• Latest
  • Trending
ଫସର ଫାଟିଲା ଟ୍ରମ୍ପଙ୍କ ନୋବେଲ ସ୍ବପ୍ନ, ବାଜି ମାରିନେଲେ ମାରିଆ

ଫସର ଫାଟିଲା ଟ୍ରମ୍ପଙ୍କ ନୋବେଲ ସ୍ବପ୍ନ, ବାଜି ମାରିନେଲେ ମାରିଆ

Oct-10-2025 10:26 AM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Thursday, March 19, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଫସର ଫାଟିଲା ଟ୍ରମ୍ପଙ୍କ ନୋବେଲ ସ୍ବପ୍ନ, ବାଜି ମାରିନେଲେ ମାରିଆ

by M M
Oct-10-2025 10:26 AM IST
in ବଡ଼ ଖବର, ସର୍ବଶେଷ ଖବର
0
ଫସର ଫାଟିଲା ଟ୍ରମ୍ପଙ୍କ ନୋବେଲ ସ୍ବପ୍ନ, ବାଜି ମାରିନେଲେ ମାରିଆ
494
SHARES
1.4k
VIEWS
Share on FacebookShare on Twitter

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଦୁଇବର୍ଷ ହେଲା ଦାବି କରୁଥିଲେ ସେ ନୋବେଲ ଶାନ୍ତି ପୁରସ୍କାର ପାଇବେ । କାରଣ ସେ 7ଟି ଯୁଦ୍ଧ ରୋକିବାରେ ବଡ଼ ଭୂମିକା ନେଇଛନ୍ତି । ସେ ଦ୍ବିତୀୟ ବାର ଆମେରିକାର ରାଷ୍ଟ୍ରପତି ହେବା ପରେ ଏହି ପୁରସ୍କାର ପାଇଁ ପ୍ରବଳ ଦାବିଦାର ଥିବା କହିଥିଲେ ।  ପାକିସ୍ତାନ ସହ ଅନେକ ଦେଶ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବାକୁ ଖୋଲାଖୋଲି ସମର୍ଥନ କରିଥିଲେ । କିନ୍ତୁ ଶେଷରେ ନୋବେଲ ପୁରସ୍କାର ପାଇଛନ୍ତି ଭେନଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା । ଟ୍ରମ୍ପଙ୍କ ଆଶା ଭାଙ୍ଗିଯାଇଛି । ତାଙ୍କ ସମର୍ଥକମାନେ ସକାଳୁ ଉତ୍ସବ ପାଳନ କରୁଥିଲେ । କିନ୍ତୁ ତାହା ଘଟିନାହିଁ ।  ୨୦୨୫ ନୋବେଲ୍ ଶାନ୍ତି ପୁରସ୍କାର ଭେନେଜୁଏଲାର ମୁଖ୍ୟ ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ପ୍ରଦାନ କରାଯିବାକୁ ଘୋଷଣା ହୋଇଛି । ଏବେ ସେ ଭେନଜୁଏଲା ସରକାରଙ୍କ ଡରରେ ଲୁଚି ରହିଛନ୍ତି। ମାରିଆ ଯିଏ ଭେନଜୁଏଲାରେ  ଗଣତାନ୍ତ୍ରିକ ଅଧିକାର ପାଇଁ ବର୍ଷ ବର୍ଷ ଧରି ଅହିଁସା ଉପାୟରେ ଆନ୍ଦୋଳନ କରି ଆସୁଛନ୍ତି । ତାଙ୍କୁ ‘ଭେନେଜୁଏଲାର ଆଇରନ୍ ଲେଡି’ କୁହାଯାଉଛି ।

ନୋବେଲ ଶାନ୍ତି ପୁରସ୍କାର ପାଇବା ପୂର୍ବରୁ ମାରିଆଙ୍କ ନାମ ଟାଇମ୍ ମ୍ୟାଗାଜିନ୍‌ର ‘୨୦୨୫ ର ସବୁଠାରୁ ପ୍ରଭାବଶାଳୀ ୧୦୦ ବ୍ୟକ୍ତି’ ତାଲିକାରେ ସ୍ଥାନ ପାଇଥିଲା । ପୁରସ୍କାର ଘୋଷଣା କରିବା ସମୟରେ ନୋବେଲ୍ କମିଟି କହିଛି ଯେ, ମାରିଆଙ୍କୁ ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାର ହାସଲ କରିବାରେ ଅକ୍ଲାନ୍ତ ପରିଶ୍ରମ ପାଇଁ ପ୍ରଦାନ କରାଯାଉଛି । ସେ ଗଣତନ୍ତ୍ରର ସୁରକ୍ଷା ପାଇଁ , ଲୋକଙ୍କୁ ନ୍ୟାୟ ଦେବାକୁ ଅହିଁସାତ୍ମକ ଭାବେ ସଂଘର୍ଷ କରୁଥିବାରୁ ତାଙ୍କୁ ଏହି ସମ୍ମାନ ଦିଆଯାଉଛି।

ମାରିଆ କୋରିନା ମାଚାଡୋ ହେଉଛନ୍ତି  ଭେନେଜୁଏଲାର ରାଜନୈତିକ ନେତ୍ରୀ। ସେ ଦେଶରେ ମୁକ୍ତ ନିର୍ବାଚନ ଓ ମାନବ ଅଧିକାର ରକ୍ଷା ପାଇଁ କଠିନ ପରିସ୍ଥିତିରେ କାମ କରିଛନ୍ତି। ଏହା ବିଶ୍ୱରେ ଶାନ୍ତି ଓ ଗଣତନ୍ତ୍ରର ଉଦାହରଣ ସ୍ଥାପନ କରୁଛି। ଏହି ପୁରସ୍କାର  ଅନ୍ୟ ଦେଶମାନଙ୍କୁ ପ୍ରେରଣା ଦେବ।

ଟ୍ରମ୍ପଙ୍କୁ କାହିଁକି ମିଳିଲା ନାହିଁ

ନୋବେଲ୍ କମିଟି ଟ୍ରମ୍ପଙ୍କ ଦାବିକୁ ସମର୍ଥନ କଲା ନାହିଁ । ନୋବେଲ୍ ଶାନ୍ତି ପୁରସ୍କାର ଆଲଫ୍ରେଡ୍ ନୋବେଲଙ୍କ ଇଚ୍ଛା ଅନୁଯାୟୀ ଦିଆଯାଉଛି ।  ଯିଏ  ନ୍ୟୁକ୍ଲିୟର୍ ବୋମା ବିରୋଧୀ ହୋଇଥିବ, ଶାନ୍ତି ସ୍ଥାପନ ପାଇଁ କାର୍ଯ୍ୟ କରୁଥିବ । ସେଭଳି ବ୍ୟକ୍ତିଙ୍କ କଥା ବିଚାର କରାଯିବ । ଟ୍ରମ୍ପଙ୍କ ଶାସନରେ ସେ ଆମେରିକାର ଯୁଦ୍ଧ ନୀତିକୁ ସମର୍ଥନ କରି ଶାସନ କରୁଛନ୍ତି । ଏହା ସହ ଟ୍ରମ୍ପ ଜଳବାୟୁ ପରିବର୍ତ୍ତନକୁ ଅସ୍ୱୀକାର କରୁଥିବାରୁ କମିଟି ତାଙ୍କ ନାମ ବିଚାର କରିନାହିଁ । ନୋବେଲ କମିଟି ସାଧାରଣତଃ ଦୀର୍ଘକାଳୀନ ଓ ଅହିଂସାତ୍ମକ ଶାନ୍ତି କାର୍ଯ୍ୟକୁ ପ୍ରାଧାନ୍ୟ ଦେଇଥାଏ । ନୋବେଲ ଶାନ୍ତି  ପୁରସ୍କାରର ନିୟମ ଅନୁଯାୟୀ ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର ପାଇଁ କମିଟି ଉଚିତ ମନେ କଲା ନାହିଁ ।  ଏହି ପୁରସ୍କାର ବିଶ୍ୱକୁ ଶାନ୍ତି ଓ ଗଣତନ୍ତ୍ରର ମହତ୍ତ୍ୱର ଉଦାହରଣ ହୋଇଥିବାରୁ ମାରିଆ କୋରିନାଙ୍କୁ ପ୍ରଦାନ କରାଯାଇଛି ।

ମାରିଆ କୋରିନା ମାଚାଡୋ କିଏ ?

ମାରିଆ ୭ ଅକ୍ଟୋବର ୧୯୬୭ ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଇଞ୍ଜିନିୟର। କିଛି ବର୍ଷ ହେଲା ସେ ଭେନେଜୁଏଲାର ବିରୋଧୀ ଦଳର ଜଣେ ପ୍ରମୁଖ ନେତ୍ରୀ ।  ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ଜାତୀୟ ସଭାର ସଦସ୍ୟା ଥିଲେ। ସେ ଭେନେଜୁଏଲାରେ ଗଣତନ୍ତ୍ର ସୁରକ୍ଷା ପାଇଁ ନିରନ୍ତର କାମ କରୁଛନ୍ତି । ମାରୀଆ ୨୦୦୨ରେ ରାଜନୀତିରେ ପାଦ ଦେଇଥିଲେ  ।  ସୁମାଟେ ନାମକ ଏକ ଭୋଟ ନିରୀକ୍ଷଣ ସଂଗଠନ ଆରମ୍ଭ କରିଥିଲେ। ସେ ବେନ୍ତେ ଭେନେଜୁଏଲା ନାମକ ରାଜନୈତିକ ଦଳର ନେତ୍ରୀ ଅଛନ୍ତି। ୨୦୧୨ରେ ସେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଚେଷ୍ଟା କରିଥିଲେ । ତେବେ ହେନରିକେ କାପ୍ରିଲେସଙ୍କଠାରୁ ହାରି ଯାଇଥିଲେ। ୨୦୧୪ରେ ସେ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ସରକାର ବିରୁଦ୍ଧରେ ବିକ୍ଷୋଭରେ ନେତୃତ୍ୱ ଦେଇଥିଲେ।

୨୦୨୩ରେ ମାରିଆ ବିରୋଧୀ ଦଳର ପ୍ରାଥମିକ ନିର୍ବାଚନ ଜିତି ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସରକାର ତାଙ୍କୁ ୨୦୨୩ ଜୁନରେ ନିର୍ବାଚନରେ ଭାଗ ନେବାକୁ ଅଯୋଗ୍ୟ ଘୋଷଣା କରିଥିଲେ । ୨୦୨୪ ଅଗଷ୍ଟରେ ମାରୀଆ ଘୋଷଣା କରିଥିଲେ ଯେ ସେ ମାଦୁରୋ ସରକାରଙ୍କୁ ଭୟ କରି ଲୁଚି ରହୁଛନ୍ତି। ତାଙ୍କ କାମ ପାଇଁ ମାରୀଆଙ୍କୁ ଅନେକ ଆନ୍ତର୍ଜାତୀୟ ସମ୍ମାନ ମିଳିଛି। ୨୦୧୮ରେ ବିବିସି ତାଙ୍କୁ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ରଖିଥିଲା ଓ ୨୦୨୫ରେ ଟାଇମ ମାଗାଜିନ ତାଙ୍କୁ ସବୁଠାରୁ ପ୍ରଭାବଶାଳୀ ୧୦୦ ବ୍ୟକ୍ତିଙ୍କ ତାଲିକାରେ ସାମିଲ କରିଥିଲା।

ନୋବେଲ ପୁରସ୍କାର ପ୍ରତ୍ୟେକ ବିଜେତାଙ୍କୁ ଏକ 18 କ୍ୟାରେଟର ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଏ, ଯେଉଁଥିରେ ଆଲଫ୍ରେଡ ନୋବେଲଙ୍କ ପ୍ରତିମୂର୍ତ୍ତି ଓ ପୁରସ୍କାର ବର୍ଗ ସହିତ ସମ୍ବନ୍ଧିତ ନକ୍ସା ଖୋଦିତ ଥାଏ।

ବିଜେତାମାନେ ଏକ ନଗଦ ରାଶି ପାଆନ୍ତି, ଏହା ପ୍ରାୟ  $1 ମିଲିୟନ ଆମେରିକୀୟ ଡଲାର ବା ପ୍ରାୟ 8.3 କୋଟି ଭାରତୀୟ ଟଙ୍କା ଅଟେ। ଯଦି ଜଣେ ବର୍ଗରେ ଏକାଧିକ ବିଜେତା ଥାଆନ୍ତି, ଏହି ରାଶି ସେମାନଙ୍କ ମଧ୍ୟରେ ଭାଗ କରାଯାଏ। ଏକ ସୁନ୍ଦର ଭାବେ ଡିଜାଇନ କରାଯାଇଥିବା ମାନପତ୍ର, ଯେଉଁଥିରେ ବିଜେତାଙ୍କ ନାମ ଓ ପୁରସ୍କାର ପାଇବାର କାରଣ ଉଲ୍ଲେଖ ଥାଏ।  ପୁରସ୍କାର ସାଧାରଣତଃ ଡିସେମ୍ବର 10 ତାରିଖରେ (ଆଲଫ୍ରେଡ ନୋବେଲଙ୍କ ମୃତ୍ୟୁ ଦିବସ) ସ୍ବିଡେନର ସ୍ଟକହୋମରେ ପ୍ରଦାନ କରାଯାଇଥାଏ । ଶାନ୍ତି ପୁରସ୍କାର ନରଓ୍ବେର ଓସଲୋରେ ଏକ ଆନୁଷ୍ଠାନିକ ସମାରୋହରେ ପ୍ରଦାନ କରାଯାଏ। ଆଲଫ୍ରେଡଙ୍କ ଇଚ୍ଛାପତ୍ର ଅନୁଯାୟୀ ଦୁଇଟି ସ୍ଥାନରେ ପୁରସ୍କାର ଦିଆଯାଉଛି ।

Share198Tweet124
M M

M M

ଆଜିର ପାଗ

Bhubaneswar
March 19, 2026, 11:36 PM
 

SSW
Overcast
25°C
2 m/s
Apparent: 30°C
Pressure: 1011 mb
Humidity: 93%
Winds: 2 m/s SSW
Windgusts: 5.8 m/s
UV-Index: 0
Precip.: 7.6mm /28% / Rain
Sunrise: 5:51 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom