• Latest
  • Trending

ନୂଆପଡ଼ା ଉପନିର୍ବାଚନରେ କିଏ ମାରିବ ବାଜି ?

Sep-26-2025 12:15 PM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
  • About
  • Careers
  • Contact Us
Sunday, March 15, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ନୂଆପଡ଼ା ଉପନିର୍ବାଚନରେ କିଏ ମାରିବ ବାଜି ?

ଉପନିର୍ବାଚରେ ଅନୁକମ୍ପାମୂଳକ ଭୋଟ

by M M
Sep-26-2025 12:15 PM IST
in ରାଜନୀତି, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ରାଜ୍ୟରେ ଆଗକୁ ନୂଆପଡ଼ା ଉପନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ କିଏ ଜିତିବ ତାହା କହିବା ମୁସ୍କିଲ । କିନ୍ତୁ ଗତ କିଛି ବର୍ଷ ଦେଖିଲେ ସାଧାରଣତ ଉପନିର୍ବାଚନରେ ପ୍ରାର୍ଥୀଙ୍କୁ ଅନୁକମ୍ପାମୂଳକ ଭୋଟ ମିଳୁଥିବା ଦେଖାଯାଇଛି । ୨୦୧୯ରୁ ୨୦୨୪ ମଧ୍ୟରେ ୭ଟି ଉପନିର୍ବାଚନ ହୋଇଛି । ୬ଟିରେ ବିଜେଡି ଓ ଗୋଟିଏରେ ବିଜେପି ଜିତିଥିଲା।

ସବୁ ଉପନିର୍ବାଚନରେ ଦିବଂଗତ ପ୍ରାର୍ଥୀଙ୍କ ପରିବାର ସଦସ୍ୟଙ୍କୁ ହିଁ ପ୍ରାର୍ଥୀ କରାଯାଇଥିବା ଦେଖିବାକୁ ମିଳିଥିଲା। ଆଉ ଅଧିକାଂଶ ସ୍ଥାନରେ ଅନୁକମ୍ପା ଭୋଟ୍‌ ବି କାମ ଦେଇଥିଲା।  ସେ ସମୟରେ ସରକାରରେ ଥିଲା ବିଜେଡି ।  ବିଜେଡିର ଅଭେଦ୍ୟ ରଣନୀତି ଭେଦ କରିବା ବିରୋଧ‌ୀ ଦଳଙ୍କ ପାଇଁ ସହଜ ହୋଇ ନଥିଲା। କେବଳ ଧାମନଗର ଆସନଟିକୁ ବିଜେପି ବଜାୟ ରଖିଥିଲା।

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜର ହିଞ୍ଜିଳି ଆସନ ସହ ବିଜେପୁରରେ ନିର୍ବାଚନ ଲଢ଼ିଥିଲେ। ଉଭୟ ଆସନରେ ଜିତିଲା ପରେ ବିଜେପୁରକୁ ଛାଡ଼ି ଦେଇଥିଲେ। ସେଠାରେ ହୋଇଥିବା ଉପନିର୍ବାଚନରେ ରୀତା ସାହୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ସେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୯୭,୯୯୦ ଖଣ୍ଡ ଭୋଟରେ ହରାଇଥିଲେ।

ଏହି ବିଜୟ ବ୍ୟବଧାନ ଥିଲା ସର୍ବକାଳୀନ ରେକର୍ଡ। ୨୦୨୦ ମସିହାରେ ତିର୍ତ୍ତୋଲର ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ପରେ ଉପନିର୍ବାଚନ ହୋଇଥିଲା।

ଏଠାରେ ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ସେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୧ ହଜାରରୁ ଅଧିକ ଭୋଟ୍‌ରେ ହରାଇଥିଲେ। ସେହି ବର୍ଷ ବାଲେଶ୍ବର ସଦରର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ଯୋଗୁ ସେଠାରେ ଉପନିର୍ବାଚନ ହୋଇଥିଲା। ସ୍ବର୍ଗତ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ସ୍ବରୂପ ଦାସ। ତେବେ ଏହି ଆସନଟିକୁ ରକ୍ଷା କରିବାରେ ବିଜେପି ସମର୍ଥ ହୋଇ ନଥିଲା। ୧୩ ହଜାରରୁ ଅଧିକ ଭୋଟ୍‌ରେ ବିଜେଡି ଠାରୁ ବିଜେପି ପଛରେ ପଡ଼ିଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ମାନସ ଦତ୍ତ ପୁନର୍ବାର ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।

୨୦୨୨ରେ ତିନିଟି ଉପନିର୍ବାଚନର ସାମ୍‌ନା କରିଥିଲା ଓଡ଼ିଶା। ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପର‌ଲୋକ ପରେ ୨୦୨୨ ଜୁନରେ ହୋଇଥିଲା ଉପନିର୍ବାଚନ। ବିଜେଡିରୁ ପ୍ରା‌ର୍ଥୀ ହୋଇଥିଲେ ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି। ସେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୬୬ ହଜାର ଭୋଟ୍‌ରେ ପରାସ୍ତ କଲେ।

ସେହି ବର୍ଷ ଧାମନଗରର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ନଭେମ୍ବର ମାସରେ ହୋଇଥିଲା ଉପନିର୍ବାଚନ। ସ୍ବର୍ଗତ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ସେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପାଖାପାଖି ୧୦ ହଜାର ଭୋଟ୍‌ରେ ହରାଇଥିଲେ। ୨୦୨୨ରେ ତୃତୀୟ ଉପନିର୍ବାଚନ ହୋଇଥିଲା ପଦ୍ମପୁରରେ। ସେଠାକାର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପରଲୋକ ପରେ ଡିସେମ୍ବର ମାସରେ ଉପନିର୍ବାଚନ ହୋଇଥିଲା।

ସ୍ବର୍ଗତ ବରିହାଙ୍କ ଝିଅ ବର୍ଷା ସିଂହ ବରିହାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨ ହଜାରରୁ ଅଧିକ ଭୋଟ୍‌ରେ ହରାଇଥିଲେ। ୨୦୨୩ରେ ଶେଷ ଉପନିର୍ବାଚନ ହୋଇଥିଲା ଝାରସୁଗୁଡ଼ାରେ। ସେଠାକାର ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ‌ଝାରସୁଗୁଡ଼ାରେ ହୋଇଥିବା ଏହି ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ସ୍ବର୍ଗତ ଦାସଙ୍କ ଝିଅ ଦୀପାଳି ଦାସ। ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାରରୁ ଅଧିକ ଭୋଟ୍‌ରେ ହରାଇଥିଲେ।

Share196Tweet123
M M

M M

ଆଜିର ପାଗ

Bhubaneswar
March 15, 2026, 5:41 PM
 

SSW
Overcast
28°C
2.8 m/s
Apparent: 29°C
Pressure: 1011 mb
Humidity: 86%
Winds: 2.8 m/s SSW
Windgusts: 11.8 m/s
UV-Index: 0
Precip.: 0mm /8% / Rain
Sunrise: 5:54 AM
Sunset: 5:55 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

March 9, 2026
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom