• Latest
  • Trending
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

Aug-03-2025 11:05 AM IST
ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି : ଗିଲ୍

ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି : ଗିଲ୍

Dec-09-2025 07:31 PM IST
ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସାଉଥ ଆଫ୍ରିକା-ଭାରତ ପ୍ରଥମେ ବ୍ୟାଟିଂ କରିବ

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସାଉଥ ଆଫ୍ରିକା-ଭାରତ ପ୍ରଥମେ ବ୍ୟାଟିଂ କରିବ

Dec-09-2025 06:56 PM IST
ମହାପ୍ରଭୁଙ୍କ ଦର୍ଶନ କଲେ ସୂର୍ଯ୍ୟକୁମାର, ଗମ୍ଭୀରଙ୍କ ସହ ଅନ୍ୟ ଖେଳାଳି

ମହାପ୍ରଭୁଙ୍କ ଦର୍ଶନ କଲେ ସୂର୍ଯ୍ୟକୁମାର, ଗମ୍ଭୀରଙ୍କ ସହ ଅନ୍ୟ ଖେଳାଳି

Dec-09-2025 04:30 PM IST
ବାରବାଟୀରେ କିଏ ମାରିବ ବାଜି ?

ବାରବାଟୀରେ କିଏ ମାରିବ ବାଜି ?

Dec-09-2025 04:22 PM IST
ନାଗରିକତା ହାସଲ କରିବା ପୂର୍ବରୁ ଭୋଟର ତାଲିକାରେ ନାମ ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କୁ କୋର୍ଟର ନୋଟିସ

ନାଗରିକତା ହାସଲ କରିବା ପୂର୍ବରୁ ଭୋଟର ତାଲିକାରେ ନାମ ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କୁ କୋର୍ଟର ନୋଟିସ

Dec-09-2025 04:09 PM IST
ଶୀତ ଅଧିବେଶନରେ ମୋଟ ୧୧ ଦିନ ଚାଲିଲା ଗୃହକାର୍ଯ୍ୟ

ଶୀତ ଅଧିବେଶନରେ ମୋଟ ୧୧ ଦିନ ଚାଲିଲା ଗୃହକାର୍ଯ୍ୟ

Dec-09-2025 03:49 PM IST
ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

ମୁଣ୍ଡବିହୀନ ମୃତଦେହକୁ ନେଇ ଗଣ୍ଡଗୋଳ: ରାଖାଲଗୁଡ଼ା ଓ ଏମ୍‌ଭି-୨୬ ଗାଁରେ ‘BNS ୧୬୬’ ଧାରା ଲାଗୁ

Dec-09-2025 09:08 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-09-2025 08:30 AM IST
ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ: ସଂରକ୍ଷଣରେ ସଂଶୋଧନ ପାଇଁ ଦାବି

Dec-08-2025 04:51 PM IST
ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

Dec-08-2025 02:57 PM IST
  • About
  • Careers
  • Contact Us
Tuesday, December 9, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

by M M
Aug-03-2025 11:05 AM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା
491
SHARES
1.4k
VIEWS
Share on FacebookShare on Twitter
ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି ସରକାରଙ୍କୁ ଦାୟୀ କରିବା ସହିତ ରାଜ୍ୟରେ ଛାତ୍ରୀ ଓ ନାରୀଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛି। ରାଜ୍ୟ ସରକାର ଅପରାଧୀ ମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଯେଉଁଥିପାଇଁ ଓଡିଶା ଆଜି ଅପରାଧୀ ମାନଙ୍କ ଚରାଭୂଇଁ ପାଲଟିଛି। ଦୁଷ୍କର୍ମ, ଅସଦାଚରଣ, ହତ୍ୟା ଇତ୍ୟାଦି ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ ଝିଅ ମାନଙ୍କୁ ଜାଳିଦେଇ ହତ୍ୟା କରିବା ଏକ ନୂଆ ଅପରାଧ ସୃଷ୍ଟି ହୋଇଛି ବୋଲି ବିଜୁ ଜନତା ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀମତୀ ଟୁକୁନି ସାହୁ ଓ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ବଳଙ୍ଗା ଘଟଣାକୁ ଦୁଇ ସପ୍ତାହ ବିତିଯିବା ପରେ ମଧ୍ୟ ଏଥିରେ ସମ୍ପୃକ୍ତ ଅପରାଧୀ ମାନେ ଧରାନପଡିବା ପୋଲିସ ପ୍ରଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ବଳଙ୍ଗା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନିର୍ବାଚନମଣ୍ଡଳୀ ହୋଇଥିବାରୁ,ଏହି ମାମଲାରେ ତାଙ୍କର କିଛି ଘନିଷ୍ଠ ସହଯୋଗୀ ତଥା ବିଜେପି କର୍ମୀଙ୍କ ସମ୍ପୃକ୍ତି ରହିଛି ବୋଲି ଜନସାଧାରଣରେ ସନ୍ଦେହ ପ୍ରକାଶ ପାଉଛି। ଅପରାଧୀ ମାନଙ୍କୁ ଘଣ୍ଟ ଘୋଡ଼ାଇବାକୁ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ନେଉନାହିଁ। ଅତ୍ୟନ୍ତ ଆଶ୍ଚର୍ୟ୍ୟଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁ ପରେ ପୋଲିସ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ ବୋଲି ମନ୍ତବ୍ୟ ରଖିବା ଘଟଣାକୁ ଅଧିକ ସନ୍ଦେହ ଘେରକୁ ନେଇଛି। ଏହାଛଡା, ପୂର୍ବରୁ ଘଟିଯାଇଥିବା ଏଫଏମ କଲେଜ ଛାତ୍ରୀ ଆତ୍ମଦାହ ଘଟଣା ଓ ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀକୁ ଗଣଦୁଷ୍କର୍ମ ଘଟଣା ଓଡିଶା ପାଇଁ ଦେଶ ବିଦେଶରେ ଲଜ୍ଜ୍ୟା ଓ ନିନ୍ଦା ଆଣିଛି। ରାଜ୍ୟରେ, ଛାତ୍ରୀ, ନାରୀ ଅସୁରକ୍ଷିତ ହୋଇ ପଡିଛନ୍ତି, କିନ୍ତୁ ରାଜ୍ୟ ସରକାର ନିଦାବିଷ୍ଣୁ ସାଜି ବସି ରହିଛନ୍ତି।
ଶ୍ରୀମତୀ ଟୁକୁନି ସାହୁ କହିଥିଲେ, ଗତ ଏକ ବର୍ଷର ବିଜେପି ଶାସନରେ, ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ଆଜି ରାଜ୍ୟର ପ୍ରତ୍ୟେକ ମା ମାନେ ନିଜ ଝିଅ ମାନଙ୍କୁ ପଦାକୁ ଛାଡିବାକୁ ଭୟ କରୁଛନ୍ତି। ଦୁଇ ଦୁଇଟି ସମ୍ବେଦନଶୀଳ ଘଟଣା ଘଟିଗଲା, ସରକାର ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ, ତାଙ୍କ ପରିବାରକୁ କୋଡିଏ ଲକ୍ଷ ଟଙ୍କା ଦେଇ ତାଙ୍କ ଉପରେ ଚାପ ପକେଇ ପରିବାରର ମୁହଁ ବନ୍ଦ କରୁଛନ୍ତି ଓ ତାଙ୍କ ଠାରୁ ରାଜନୀତି କରାନଯାଉ ବୋଲି ମନ୍ତବ୍ୟ ଦିଆଉଛନ୍ତି। ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ପୀଡ଼ିତାକୁ ନ୍ୟାୟ ଦେବା ପାଇଁ ଓ ରାଜ୍ୟର ନାରୀ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବିଜୁ ଜନତା ଦଳ ଲଢେଇ ଜାରି ରଖିବ ବୋଲି ଶ୍ରୀମତୀ ସାହୁ କହିଥିଲେ।
ଡ. ସାମନ୍ତସିଂହାର କହିଥିଲେ, ରାଜ୍ୟରେ ଗୋଟିଏ ମାସ ଭିତରେ ଘଟିଥିବା ଦୁଇ ଦୁଇଟି ଘଟଣାକୁ ଆତ୍ମହତ୍ୟା କୁହାଯାଉଥିଲେ ବି, ବାସ୍ତବରେ ଏହା ହତ୍ୟା। ଯେଉଁଭଳି ଦୁର୍ଭାଗ୍ୟପୂର୍ଣ୍ଣ ଭାଵେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି, ସରକାରୀ ବ୍ୟବସ୍ଥା ଓ ପୋଲିସ ପ୍ରଶାସନର ଭୂମିକା ନିଶ୍ଚିତ ଭାବେ ସନ୍ଦେହ ଘେରରେ ରହିଛି। ରାଜ୍ୟ ବିଜେପି ସରକାର ଏକ ନାରୀହନ୍ତା ସରକାରରେ ପରିଣତ ହୋଇଛି। ଏଫଏମ କଲେଜ ଘଟଣାରେ, ଯେଉଁ ପୋଲିସ ଅଧିକାରୀମାନେ କାର୍ୟ୍ୟାନୁଷ୍ଠାନ ନେଇ ନଥିଲେ, ସେମାନେ ଏବେବି ନିଜ ସ୍ଥାନରେ ସୁରକ୍ଷିତ ଅଛନ୍ତି। ସେହିପରି, ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଭୂମିକା ସନ୍ଦେହ ଘେରରେ ରହିଥିଲେ ମଧ୍ୟ ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଗଲା ନାହିଁ। ବିଜେପି ନେତା ଓ କର୍ମୀମାନେ ସନ୍ଦିଗ୍ଧ ଅପରାଧୀ ଥିଲେ, ସେମାନଙ୍କୁ ସାତଖୁନ ମାଫ, ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ନାହିଁ। ରାଜ୍ୟ ବିଜେପି ସରକାର ଏହି ବାର୍ତ୍ତା ଦେଉଛି। ବଳଙ୍ଗା ଘଟଣାରେ, ପୀଡ଼ିତାଙ୍କ ମୃତ୍ୟୁ ପରେ ପୋଲିସ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ ବୋଲି ଏକ ନୂଆ ଥିଓରୀ ଆଣିଛି। ପୋଲିସର ଏହି ନୂଆ ଥିଓରୀ ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇପାରୁ ନାହିଁ। ଜଳ ଜଳ ହୋଇ ଦିଶୁଛି ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଡାଇବା ପାଇଁ ଓ ତାର ରାଜନୈତିକ ଆକା ମାନଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ଏକ ନୂଆ ଥିଓରୀ ଆଣିଛି। ଘଟଣା ଘଟିବା ପରେ, ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସ୍ୱାମୀ ପୀଡ଼ିତାଙ୍କ ଘରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କୁ ଅଜ୍ଞାତବାସରେ ରଖିଥିଲେ। ପୀଡ଼ିତାଙ୍କ ମୃତ୍ୟୁ ପରେ, ପୀଡିତାଙ୍କ ପିତାଙ୍କ ମୁହଁରୁ ରାଜନୀତି କରାନଯାଉ ବୋଲି କୁହାଯାଇଛନ୍ତି। ଏହି ସବୁ ଘଟଣା ସମଗ୍ର ପ୍ରସଙ୍ଗକୁ ଅଧିକ ସନ୍ଦେହ ଘେରକୁ ଠେଲିଦେଇଛି। ପ୍ରକୃତ ଅପରାଧୀଙ୍କୁ ଖସାଇ ଦେବା ପାଇଁ, ପୀଡିତା ଯେତେବେଳେ ସତ୍ୟ ବୟାନ ଦେବା ପାଇଁ ଆଉ ଏ ଦୁନିଆରେ ନାହାନ୍ତି, ସେତିକିବେଳେ ପୋଲିସ ଆତ୍ମହତ୍ୟା ଥିଓରୀ ଉପସ୍ଥାପନା କରୁଛି, ଯାହା ଆଦୌ ଗ୍ରହଣୀୟ ନୁହେଁ।
Share196Tweet123
M M

M M

ଆଜିର ପାଗ

Bhubaneswar
December 9, 2025, 7:54 PM
 

N
Partly cloudy
20°C
1.1 m/s
Apparent: 16°C
Pressure: 1016 mb
Humidity: 79%
Winds: 1.1 m/s N
Windgusts: 6 m/s
UV-Index: 0
Precip.: 0mm /0% / Rain
Sunrise: 6:10 AM
Sunset: 5:07 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି : ଗିଲ୍

ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି : ଗିଲ୍

December 9, 2025
ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସାଉଥ ଆଫ୍ରିକା-ଭାରତ ପ୍ରଥମେ ବ୍ୟାଟିଂ କରିବ

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସାଉଥ ଆଫ୍ରିକା-ଭାରତ ପ୍ରଥମେ ବ୍ୟାଟିଂ କରିବ

December 9, 2025
ମହାପ୍ରଭୁଙ୍କ ଦର୍ଶନ କଲେ ସୂର୍ଯ୍ୟକୁମାର, ଗମ୍ଭୀରଙ୍କ ସହ ଅନ୍ୟ ଖେଳାଳି

ମହାପ୍ରଭୁଙ୍କ ଦର୍ଶନ କଲେ ସୂର୍ଯ୍ୟକୁମାର, ଗମ୍ଭୀରଙ୍କ ସହ ଅନ୍ୟ ଖେଳାଳି

December 9, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom