• Latest
  • Trending
ଭାରତ ଫେରିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ:  ଏନଆଇଏ ଦ୍ୱାରା ଗିରଫ

ଭାରତ ଫେରିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ:  ଏନଆଇଏ ଦ୍ୱାରା ଗିରଫ

Nov-19-2025 05:36 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-25-2026 09:23 AM IST
odisha.newsroom.in

ଇରାନରେ ଏବେ ଏମିତି କଟୁଛି ଜୀବନ…ଖଣ୍ଡିଏ ରୁଟିର ଦାମ ହଜାରେ ଟଙ୍କାରୁ ଅଧିକ…

Mar-25-2026 11:15 AM IST
ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

Mar-24-2026 05:21 PM IST
odisha.newsroom.in

ଗ୍ୟାସ ସଙ୍କଟ ବେଳେ ଆହାର କେନ୍ଦ୍ର ଭରସା, ହେଲେ ଖୋଲୁ ଖୋଲୁ ଶେଷ

Mar-24-2026 04:03 PM IST
  • About
  • Careers
  • Contact Us
Wednesday, March 25, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ଭାରତ ଫେରିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ:  ଏନଆଇଏ ଦ୍ୱାରା ଗିରଫ

by M M
Nov-19-2025 05:36 PM IST
in ଅପରାଧ, ବଡ଼ ଖବର
0
ଭାରତ ଫେରିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ:  ଏନଆଇଏ ଦ୍ୱାରା ଗିରଫ
491
SHARES
1.4k
VIEWS
Share on FacebookShare on Twitter

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣା ସମେତ ଅନେକ ସାଂଘାତିକ ମାମଲାରେ ସମ୍ପୃକ୍ତ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇ  ଆଜି ଭାରତ ଫେରିଛି । ଦିଲ୍ଲୀରେ ପହଞ୍ଚିବା ପରେ ଏନଆଇଏ ଅନମୋଲଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ପରେ ଅନମୋଲଙ୍କୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ହାଜର କରାଯାଇଥିଲା। ଅନମୋଲ ବିଷ୍ଣୋଇ ଭାରତରେ ଅନେକ ହାଇ-ପ୍ରୋଫାଇଲ୍  ହତ୍ୟାକାଣ୍ଡ, ଅପରାଧିକ ମାମଲାରେ ୱାଣ୍ଟେଡ୍ ଥିଲା ।  ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣାରେ ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି । ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ମାମଲାରେ ମଧ୍ୟ ତା’ର ସମ୍ପୃକ୍ତି ଥିବା ଅଭିଯୋଗ ରହିଛି।

ବଲିଉଡ୍ ଅଭିନେତା ସଲମାନ ଖାଁଙ୍କ ବାସଭବନ ସମ୍ମୁଖରେ ହୋଇଥିବା ଗୁଳିମାଡ଼ ଘଟଣାରେ ମଧ୍ୟ ସେ ୱାଣ୍ଟେଡ୍ ଥିଲା। ଅନମୋଲ ନାମରେ ବିଭିନ୍ନ ରାଜ୍ୟରେ ମୋଟ୍ ୧୮ଟି ମାମଲା ରହିଛି। ତାକୁ ଧରିବା ପାଇଁ ଏନଆଇଏ ପକ୍ଷରୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା  । ଅନମୋଲ ନାମରେ ରେଡ୍ କର୍ଣ୍ଣର ନୋଟିସ୍ ମଧ୍ୟ ଜାରି ହୋଇଥିଲା।

ଅନମୋଲ ବିଷ୍ଣୋଇ ଗତବର୍ଷ ନଭେମ୍ବର ମାସରେ ଆମେରିକାରେ ଗିରଫ ହୋଇଥିଲା। ଏହା ପରେ ଭାରତ ସରକାର ଏବଂ ଏନଆଇଏ ପକ୍ଷରୁ ଦୀର୍ଘ ଦିନ ଧରି ତା’ର ପ୍ରତ୍ୟର୍ପଣ ପ୍ରକ୍ରିୟା ଚାଲିଥିଲା। ଆମେରିକାରୁ ଆସି ଦିଲ୍ଲୀରେ ପହଁଚିବା ପରେ ଏନଆଇଏ ଦିଲ୍ଲୀ ବିମାନ ବନ୍ଦରରେ ତାକୁ ବିଧିବଦ୍ଧ ଭାବେ ଗିରଫ କରିଛି।

ଗତବର୍ଷ ଅକ୍ଟୋବର ୧୨ ତାରିଖରେ ମୁମ୍ବାଇର ନୀଲମନଗର ଅଞ୍ଚଳରେ ପୁଅ ଜିସାନ୍ ସିଦ୍ଦିକୀଙ୍କ ଘର ସମ୍ମୁଖରେ ବାବା ସିଦ୍ଦିକୀଙ୍କୁ ତିନି ଜଣ ଦୁର୍ବୃତ୍ତ ହତ୍ୟା କରିଥିଲେ। ମୁଖ୍ୟ ଆକ୍ରମଣକାରୀ ଶିବ କୁମାର ଗୌତମ ସିଦ୍ଦିକୀଙ୍କ ଉପରକୁ ୬ ରାଉଣ୍ଡ୍ ଫାୟାର୍ କରିଥିଲା, ଯେଉଁଥିରୁ ୩ଟି ଗୁଳି ତାଙ୍କ ଶରୀର ଭେଦ କରିଥିଲା। ଘଟଣାରେ ଶିବ କୁମାରକୁ ହରିଆଣାର ଗୁରୁମେଲ ସିଂ ଏବଂ ଉତ୍ତରପ୍ରଦେଶର ଧର୍ମରାଜ କାଶ୍ୟପ ସହଯୋଗ କରିଥିଲେ।

ବର୍ତ୍ତମାନ, ବିଷ୍ଣୋଇ କ୍ରାଇମ୍ ସିଣ୍ଡିକେଟର ମୁଖ୍ୟ ଲରେନ୍ସ ବିଷ୍ଣୋଇ ଅହମ୍ମଦାବାଦର ସାବରମତୀ ସେଣ୍ଟ୍ରାଲ ଜେଲରେ ରହିଛି। ଅନମୋଲର ଗିରଫଦାରୀ ତା’ର ଭାଇ ଲରେନ୍ସ ଏବଂ ସିଣ୍ଡିକେଟ୍ ବିରୁଦ୍ଧରେ ଚାଲିଥିବା ତଦନ୍ତକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

Share196Tweet123
M M

M M

ଆଜିର ପାଗ

Bhubaneswar
March 25, 2026, 3:27 PM
 

SSW
Overcast
33°C
3.2 m/s
Apparent: 30°C
Pressure: 1009 mb
Humidity: 85%
Winds: 3.2 m/s SSW
Windgusts: 7.9 m/s
UV-Index: 0
Precip.: 0mm /58% / Rain
Sunrise: 5:46 AM
Sunset: 5:58 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom