• Latest
  • Trending

ମମତାଙ୍କ ଉପରେ ବର୍ଷିଲେ ମୋହନ

Aug-20-2025 12:45 AM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ମମତାଙ୍କ ଉପରେ ବର୍ଷିଲେ ମୋହନ

by M M
Aug-20-2025 12:45 AM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ନ୍ୟୁଜ18 ଓଡ଼ିଆର ‘ରାଇଜିଂ ଓଡ଼ିଶା’ କନ୍‌କ୍ଲେଭରେ ଯୋଗଦେଇ ମମତାଙ୍କ ଉପରେ ବର୍ଷିଲେ ମୋହନ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାଂଲାଦେଶୀଙ୍କୁ ପଶ୍ଚିମବଙ୍ଗର ବୋଲି ଦାବି କରୁଥିବା କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାର ରସଗୋଲାକୁ ବି ଦିନେ ନିଜର କହୁଥିଲେ, ଆଉ ଏବେ ଦୀଘାରେ ଜଗନ୍ନାଥ ଧାମ କରିଛନ୍ତି କହି ମୋହନ ମମତାଙ୍କୁ ସମାଲୋଚନା କରିଥିଲେ । ସତ୍ୟତା ଜାଣିଥିବା ଲୋକେ ଏହାକୁ କେବେ ଗ୍ରହଣ କରିବେନି ବୋଲି ସେ କହିଥିଲେ। ଓଡ଼ିଶା କିଭଳି ପଶ୍ଚିମବଙ୍ଗର ଲୋକଙ୍କୁ ସୁରକ୍ଷା ଓ ଆଶ୍ରୟ ଦେଇଆସିଛି ତା’ର ହିସାବ ମମତା ବୁଝିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଓଡ଼ିଶା ବିକାଶରେ ମୋହନ ସରକାରର ଭୂମିକା ଓ ଭବିଷ୍ୟତର ଯୋଜନା ସଂପର୍କରେ ବିସ୍ତୃତ ବିବରଣୀ ରଖିଥିଲେ ମୁଖ୍ୟମନ୍ତ୍ରୀ । ଗରିବ, ମହିଳା, କୃଷକ, ଓ ଯୁବକଙ୍କୁ ଫୋକସ୍‌ରେ ରଖି ଡବଲ ଇଂଜିନ ସରକାର କିଭଳି ଓଡ଼ିଶା ବିକାଶକୁ ନୂଆ ଶିଖରରେ ପହଞ୍ଚାଇଛନ୍ତି, ସେ ସଂପର୍କରେ ମୋହନ ଆଲୋକପାତ କରିଥିଲେ । ଧାନର ଏମ୍‌ଏସ୍‌ପିଠୁ ଆରମ୍ଭ କରି ଅଭିଯୋଗ ଶୁଣାଣି ଯାଏ, ପ୍ରଥମ ଦିନର କ୍ୟାବିନେଟ ବୈଠକଠାରୁ ଆଜିର ପୋସ୍କୋ କାରଖାନା ଖବର ଯାଏ କିଭଳି ଓଡ଼ିଶା ବିକାଶରେ ଯୋଗଦାନ କରୁଛି, ତାହା କହିଥିଲେ ।

ଶିଳ୍ପାୟନରେ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନ୍‌କ୍ଲେଭ, ଓଡିଶା ଟେକ୍ସ ଟାଇଲ କନ୍‌କ୍ଲେଭ୍ , ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା, ବର୍ତ୍ତମାନ ସୁଦ୍ଧା ୨୮ ହଜାରରୁ ଅଧିକ ସରକାରୀ ନିଯୁକ୍ତି ଓ ପ୍ରଥମ ଦୁଇ ବର୍ଷ ମଧ୍ୟରେ ୮୫ ହଜାର ନିଯୁକ୍ତି ପାଇଁ ପ୍ରକ୍ରିୟା ହିସାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଦେଶର ସର୍ବବୃହତ ନ୍ୟୁଜ୍‌ ନେଟୱର୍କ ନ୍ୟୁଜ୍‌18 କିଭଳି ୧୬ଟି ଭାଷାରେ ୨୦ଟି ଚ୍ୟାନେଲ ମାଧ୍ୟମରେ ଲୋକଙ୍କୁ ଖବର ପରିବେଷଣ କରୁଛି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ । ରାତି ୮ ଟାରେ ପ୍ରସାରିତ ହେଉଥିବା “ଅସଲ କଥା” ତାଙ୍କୁ ଭଲ ଲାଗେ ବୋଲି ମୁଖ୍ୟମନ୍ତ୍ରୀ ବକ୍ତବ୍ୟରେ ଯୋଡ଼ିଥିଲେ ।

ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ରାଜ୍ୟରେ ଶିଳ୍ପ ସମ୍ଭାବନା ଓ ନିଯୁକ୍ତି ସୁଯୋଗ ସଂପର୍କରେ କନ୍‌କ୍ଲେଭ୍‌ରେ ଆଲୋଚନା କରିଥିଲେ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ବିକଶିତ ଗାଁ, ବିକଶିତ ଓଡ଼ିଶାର ରୋଡ୍‌ମ୍ୟାପ୍‌ ଓ ସଫଳତା ଉଲ୍ଲେଖ କରିଥିଲେ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଇଜିଂ ଓଡ଼ିଶା କନ୍‌କ୍ଲେଭ୍‌ରେ ସହରର ସୁବିଧା ଓ ସରକାରଙ୍କ ଭୂମିକା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶ୍ରୀମନ୍ଦିର ସଂସ୍କାରର ସବୁ ଦିଗ ଉପରେ ଆଲୋଚନା କରିଥିଲେ । କୃଷି କିଭଳି ଓଡ଼ିଶା ବିକାଶର ଇଂଜିନ ପାଲଟିଛି, ସେ ନେଇ ଆଲୋକପାତ କରିଥିଲେ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ।

ନ୍ୟୁଜ18 ଓଡ଼ିଆର ‘ରାଇଜିଂ ଓଡ଼ିଶା’ କନ୍‌କ୍ଲେଭରେ ‘ଆଗକୁ ବଢୁଛି ଓଡ଼ିଶା’ ଶୀର୍ଷକରେ ଏକ ଦଳଗତ ଆଲୋଚନା ଆୟୋଜିତ ହୋଇଥିଲା । ବିଜେପି ପକ୍ଷରୁ ବିରଞ୍ଚି ତ୍ରିପାଠୀ, ବିଜେଡି ପକ୍ଷରୁ ପ୍ରତାପ ଜେନା ଏବଂ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତଚରଣ ଦାସ ଏଥିରେ ଅଂଶ ଗ୍ରହଣ କରି ନିଜସ୍ବ ମତ ଉପସ୍ଥାପନ କରିଥିଲେ ।

ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ଏକ ସ୍ବତନ୍ତ୍ର ଉପସ୍ଥାପନା ‘ହଲ୍‌ ଡାକୁଛି ଆ’ ଉପସ୍ଥାପନ କରାଯାଇଥିଲା । ଏହା ଜରିଆରେ ଓଡ଼ିଆ ଚଳଚ୍ଚିତ୍ର, ଅଭିନେତା ଓ ଦର୍ଶକଙ୍କ ତ୍ରିକୋଣୀୟ ସଂପର୍କ ଉପରେ ସାଂପ୍ରତିକ ଚିତ୍ର ପ୍ରଦାନ କରିଥିଲେ ଅନୁଭବ । ସେହିଭଳି ଲୋକପ୍ରିୟ ୟୁଟ୍ୟୁବର ନଟିଆ, କ୍ରିଷ୍ଣା ଓ ନିତିଆନାଙ୍କୁ ନେଇ ‘ଷ୍ଟାର୍‌ ବନାଉଛି ମୋବାଇଲ୍‌’ ଶୀର୍ଷକ ଦଳଗତ ଆଲୋଚନା ଆୟୋଜିତ ହୋଇଥିଲା ।

ନ୍ୟୁଜ୍‌18ର ଚିଫ୍‌ କଣ୍ଟେଣ୍ଟ ଅଫିସର ସନ୍ତୋଷ ମେନନ ଓ ମ୍ୟାନେଜିଂ ଏଡିଟର ଧ୍ରୁବଜ୍ୟୋତି ପ୍ରମାଣିକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ନ୍ୟୁଜ୍‌18 ଓଡ଼ିଆର ସଂପାଦକ ନରେନ୍ଦ୍ରନାଥ ଜେନା ସ୍ବାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Tags: mohanodisha
Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 11:04 PM
 

S
Overcast
27°C
3.2 m/s
Apparent: 31°C
Pressure: 1007 mb
Humidity: 87%
Winds: 3.2 m/s S
Windgusts: 8.8 m/s
UV-Index: 0
Precip.: 0mm /48% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom