• Latest
  • Trending
ବିହାରରେ ପାଖେଇ ଆସୁଛି ନିର୍ବାଚନ, ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ବ

ବିହାରରେ ପାଖେଇ ଆସୁଛି ନିର୍ବାଚନ, ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ବ

Sep-26-2025 12:32 PM IST
ଜଳିଗଲା ଚଳନ୍ତା ବସ, 20 ଜୀବନ୍ତ ଦଗ୍ଧ

ଜଳିଗଲା ଚଳନ୍ତା ବସ, 20 ଜୀବନ୍ତ ଦଗ୍ଧ

Oct-24-2025 10:18 AM IST
କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

Oct-24-2025 09:40 AM IST
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

Oct-24-2025 09:36 AM IST
ଝାଡ଼ୁଦାର ଚାକିରି ଦେବାକୁ କହି ଦୁଇ କୋଟି ଠକିନେଲେ , ୬୨ ଲକ୍ଷ ଜବତ

ଝାଡ଼ୁଦାର ଚାକିରି ଦେବାକୁ କହି ଦୁଇ କୋଟି ଠକିନେଲେ , ୬୨ ଲକ୍ଷ ଜବତ

Oct-23-2025 07:51 PM IST
ପୀତବାସଙ୍କୁ କାହିଁକି ମାରିଲେ ବିକ୍ରମ କଣ ସେହି ଅଜ୍ଞାତ କାରଣ ?

ପୀତବାସଙ୍କୁ କାହିଁକି ମାରିଲେ ବିକ୍ରମ କଣ ସେହି ଅଜ୍ଞାତ କାରଣ ?

Oct-23-2025 07:37 PM IST
ସିରିଜ ହାରିଲା ଭାରତ, ଦ୍ବିତୀୟ ଦିନିକିଆରେ ଭାରତକୁ ଦୁଇ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ସିରିଜ ହାରିଲା ଭାରତ, ଦ୍ବିତୀୟ ଦିନିକିଆରେ ଭାରତକୁ ଦୁଇ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

Oct-23-2025 06:43 PM IST
ଦୀପାବଳିରେ ‘କାରବାଇଡ୍ ଗନ୍ ’ରୁ ବାହାରିଲା ବାରୁଦ ନିଆଁ, ପୋଡ଼ିଦେଲା ଶହ ଶହ ଲୋକଙ୍କ ଆଖି

ଦୀପାବଳିରେ ‘କାରବାଇଡ୍ ଗନ୍ ’ରୁ ବାହାରିଲା ବାରୁଦ ନିଆଁ, ପୋଡ଼ିଦେଲା ଶହ ଶହ ଲୋକଙ୍କ ଆଖି

Oct-23-2025 04:44 PM IST
ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

Oct-23-2025 01:04 PM IST
ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

Oct-23-2025 12:37 PM IST
ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

Oct-23-2025 12:26 PM IST
  • About
  • Careers
  • Contact Us
Friday, October 24, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ବିହାରରେ ପାଖେଇ ଆସୁଛି ନିର୍ବାଚନ, ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ବ

by M M
Sep-26-2025 12:32 PM IST
in ଦେଶ ବିଦେଶ, ରାଜନୀତି
0
ବିହାରରେ ପାଖେଇ ଆସୁଛି ନିର୍ବାଚନ, ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ବ
491
SHARES
1.4k
VIEWS
Share on FacebookShare on Twitter

ବିହାର ନିର୍ବାଚନରେ ଏନଡିଏ ଜିତିବାକୁ  ପ୍ରସ୍ତୁତି ଜୋରଦାର କରିଛି ।  ବିହାର ନିର୍ବାଚନ ପାଖେଇ ଆସୁଥିବା ବେଳେ ତିନୋଟି ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଏବଂ ସହ ମୁଖପାତ୍ର ନିଯୁକ୍ତ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନ ପାଇଁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଏହାସହିତ ସି.ଆର ପାଟିଲଙ୍କୁ ସହ ମୁଖପାତ୍ର ଏବଂ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସହ ପ୍ରଭାରୀ ନିଯୁକ୍ତି ଦେଇଛି ଦଳ ।

ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏନେଇ ଏକ ଚିଠି ଜାରି କରି ନୂତନ ପଦାଧିକାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ନିର୍ଦେଶ ଦେଇଛନ୍ତି । ବିହାର ନିର୍ବାଚନ ବ୍ୟତୀତ ବିଜେପି ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି । ସାଂସଦ ବିପ୍ଳବ ଦେବଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରାଯାଇଥିବା ବେଳେ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ରାଜ୍ୟମନ୍ତ୍ରୀ ମୁରଲୀଧର ମାହୋଲଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରିଛି ଦଳ ।

ଯଦିଓ ବିହାର ନିର୍ବାଚନ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ, ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଚୂଡ଼ାନ୍ତ କରିବା ଆରମ୍ଭ କରିସାରିଛନ୍ତି। ବିଜେପି ବିହାର ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ କରିବାର କାରଣ ହେଉଛି ବିହାର ରାଜନୀତି ସହ ଧର୍ମେନ୍ଦ୍ରଙ୍କ ଅନୁଭୂତି ରହିଛି ।

ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ବିହାରରେ ନିର୍ବାଚନ ହେବାର ସମ୍ଭାବନା ରହିଛି ।  ନିର୍ବାଚନ କମିଶନ (ECI)ଙ୍କ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ତାରିଖ ଘୋଷଣା କରାଯାଇ ନାହିଁ। କିନ୍ତୁ 2020 ମସିହାରେ, ବିହାର ନିର୍ବାଚନ ଅକ୍ଟୋବର-ନଭେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା। ତେଣୁ ଏଥର ମଧ୍ୟ ଅକ୍ଟୋବର ମାସରେ ନିର୍ବାଚନ ହେବା ନେଇ ଚର୍ଚା ହେଉଛି । ଗତ ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଜନତା ଦଳ-ୟୁନାଇଟେଡ୍ (JDU) ସୁପ୍ରିମୋ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରି ସରକାର ଗଠନ କରିଥିଲା।

ତଥାପି ଅଗଷ୍ଟ 2022ରେ JDU, NDA ଠାରୁ ସମ୍ପର୍କ ତୁଟାଇ ରାଷ୍ଟ୍ରୀୟ ଜନତା ଦଳ (RJD) ନେତୃତ୍ୱାଧୀନ ମହାଗଠବନ୍ଧନରେ ଯୋଗ ଦେଇଥିଲା। କିନ୍ତୁ ଜାନୁଆରୀ 2024ରେ ପୁଣିଥରେ JDU, ବିଜେପି ନେତୃତ୍ୱାଧୀନ NDAକୁ ଫେରି ଆସିଥିଲେ ।  ପୁଣି ଥରେ ବିହାରରେ  ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା ।

243 ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏଥର ବି ଏନଡିଏର ପଲା ଭାରି ରହିଛି । ଇଣ୍ଡିଆ ମେଂଟ କିନ୍ତୁ ଏଥର ସରକାର ଗଠନ କରିବା ପାଇଁ ପ୍ରାଣମୂର୍ଛା ଉଦ୍ୟମ ଆରମ୍ଭ କରିଛି ।  ଏଥର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ଏନଡିଏ ଏବଂ ଇଣ୍ଡିଆ ମହାମେଣ୍ଟ ମଧ୍ୟରେ ହେଉଛି। ଏହି ନିର୍ବାଚନ ଉଭୟଙ୍କ ପାଇଁ ଏକ ସମ୍ମାନର ପ୍ରସଙ୍ଗ ପାଲଟିଛି। କାରଣ ଏହାର ବାର୍ତ୍ତା ପରବର୍ତ୍ତି ରାଜ୍ୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ଉପରେ ପଡ଼ିବ ।  ନିର୍ବାଚନ ଘୋଷଣା ପୂର୍ବରୁ ହିଁ ସମସ୍ତ ଦଳ ନିର୍ବାଚନ ମଇଦାନରେ ନିଜର ଶକ୍ତି ପ୍ରଦର୍ଶନ କରିଚାଲିଛନ୍ତି। ଏହା ବ୍ୟତୀତ, ଦଳଗୁଡ଼ିକ ମଧ୍ୟରେ ବୟାନବାଜି ମଧ୍ୟ ଜୋର୍ ଧରିଛି। ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ବିହାରରେ ଶାସନ କରୁଛି। ଏହି ମେଣ୍ଟରେ ବିଜେପି ପ୍ରମୁଖ ଦଳ ରହିଛି।

ବିହାରକୁ ବାଦ୍ ଦେଲେ ବିଜେପି ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଜଣେ ରାଜ୍ୟ ନିର୍ବାଚନ ପ୍ରଭାରୀ ଏବଂ ଜଣେ ସହ-ପ୍ରଭାରୀ ନିଯୁକ୍ତ କରିଛି। ଦଳ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବଙ୍କୁ ରାଜ୍ୟ ନିର୍ବାଚନ ପ୍ରଭାରୀ ଏବଂ ଲୋକସଭା ସାଂସଦ ବିପ୍ଳବ ଦେବଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରିଛି। ସେହିପରି ଦଳର ନେତା ଏବଂ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ରାଜ୍ୟ ମନ୍ତ୍ରୀ ମୁରଲୀଧର ମୋହୋଲଙ୍କୁ ତାମିଲନାଡୁର ନିର୍ବାଚନ ପ୍ରଭାରୀ ଏବଂ ସହ-ପ୍ରଭାରୀ କରାଯାଇଛି। ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ 2026ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Share196Tweet123
M M

M M

ଆଜିର ପାଗ

Bhubaneswar
October 24, 2025, 2:08 PM
 

ENE
Mainly clear
33°C
2.5 m/s
Apparent: 35°C
Pressure: 1008 mb
Humidity: 50%
Winds: 2.5 m/s ENE
Windgusts: 5.9 m/s
UV-Index: 5
Precip.: 0mm /18% / Rain
Sunrise: 5:44 AM
Sunset: 5:16 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜଳିଗଲା ଚଳନ୍ତା ବସ, 20 ଜୀବନ୍ତ ଦଗ୍ଧ

ଜଳିଗଲା ଚଳନ୍ତା ବସ, 20 ଜୀବନ୍ତ ଦଗ୍ଧ

October 24, 2025
କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

October 24, 2025
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

October 24, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom