ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ନେତ୍ରୀ ଶ୍ରୀମୟୀ ମିଶ୍ର ପୁଣି ଥରେ ସୋସିଆଲ ମିଡିଆରେ ଏକ ବିସ୍ଫୋରକ ପୋଷ୍ଟ୍ କରି ରାଜ୍ୟ ରାଜନୀତିରେ ହଲ୍ଚଲ୍ ସୃଷ୍ଟି କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତର ଠିକ୍ ପୂର୍ବରୁ ଆସିଥିବା ଏହି ବୟାନରେ ଶ୍ରୀମୟୀ ବିଜେଡିକୁ ‘ଟାଇଟନିକ୍’ ଜାହାଜ ସହ ତୁଳନା କରିଛନ୍ତି ଏବଂ ଦଳକୁ ସମ୍ପୂର୍ଣ୍ଣ ବୁଡ଼ାଇ ଦେବା ପାଇଁ ବିଶ୍ୱସ୍ତରୀୟ ଯୋଜନା ଚାଲିଥିବା କହି ତୀବ୍ର କଟାକ୍ଷ କରିଛନ୍ତି।
ଶ୍ରୀମୟୀ ମିଶ୍ର ନାଁ ନନେଇ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ପାଣ୍ଡିଆନ ଙ୍କୁ ‘ଶକ୍ତି ନାନୀ’ କହି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ‘ଶକ୍ତି ନାନୀ’ କୁଆଡ଼େ ରାଜ୍ୟସଭା ଯିବାକୁ ଶକ୍ତି ଗୋଟାଉଛନ୍ତି ଏବଂ ତାଙ୍କର ରାଜନୀତିରେ ଏଣ୍ଟ୍ରି ହେଲେ ପୁଣି ଏକ ନୂଆ ସମୀକରଣ ସୃଷ୍ଟି ହେବ।
“ଜାମସେଦପୁର ପାଣି ପବନରେ ଯିଏ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କେମିତି ବୁଝିବ?” “ଶକ୍ତିନାନୀଙ୍କ ଚାଟଶାଳୀରେ ବରିଷ୍ଠ ନେତା ଟ୍ୟୁସନ ହେବାର ରାଜ୍ୟବାସୀ ଦେଖିଲେ।” “ଓଡ଼ିଶା ବାସୀ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ। ତାମିଲ ପୁଅର ସ୍ତ୍ରୀଙ୍କୁ କେତେ ଆଦର କରିବେ ଦେଖାଯାଉ।” ଏପରି କହି କଟାକ୍ଷ କରିଛନ୍ତି ଶ୍ରୀମୟୀ ।
ଶ୍ରୀମୟୀଙ୍କ ବୟାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ‘ଉତ୍ତରାଧିକାରୀ ହାଇଜାକ୍’ ପ୍ରସଙ୍ଗ। ସେ ନବୀନ ପଟ୍ଟନାୟକଙ୍କ ପୂର୍ବ ବୟାନକୁ ଉଦ୍ଧାର କରିଛନ୍ତି, ଯେଉଁଥିରେ ନବୀନ କହିଥିଲେ ଯେ ରାଜ୍ୟବାସୀ ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ। ଏହି ସନ୍ଦର୍ଭରେ ଶ୍ରୀମୟୀ ପ୍ରଶ୍ନ କରିଛନ୍ତି: “ନବୀନ ବାବୁ କହିଥିଲେ ରାଜ୍ୟବାସୀ ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ। ‘ଶକ୍ତିନାନୀ’ଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜାକ୍ ପ୍ଲାନ୍ କରାଉଛି କିଏ?”
ପୂର୍ବରୁ ସୁଜାତା ପାଣ୍ଡିଆନଙ୍କ ପ୍ରଶାସନିକ କାର୍ଯ୍ୟକାଳ ଉପରେ ନିର୍ବାଚନ କମିଶନ ‘ବେଡ଼ି’ ପକାଇଥିଲେ । ସେ ଏବେ ‘ନୂଆ ପରିଚୟ’ ଅପେକ୍ଷାରେ ଥିବା କହିଛନ୍ତି। ଏହାଦ୍ୱାରା ରାଜନୀତିରେ ତାଙ୍କର ସମ୍ଭାବ୍ୟ ପ୍ରବେଶକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଶ୍ରୀମୟୀ ପୁଣି ଥରେ ଖୋଲାଖୋଲି ଟାର୍ଗେଟ କରିଛନ୍ତି । ଶ୍ରୀମୟୀ ମିଶ୍ରଙ୍କର ଏହି ଟାର୍ଗେଟ ବିଜେଡି ଶିବିରରେ କି ପ୍ରକାର ପ୍ରତିକ୍ରିୟା ସୃଷ୍ଟି କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଶ୍ରୀମୟୀ ଫେସବୁକ୍ ରେ ଏପରି ଲେଖିଛନ୍ତି-




















