• Latest
  • Trending
ଦୁଇଟି ସ୍ତ୍ରୀଙ୍କୁ କେମିତି ହତ୍ୟା କରିଥିଲା ପୋଲିସ ଚାକିରି କରିଥିବା ଦୀପକ ରାଉତ

ଦୁଇଟି ସ୍ତ୍ରୀଙ୍କୁ କେମିତି ହତ୍ୟା କରିଥିଲା ପୋଲିସ ଚାକିରି କରିଥିବା ଦୀପକ ରାଉତ

Sep-24-2025 10:26 AM IST
ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

Nov-04-2025 07:17 PM IST
ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

Nov-04-2025 06:51 PM IST

ନବୀନ କାହାକୁ କହିଲେ ବେଇମାନ ?

Nov-04-2025 06:31 PM IST
ବିମାନ ଟିକେଟ୍ ବାତିଲ୍ ପାଇଁ ୪୮ ଘଣ୍ଟାର ‘ଲୁକ୍-ଇନ୍-ଅପ୍ସନ୍’ ପ୍ରସ୍ତାବ

ବିମାନ ଟିକେଟ୍ ବାତିଲ୍ ପାଇଁ ୪୮ ଘଣ୍ଟାର ‘ଲୁକ୍-ଇନ୍-ଅପ୍ସନ୍’ ପ୍ରସ୍ତାବ

Nov-04-2025 05:56 PM IST

କୋହଭରା ପୋଷ୍ଟ କଲେ ରାଜୁ ଢୋଲକିଆଙ୍କ ପତ୍ନୀ; ମୋ ସ୍ୱାମୀଙ୍କୁ ପଚାରିଲନି

Nov-04-2025 05:16 PM IST
ରାଜନୀତିରେ ପରିବାରବାଦ, ଥରୁରଙ୍କ ମତକୁ ନେଇ ରାଜନୀତି ସରଗରମ

ରାଜନୀତିରେ ପରିବାରବାଦ, ଥରୁରଙ୍କ ମତକୁ ନେଇ ରାଜନୀତି ସରଗରମ

Nov-04-2025 04:21 PM IST
ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ

ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ

Nov-04-2025 04:04 PM IST
ନୂଆପଡ଼ା ଉପ-ନିର୍ବାଚନ:  ପ୍ରତିଷ୍ଠା ବଞ୍ଚାଇବାକୁ ତିନି ଦଳର ଜୋରଦାର ପ୍ରଚାର

ନୂଆପଡ଼ା ଉପ-ନିର୍ବାଚନ:  ପ୍ରତିଷ୍ଠା ବଞ୍ଚାଇବାକୁ ତିନି ଦଳର ଜୋରଦାର ପ୍ରଚାର

Nov-04-2025 09:38 AM IST
ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

Nov-04-2025 09:03 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Nov-04-2025 08:55 AM IST
  • About
  • Careers
  • Contact Us
Wednesday, November 5, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ଦୁଇଟି ସ୍ତ୍ରୀଙ୍କୁ କେମିତି ହତ୍ୟା କରିଥିଲା ପୋଲିସ ଚାକିରି କରିଥିବା ଦୀପକ ରାଉତ

by M M
Sep-24-2025 10:26 AM IST
in ରାଜ୍ୟ
0
ଦୁଇଟି ସ୍ତ୍ରୀଙ୍କୁ କେମିତି ହତ୍ୟା କରିଥିଲା ପୋଲିସ ଚାକିରି କରିଥିବା ଦୀପକ ରାଉତ
491
SHARES
1.4k
VIEWS
Share on FacebookShare on Twitter

ବହୁଚର୍ଚ୍ଚିତ ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ଦୁଇଜଣ ମହିଳାଙ୍କୁ ହତ୍ୟା କରିଛି ।  ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିବା ବେଳେ ଦ୍ବିତୀୟ ପତ୍ନୀ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲେ ।

ଅପର୍ଣ୍ଣା ପ୍ରିୟଦର୍ଶିନୀ ୨୦୨୨ ମସିହାରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ଦୀପକ କହୁଥିଲେ ବି ତାଙ୍କୁ ଯୋଜନାବଦ୍ଧ ‌ହତ୍ୟା ହୋଇଥିବା ନେଇ ଆଜି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି | ବାସ୍ତବରେ ଆଜି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡକୁ ନେଇ ବିଜେଡ଼ି ଦେଇଥିବା ମୁଲତବୀ ପ୍ରସ୍ତାବର ଉତ୍ତର ରଖି ବଡ଼ ଖୁଲାସା କରିଛନ୍ତି ଆଇନ ମନ୍ତ୍ରୀ । ଆଇନ ମନ୍ତ୍ରୀ କହିଛନ୍ତି ଯେ ୨୦୧୮ ମସିହାରେ ଅଭିଯୁକ୍ତ ଦୀପକ ରାଉତ ନିଜ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ୨୦୨୨ ମସିହାରେ ବୀମା ଟଙ୍କା ହଡ଼ପ କରିବାକୁ ପ୍ରଥମ ପତ୍ନୀଙ୍କ ହତ୍ୟାକୁ କରିଥିଲା ଦୀପକ ରାଉତ । ସେତେବେଳେ ତଦନ୍ତ ସମୟରେ ବିଜେଡ଼ି ସରକାର ଥିଲା । କିନ୍ତୁ ସତ ସାମନାକୁ ଆସିନଥିଲା ।

ତଦନ୍ତ ସମୟରେ ଟ୍ରକ୍ ଧକ୍କାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । କିନ୍ତୁ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ଦିନ ରାଉରକେଲାରେ ଥିବା ଜଣାପଡିଥିଲା । ତେଣୁ ଅପର୍ଣ୍ଣାଙ୍କ ହତ୍ୟା କାହିଁକି ହୋଇଥିଲା ଏବଂ କାହା ସ୍ୱାର୍ଥରେ ହତ୍ୟାକୁ ଲୁଚାଇ ଦିଆଯାଇଥିଲା ତାହା ସ୍ପଷ୍ଟ ହେବା ଦରକାର ବୋଲି କହି ପୂର୍ବ ବିଜେଡ଼ି ସରକାରକୁ ଟାର୍ଗେଟ କରିଥିଲେ ପୃଥ୍ୱୀରାଜ ।

ସୂଚନା ଅନୁସାରେ ଅପର୍ଣ୍ଣା ଓ ଦୀପକଙ୍କ ବିବାହ ୨୦୧୮ ମସିହା ଏପ୍ରିଲ୍‌ ୨୫ ତାରିଖରେ ହୋଇଥିଲା। ମାଟ୍ରିମୋନିଆଲ୍‌ ସାଇଟ୍‌‌ରୁ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ହେବା ପରେ ବିବାହ ହୋଇଥିଲା। ବିବାହର ଦୁଇରୁ ତିନିମାସ ପରଠୁ ବିବାଦ ଲାଗି ରହିଥିଲା। ଦୀପକଙ୍କ ସହିତ ତାଙ୍କ ମା’ ଓ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ କାମ କରୁଥିବା ତାଙ୍କର ଜଣେ ଧରମ ଭଉଣୀ ମିଳିତ ଭାବେ ଅପର୍ଣ୍ଣାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଅପର୍ଣ୍ଣା ନାମରେ ଋଣ କରି ସେହି ଟଙ୍କାକୁ ଦୁଇଟି ଭିନ୍ନଭିନ୍ନ ବ୍ୟବସାୟରେ ଲଗାଇଥିଲେ। ଏଭଳିସ୍ଥିତିରେ ଅପର୍ଣ୍ଣାଙ୍କ ପ୍ରଥମ ଗର୍ଭ ମଧ୍ୟ ନଷ୍ଟ ହୋଇଯାଇଥିଲା। ମୃତ୍ୟୁର ୬ମାସ ପୂର୍ବରୁ ସେ ପୁଣି ଥରେ ଗର୍ଭବତୀ ହୋଇଥିଲେ।

ଦୀପକ ରାଉତ ଇନ୍ସ୍ୟୁରାନସ ଲୋଭରେ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡ ଘଟଣାକୁ ରି ଓପନ କରି ତଦନ୍ତ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ଯେଉଁ ଟ୍ରକ୍ କଥା କୁହାଯାଇଛି ସେ ଟ୍ରକ୍ ସେଠାରେ ନଥିଲା। ତେଣୁ କାହା ପୃଷ୍ଟ ପୋଷକତାରେ ଏସବୁ ଚାଲିଥିଲା ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ପୂର୍ବ ସରକାରକୁ ଟାର୍ଗେଟ କରି କହିଛନ୍ତି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରାଙ୍କ ହତ୍ୟାକାଣ୍ଡ ଘଟଣାରେ ଦୋଷୀଙ୍କୁ ଗିରଫ କରଯାଇଛି। ସବୁ ପ୍ରମାଣ ମିଳିଛି। କିନ୍ତୁ ୨୦୨୨ ଘଟଣାର ଏପର୍ଯ୍ୟନ୍ତ ସତ୍ୟ ସାମ୍ନାକୁ ଆସିଲା ନାହିଁ।

-୨୦୨୨ ମାର୍ଚ୍ଚ ୧୭ ତାରିଖ ରାତି ପ୍ରାୟ ୮ଟାରେ ଖୁଣ୍ଟୁଣୀ ନିକଟରେ ଅପର୍ଣ୍ଣା ଦୁର୍ଘଟଣାର ଶିକାର ହୋଇଥିବା ନେଇ ଦୀପକ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଘର ଲୋକେ ଢେଙ୍କାନାଳରୁ ବାହାରିବା ସମୟରେ ପ୍ରଥମେ ସେ କଟକ ବଡ଼ଡାକ୍ତରଖାନାକୁ ଓ ପରେ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍‌କୁ ନେଉଥିବା କହିଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚବା ବେଳକୁ ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇସାରିଥିଲା। ଦୀପକର କହିବାନୁସାରେ, କାର୍‌ର ଚକା ଲିକ୍‌ ହୋଇଯାଇଥିଲା। ସେ ଚକା ବଦଳାଉଥିବା ସମୟରେ ଅପର୍ଣ୍ଣା ମୋବାଇଲ୍‌ ଟର୍ଚ୍ଚ ଦେଖାଉଥିଲେ। ସେହି ସମୟରେ ଓଡି-୦୨-ଏସ୍‌-୩୪୮୬ ନମ୍ବର ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିବା କହିବା ପରେ ଖୁଣ୍ଟୁଣି ଥାନାରେ କେସ ନମ୍ବର ୭୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଆଉ ଦୀପକ ଚାଲାକି କରି ଅପର୍ଣ୍ଣାଙ୍କ ନାମରେ ଥିବା ବୀମା ଟଙ୍କା ହାତେଇ ନେଇଥିଲା |

Share196Tweet123
M M

M M

ଆଜିର ପାଗ

Bhubaneswar
November 5, 2025, 8:06 AM
 

WNW
Clear sky
23°C
0.9 m/s
Apparent: 25°C
Pressure: 1009 mb
Humidity: 89%
Winds: 0.9 m/s WNW
Windgusts: 5.2 m/s
UV-Index: 0
Precip.: 0mm /0% / Rain
Sunrise: 5:50 AM
Sunset: 5:09 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

November 4, 2025
ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

November 4, 2025

ନବୀନ କାହାକୁ କହିଲେ ବେଇମାନ ?

November 4, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom