• Latest
  • Trending
ସମସ୍ତ ବର୍ଗଙ୍କୁ ଆର୍ଥିକ ସଶକ୍ତ କରିବ ‘ନୂତନ ଜିଏସ୍‌ଟି ସୁଧାର’ : ତରୁଣ ଚୁଗ୍‌

ସମସ୍ତ ବର୍ଗଙ୍କୁ ଆର୍ଥିକ ସଶକ୍ତ କରିବ ‘ନୂତନ ଜିଏସ୍‌ଟି ସୁଧାର’ : ତରୁଣ ଚୁଗ୍‌

Sep-18-2025 02:03 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

Mar-02-2026 07:52 PM IST
  • About
  • Careers
  • Contact Us
Saturday, March 7, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ସମସ୍ତ ବର୍ଗଙ୍କୁ ଆର୍ଥିକ ସଶକ୍ତ କରିବ ‘ନୂତନ ଜିଏସ୍‌ଟି ସୁଧାର’ : ତରୁଣ ଚୁଗ୍‌

by M M
Sep-18-2025 02:03 PM IST
in ରାଜନୀତି, ରାଜ୍ୟ
0
ସମସ୍ତ ବର୍ଗଙ୍କୁ ଆର୍ଥିକ ସଶକ୍ତ କରିବ ‘ନୂତନ ଜିଏସ୍‌ଟି ସୁଧାର’ : ତରୁଣ ଚୁଗ୍‌
491
SHARES
1.4k
VIEWS
Share on FacebookShare on Twitter

 

ରାଜ୍ୟ ବିଜେପି ବୁଦ୍ଧିଜିବୀ ପ୍ରକୋଷ୍ଠ ଆନୁକୁଲ୍ୟରେ “ଆଗାମୀ ପିଢୀର ଜିଏସ୍‌ଟି ସୁଧାର” ପ୍ରସଙ୍ଗରେ ଏକ ଆଲୋଚନାଚକ୍ର ଆଜି ପ୍ରଦେଶ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଏସଟି ସୁଧାର ଦ୍ୱାରା କେବଳ ଜିଏସଟି ହାର ବା ଟିକସରେ କମ୍ ହେବ ନାହିଁ ବରଂ ଏହା ସାଧାରଣ ଜନତାଙ୍କର ଜୀବନଯାପନରେ ଏକ ବ୍ୟାପକ ପରିବର୍ତନକାରୀ ଐତିହାସିକ ପଦକ୍ଷେପ ଅଟେ ବୋଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ଜିଏସଟି ପ୍ରଚାର କମିଟିର ସହ ସଂଯୋଜକ ଶ୍ରୀଯୁକ୍ତ ତରୁଣ ଚୁଗ୍ ମତବ୍ୟକ୍ତ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଟାରେ ଅନୁଷ୍ଠିତ ଜିଏସଟି ସୁଧାର ପ୍ରସଙ୍ଗରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଯୋଗ ଦେଇ ଶ୍ରୀ ଚୁଗ୍ କହିଛନ୍ତି ଯେ, ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଗତ ୧୧ବର୍ଷ ଶାସନକାଳ ମଧ୍ୟରେ ଆର୍ଥିକ ଶୃଙ୍ଖଳା ଓ ଦୁରଦର୍ଶୀ ନୀତି ପାଇଁ ଭାରତ ବିଶ୍ୱର ସବୁଠାରୁ ଦୃଢ ଓ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି ହୋଇପାରିଛି । ନୂତନ ପିଢୀର ଜିଏସ୍‌ଟି ସୁଧାର ଦ୍ୱାରା ପ୍ରାୟ ୨ଲକ୍ଷ କୋଟି ଟଙ୍କାର ଦେଶବାସୀଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳିବ ଓ ଏହା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏକ ମଜବୁତ ଶକ୍ତି ଓ ଗତି ପ୍ରଦାନ କରିବ । ମୋଦି ସରକାରଙ୍କର ଜିଏସ୍‌୍‌ଟି ୨.୦ ସୁଧାର ଦ୍ୱାରା ଓଡିଶାର ଡବଲ ଇଞ୍ଜିନ ସରକାରକୁ ନୂତନ ଗତି ମିଳିବ । ୧୨ ପ୍ରତିଶତ ହାରରେ ଥିବା ଜିଏସ୍‌ଟି ବର୍ଗର ପ୍ରାୟ ୯୯ପ୍ରତିଶତ ସାମଗ୍ରୀକୁ ୫ପ୍ରତିଶତ ହାରକୁ ଅଣାଯାଇଛି ଏବଂ ୨୮ ପ୍ରତିଶତ ହାରରେ ଥିବା ପ୍ରାୟ ୯୦ ପ୍ରତିଶତ ସାମଗ୍ରୀକୁ ୧୮ ପ୍ରତିଶତ ହାରକୁ କମାଇ ଦିଆଯାଇଛି । ଏଥିରେ ଉପଭୋକ୍ତାଙ୍କ ସଂଚୟ ବଢିବ, ଆବଶ୍ୟକ ସାମଗ୍ରୀର ଦାମ କମିବ ଓ ଦେଶୀୟ ଚାହିଦା ମଜବୁତ ହେବ । ବହୁତ କମ୍ପାନୀ ପୂର୍ବରୁ ଦାମ କମେଇବାକୁ ଘୋଷଣା କରିଛନ୍ତି, ଯାହାରୁ ସାଧାରଣ ଲୋକମାନେ ତତ୍‌କ୍ଷଣାତ୍ ଲାଭ ଉଠାଇପାରିବେ ।

ଏହି ସୁଧାର ଦ୍ୱାରା ଗରିବ, କୃଷକ, ମଧ୍ୟବିତ ଓ ଅଣୁ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ଗୁଡିକୁ ବହୁତ ବଡ ଆଶ୍ୱସ୍ତି ମିଳିବ । କୃଷି ଉପକରଣ, ଜଳସିଂଚନ ଯନ୍ତ୍ର, ଛୋଟ ଟ୍ରାକ୍ଟର ଭଳି ଅନେକ କୃଷି ଯନ୍ତ୍ରପାତିରେ ହାର ହ୍ରାସ କରାଯାଇ ୫ ପ୍ରତିଶତ ଜିଏସଟି ଲାଗିବାରୁ କୃଷି ଖର୍ଚ୍ଚ କମିବ । ସ୍ୱାସ୍ଥ୍ୟ ଓ ଜୀବନ ବୀମାରେ ଜିଏସ୍‌ଟି ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି କ୍ୟାନ୍ସର ସହିତ ଗୁରୁତର ଅନ୍ୟ ଦୂରାରୋଗ୍ୟ ଔଷଧ ଓ ମେଡିକାଲ ଉପକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ଜିଏସ୍‌ଟି ଛାଡ କରାଯାଇଛି । ଏହା ଦ୍ୱାରା ସାଧାରଣ ଜନତା ଅନେକ ଲାଭାନ୍ୱିତ ହେବେ ବୋଲି ଶ୍ରୀ ଚୁଗ୍ କହିଛନ୍ତି ।

ଓଡିଶାରେ ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାରେ ଡବଲ ଇଞ୍ଜିନର ସରକାର ଲାଭ ପାଇଛି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବରେ ଓଡିଶାରେ ନୂତନ ଗତି ସହ ବିକାଶକୁ ଅଗ୍ରଗାମୀ କରାଇଛନ୍ତି । ଜିଏସ୍‌ଟିର ସୁଧାର ଲାଭ ଓଡିଶାକୁ ସବୁଠାରୁ ପ୍ରଭାବୀ ଢଙ୍ଗରେ ମିଳିବ ଓ ଓଡିଶାର ଯୁବକ ମାନଙ୍କ ପାଇଁ ଏହା ନୂତନ ସୁଯୋଗ ସୃଷ୍ଟି କରିବ । ଓଡିଶାରେ କେନ୍ଦୁପତ୍ର ଉପରେ ୧୮ପ୍ରତିଶତରୁ ୫ପ୍ରତିଶତ ଜିଏସ୍‌ଟି ହ୍ରାସ ଦ୍ୱାରା ଓଡିଶାର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତ ହେବେ ବୋଲି ଶ୍ରୀ ଚୁଗ୍ କହିଛନ୍ତି ।

ଡବଲ ଇଞ୍ଜିନ ସରକାର ଓଡିଶାରେ ଭିତିଭୂମି, ରୋଜଗାର, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଐତିହାସିକ ପ୍ରଗତୀ କରୁଅଛି । ଜିଏସଟି ୨.୦ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆର୍ଥିକ ସଂସ୍କାରର ଏକ ଅଂଶବିଶେଷ ଅଟେ । ଯାହା ଦୀର୍ଘ ୧୧ବର୍ଷ ଧରି କ୍ରମାଗତ ଭାବେ ଭାରତକୁ ସଫଳତାର ଏ ନୂତନ ଶିଖରରେ ପହଂଚାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତି ଓ ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥ ବ୍ୟବସ୍ଥା ଅଟେ । ରେକର୍ଡ ସଂଖ୍ୟକ ବିଦେଶୀ ପୁଞ୍ଜି ନିବେଶ ସହ ବ୍ୟବସାୟ ଓ ରୋଜଗାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଭିତଭୂମିରେ କ୍ରାନ୍ତିକାରୀ ପ୍ରଗତି ହୋଇଛି- ୬୦ପ୍ରତିଶତରୁ ଅଧିକ ଜାତୀୟ ରାଜପଥ ବିସ୍ତାର ହୋଇଛି, ୨୦ରୁ ଅଧିକ ସହରରେ ମେଟ୍ରୋ ରେଲ୍ ଚାଲୁଛି, ଶହେ ପଚାଶରୁ ଅଧିକ ଏୟାରପୋର୍ଟ, ବନ୍ଦେଭାରତ ଓ ଅମ୍ବୃତ ଭାରତ ଭଳି ଟ୍ରେନର ଆଧୁନିକରଣ ହୋଇଛି । ଡିଜିଟାଲ ଇଣ୍ଡିଆ ଓ ୟୁପିଆଇ କ୍ରାନ୍ତି ଦ୍ୱାରା ଭାରତ ପୃଥୀବିର ସର୍ବବୃହତ ଡିଜିଟାଲରେ ନେଣଦେଣ କରୁଥିବା ଅର୍ଥବ୍ୟବସ୍ଥା ଅଟେ । ଡିବିଟି ବା ସିଧାସଳଖ ବ୍ୟାଙ୍କ ଖାତାରେ ଜମା ଦ୍ୱାରା ମଧ୍ୟସ୍ଥି / ଦଲାଲ ମାନଙ୍କର ଭୂମିକାକୁ ସମାପ୍ତ କରାଯିବା ସହ ୨ଲକ୍ଷ କୋଟିରୁ ଅଧିକ ଟଙ୍କାର ରାଜକୋଷରୁ ବାଟମାରଣାକୁ ବନ୍ଦ କରାଯାଇଛି । ଆତ୍ମନିର୍ଭର ଭାରତ ଓ ପିଏଲଆଇ ଯୋଜନା ଦ୍ୱାରା ପ୍ରତିରକ୍ଷା ମୋବାଇଲ ଓ ଇଲେକ୍ଟ୍ରୋନିକ ଉତ୍ପାଦନରେ ବ୍ୟାପକ ଅଭିବୃଦ୍ଧି ଘଟିଛି ବୋଲି ଶ୍ରୀ ଚୁଗ୍ କହିଛନ୍ତି ।

ଗରୀବ କଲ୍ୟାଣ ଯୋଜନା ଦ୍ୱାରା କୋଟି କୋଟି ପରିବାରଙ୍କର ଜୀବନର ମାନ ପରିବର୍ତିତ ହୋଇଛି । ୮୦କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ରାସନ ଯୋଗାଇ ଦିଆଯାଉଛି, ୫୦କୋଟି ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି, କୋଟି କୋଟି ପରିବାର ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇପାରିଛନ୍ତି । ୧୪କୋଟି ଶୌଚାଳୟ ଦ୍ୱାରା ସ୍ୱଚ୍ଛତା ଓ ସମ୍ମାନଜନକ ଜୀବନଯାପନର ବ୍ୟବସ୍ଥା ହୋଇପାରିଛି । ଷ୍ଟାର୍ଟଅପ୍ ଇଣ୍ଡିଆ ଓ ମୁଦ୍ରା ଯୋଜନାରେ ଉଦ୍ୟମୀ ମାନଙ୍କୁ ନୂଆ ଶକ୍ତି ମିଳିଛି ଓ ଶହେରୁ ଅଧିକ ୟୁନିକର୍ଣ୍ଣ ଉଦ୍ୟୋଗୀ ଭାରତରେ ପ୍ରତିଷ୍ଠିତ ହୋଇଛନ୍ତି । କୋଭିଡ ମହାମାରୀ ପରେ ଯେତେବେଳେ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ସେତିକିବେଳେ ଭାରତ ସବୁଠାରୁ ଦ୍ରୁତ ଗତିରେ ନିଜର ଅର୍ଥନୀତିକୁ ସଜାଡିବାରେ ସମର୍ଥ ହେଲା । ଆଇଏମଏଫ ଓ ବିଶ୍ୱବ୍ୟାଙ୍କ ଭାରତକୁ “ଉଜ୍ଜ୍ୱଳ ସ୍ଥାନ ବା ବ୍ରାଇଟ୍ ସ୍ପଟ୍‌” ଆଖ୍ୟା ଦେଇଛନ୍ତି ବୋଲି ଶ୍ରୀ ଚୁଗ୍ କହିଛନ୍ତି ।

ଏହି ଜିଏସ୍‌ଟି ସୁଧାର ଦ୍ୱାରା ଭାରତର ଅର୍ଥନୀତି ଆହୁରି ପ୍ରଗତିଶୀଳ ହେବ । ନିବେଶକମାନଙ୍କର ଭରସା ମଜବୁତ ହେବ ଏବଂ ବିକଶିତ ଭାରତ ୨୦୪୭ରେ ତ୍ୱରିତ ବେଗରେ ଅଗ୍ରସର ହେବ । ମୋଦି ସରକାରର ପ୍ରତ୍ୟେକ ନିଷ୍ପତିରେ ଲୋକକଲ୍ୟାଣ ସବୁବେଳେ କେନ୍ଦ୍ର ସ୍ଥାନରେ ରହିଛି । ଜିଏସଟି ୨.୦ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିବର୍ତନଶୀଳ ନେତୃତ୍ୱର ସ୍ପଷ୍ଟ ପ୍ରମାଣ ବୋଲି ଶ୍ରୀ ଚୁଗ୍ କହିଛନ୍ତି ।

ରାଜ୍ୟ ବିଜେପି ବୁଦ୍ଧିଜିବୀ ପ୍ରକୋଷ୍ଟର ଆବାହକ ଶ୍ରୀଯୁକ୍ତ ସୁଦର୍ଶନ ନାୟକଙ୍କ ପୌରହିତ୍ୟରେ ଏହି ଆଲୋଚନାଚକ୍ରରେ ବିଜେପି ରାଜ୍ୟ ଉପସଭାପତି ତଥା ରାଜ୍ୟ ଜିଏସ୍‌ଟି ପ୍ରଚାର କମିଟିର ସଂଯୋଜକ ଶ୍ରୀଯୁକ୍ତ ବିରଂଚି ନାରାୟଣ ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ରାଜ୍ୟ ଜିଏସ୍‌ଟି ପ୍ରଚାର କମିଟି ସହ ସଂଯୋଜକ ଶ୍ରୀ ସଞ୍ଜୟ ରଥ ପରିଚୟ ପ୍ରଦାନ କରିଥିଲା ବେଳେ ଯାଜପୁର ସାଂସଦ ଡ. ରବି ନାରାୟଣ ବେହେରା, ରାଜ୍ୟ ବିଜେପିର ମୁଖପାତ୍ର ତଥା ଶିଳ୍ପ ପ୍ରକୋଷ୍ଟର ଆବାହକ ଶ୍ରୀଯୁୁକ୍ତ ତପନ ଚାନ୍ଦ ଓ ରାଜ୍ୟ ବିଜେପି ଚାଟାର୍ଡ ଆକାଉଂଟ୍ ପ୍ରକୋଷ୍ଟ ସଂଯୋଜକ ଶ୍ରୀଯୁକ୍ତ ମିହିର ସାହୁ ଜିଏସଟି ସୁଧାର ସମ୍ପର୍କରେ ବିସ୍ତୃତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଆଲୋଚନା ଚକ୍ରରେ ଦଳର ରାଜ୍ୟ ପଦାଧିକାରୀ ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

 

Share196Tweet123
M M

M M

ଆଜିର ପାଗ

Bhubaneswar
March 7, 2026, 12:50 PM
 

SSE
Partly cloudy
32°C
3.4 m/s
Apparent: 30°C
Pressure: 1010 mb
Humidity: 89%
Winds: 3.4 m/s SSE
Windgusts: 8.6 m/s
UV-Index: 0
Precip.: 0mm /8% / Rain
Sunrise: 6:01 AM
Sunset: 5:53 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom