ରାଜ୍ୟସଭା ପାଇଁ ଖାଲି ପଡ଼ିଥିବା ଆସନକୁ ନେଇ ଓଡ଼ିଶା ରାଜନୀତି ଏବେ ସରଗରମ। ଏହି ସମୟରେ ବିଜୁ ଜନତା ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ଏକ ପୁରୁଣା ସ୍ମୃତି ଚର୍ଚ୍ଚାର ବିଷୟ ପାଲଟିଛି। ନବୀନଙ୍କ ପୁରୁଣା ପ୍ରତିଶ୍ରୁତି ବା ଆଲୋଚନାକୁ ମନେ ପକାଇ ଭୂପିନ୍ଦର ଏବେ ପରୋକ୍ଷରେ ରାଜ୍ୟସଭା ଦୌଡ଼ରେ ନିଜକୁ ସାମିଲ କରିଥିବା ଚର୍ଚ୍ଚା ହେଉଛି।



















