ଚୀନ୍ରେ କୀଟ, ପୋକ ଖାଇବା ସାଧାରଣତ ଘଟଣା । ଏପରିକି ବେଙ୍ଗ ମାରି ତରକାରୀ କରି କିଛି ଲୋକ ଖାଇଥାନ୍ତି । କିନ୍ତୁ ସେଠାରେ କିଛି ରୋଗ ଭଲ ପାଇଁ ମଧ୍ୟ ଏଭଳି ଜିଅନ୍ତା ପୋକ କିଛି ଲୋକ ଖାଇଥାଆନ୍ତି । ଚୀନରେ ଜଣେ ୮୨ ବର୍ଷୀୟ ମହିଳା ତାଙ୍କ ଅଣ୍ଟା ଯନ୍ତ୍ରଣା ଦୂର କରିବା ପାଇଁ ଆଠଟି ଜୀଆନ୍ତା ବେଙ୍ଗ ଖାଇଥିବା ଏବେ ଚର୍ଚାରେ ଅଛି ।
ଜିଅନ୍ତା ବେଙ୍ଗ ଖାଇଥିବା ମହିଳାଙ୍କ ପୁଅ କହିବା କଥା ଯେ ସେ ଅନ୍ୟ କାହା କଥାରେ ପଡ଼ି ବେଙ୍ଗ ଖାଇଲେ । ଆଉ ପରେ ମେଡିକାଲରେ ଭର୍ତ୍ତି ହୋଇ କଷ୍ଟ ପାଇଲେ । ବେଙ୍ଗ ଖାଇବାରୁ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇଥିଲା । ତାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଲା ଓ ସେ ହସ୍ପିଟାଲରେ ଭର୍ତ୍ତି ହେଲେ। ତାଙ୍କ ପୁଅ ଡାକ୍ତରଙ୍କୁ କହିଥିଲେ, “ମୋ ମା’ ଆଠଟି ଜୀଆନ୍ତା ବେଙ୍ଗ ଖାଇଛନ୍ତି, ଏବେ ଯନ୍ତ୍ରଣା ହେତୁ ସେ ଚାଲି ପାରୁନାହାନ୍ତି।” ମହିଳାଙ୍କୁ ଦୀର୍ଘ ଦିନ ଧରି ପିଠି ଯନ୍ତ୍ରଣା ସମସ୍ୟା ଥିଲା। କେହି ତାଙ୍କୁ ଜୀଆନ୍ତା ବେଙ୍ଗ ଗିଳିଲେ ଯନ୍ତ୍ରଣା କମିବ ବୋଲି କହିଥିଲେ।
ସେହି ମହିଳା ଏହାକୁ ବିଶ୍ବାସ କରି ବେଙ୍ଗ ଗିଳିବା ଫଳରେ ତାଙ୍କ ପାଚନ ତନ୍ତ୍ର ଖରାପ ହେଲା ଓ ସ୍ପାର୍ଗାନମ୍ ନାମକ ପରଜୀବୀ ତାଙ୍କ ଶରୀରରେ ସଂକ୍ରମଣ କଲା। ଏହା ଯନ୍ତ୍ରଣା ବଢ଼ାଇଲା ଓ ତାଙ୍କୁ ଚାଲିବା କଷ୍ଟକର ହେଲା। ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ପରେ ଜଣାପଡ଼ିଲା ଯେ ତାଙ୍କ ଶରୀରରେ ଅକ୍ସିଫିଲ୍ କୋଷ ଅସ୍ୱାଭାବିକ ଭାବେ ବଢ଼ିଛି, ଯାହା ପରଜୀବୀ ସଂକ୍ରମଣ ଓ ଅନ୍ୟ ରୋଗର ସଙ୍କେତ ଥିଲା। ଡାକ୍ତରମାନେ କହିଲେ, “ବେଙ୍ଗ ଗିଳିବା ଯୋଗୁଁ ରୋଗୀଙ୍କ ପାଚନ ତନ୍ତ୍ର ନଷ୍ଟ ହୋଇଛି ଓ ଶରୀରରେ ପରଜୀବୀ ସଂକ୍ରମଣ ହୋଇଛି।” ଏବେ ସେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଚାଲିପାରୁନାହାଁନ୍ତି ।


















