କରାଯାଇଥିଲା । ସେ 13ତମ ଦଲାଇଲାମାଙ୍କ ସ୍ମୃତିକୁ ଚିହ୍ନଟ କରିଥିଲେ । ବରିଷ୍ଠ ଲାମାମାନେ ଲାତସୋ ହ୍ରଦରେ ଦେଖାଯାଇଥିବା ଦିବ୍ୟଦର୍ଶନ ଆଧାରରେ ତାଙ୍କୁ ଖୋଜି ପାଇଥିଲେ। ସେତେବେଳେ ପୂର୍ବବର୍ତୀ ଦଲାଇଲାମାଙ୍କ ଜିନିଷପତ୍ର ଚିହ୍ନି ପାରିଥିଲେ ବର୍ତ୍ତମାନର ଦଲାଇଲାମ । ୧୯୩୯ ରେ ତାଙ୍କୁ ୧୪ତମ ଦଲାଇଲାମା ରୂପେ ଘୋଷଣା କରାଯାଇଥିଲା । ୧୯୪୦ ରେ ଲାସାରେ ତାଙ୍କ ରାଜ୍ୟାଭିଷେକ ହୋଇଥିଲା। ଯାହା ଚୀନ ସହିପାରିନଥିଲା ।
୧୯୫୦ ରେ ଚୀନ ତିବ୍ବତ ଉପରେ ଆକ୍ରମଣ କରିଥିଲା । ସେତେବେଳକୁ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା । ଏହାପରେ 14 ତମ ଦଲାଇଲାମାଙ୍କୁ ତିବ୍ବତର ରାଜନୈତିକ ଓ ଆଧ୍ୟାତ୍ମିକ ନେତୃତ୍ୱ ଗ୍ରହଣ କରିବାକୁ ପଡ଼ିଥିଲା। ୧୯୫୯ ରେ, ଚୀନୀର ଶାସନ ବିରୁଦ୍ଧରେ ଏକ ବିଦ୍ରୋହ ହୋଇଥିଲା । ଏହି ବିଦ୍ରୋହ ଭିତରେ 14ତମ ଦଲାଇଲାମା ଭାରତକୁ ଚାଲି ଆସିଥିଲେ । ସେତେବେଳଠାରୁ ସେ ହିମାଚଳ ପ୍ରଦେଶର ଧର୍ମଶାଳାରେ ନିର୍ବାସିତ ଜୀବନ ଯାପନ କରୁଛନ୍ତି । ସେଠାରେ ତିବ୍ବତର ନିର୍ବାସିତ ସରକାର ମଧ୍ୟ ଚାଲିଛି ।
୧୪ତମ ଦଲାଇଲାମାଙ୍କ ପରେ 15 ତମ ଦଲାଇଲାମା କିଏ ହେବେ ଏବେ ବଡ଼ ପ୍ରଶ୍ନ । କିଛିଦିନ ପୂର୍ବରୁ ୧୪ତମ ଦଲାଇଲାମା ତେନଜିନ ଗ୍ୟାଟସୋ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ତାଙ୍କ ମୃତ୍ୟୁ ପରେ ଦଲାଇ ଲାମା ପରମ୍ପରା ଜାରି ରହିବ ଏବଂ ତାଙ୍କ ଉତ୍ତରାଧିକାରୀ ଚୟନ କରାଯିବ। ସେ କହିଛନ୍ତି ଏହି ଚୟନ ପ୍ରକ୍ରିୟା ତାଙ୍କ “‘ଗଦେନ ଫୋଦ୍ରାଙ୍ଗ ଟ୍ରଷ୍ଟ”’ ଦ୍ୱାରା ହେବ, ଏବଂ ଚୀନ ସରକାର କିମ୍ବା ଅନ୍ୟ କୌଣସି ବାହ୍ୟ ଶକ୍ତି ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ। ତେବେ ସବୁଠୁ ବଡ଼ କଥା ହେଉଛି ଏବେ ପୁଣି ପଂଚାଇଲାମା କିଏ ହେବେ । କାରଣ ଯେଉଁ ପଂଚାଇଲାମାଙ୍କୁ ଦଲାଇଲାମା ଚୟନ କରିଥିଲେ ତାଙ୍କ ଖୋଜ ଖବର କିଛି ନାହିଁ । ଚୀନ ତାଙ୍କୁ ଅପହରଣ କରି ରଖିଛି । ଅନ୍ୟ ଜଣେ ପଂଚାଇଲାମାଙ୍କୁ ଚୀନ କାର୍ଯ୍ୟଭାର ଦେଇଛି । ଯାହାକୁ ତିବତ୍ତର ଲୋକମାନେ ଗ୍ରହଣ କରୁନାହାଁନ୍ତି । ଏହି ସବୁ ଭିତରେ ଆଗାମୀ ଦଲାଇଲାମା କିଏ ହେବେ ତାକୁ ନେଇ ବଡ଼ ଦ୍ବନ୍ଦ୍ବ ଲାଗି ରହିଛି । ଏସବୁ ଭିତରେ ଆମେରିକା କହୁଛି ପରବର୍ତ୍ତି ଦଲାଇଲାମା ଚିହ୍ନଟ କରିବାର ଅଧିକାର ବର୍ତମାନ ଦଲାଇଲାମାଙ୍କର ରହିଛି । ଯାହାକୁ ଚୀନ ଗ୍ରହଣ କରିବ ନାହିଁ । ଭାରତ ଏବଂ ଆମେରିକାର ପ୍ରତ୍ୟକ୍ଷ ସହଯୋଗରେ ହୁଏତ ପରବର୍ତ୍ତୀ ଦଲାଇଲାମା ଘୋଷଣା କରାଯିବ । ଏହା ଏମିତି ଏକ ଘଟଣା । ଯେଉଁଥିରେ ଧର୍ମ, ରାଜନୀତି, କୂଟନୀତି, ଯୁଦ୍ଧ ନୀତି ଏବଂ ଆନ୍ତର୍ଜାତୀୟ ସଂପର୍କ ସବୁ ଛନ୍ଦାଛନ୍ଦି ହୋଇ ରହିଛି । ଏମିତି ହେବ ଯେତେବେଳେ ଦଲାଇଲାମାଙ୍କ ଡୁପ୍ଲିକେଟ୍ ଚୀନ ଦ୍ବାରା ଘୋଷିତ ଦଲାଇଲାମାଙ୍କ ଭିତରେ ଦେଖିବାକୁ ମିଳିବ ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
March 19, 2026, 11:47 PM
 

SSW
Overcast
25°C
1.8 m/s
Apparent: 29°C
Pressure: 1011 mb
Humidity: 92%
Winds: 1.8 m/s SSW
Windgusts: 5.8 m/s
UV-Index: 0
Precip.: 7.6mm /28% / Rain
Sunrise: 5:51 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom