• Latest
  • Trending
ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

Sep-10-2025 07:32 AM IST
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

Feb-03-2026 09:46 AM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
  • About
  • Careers
  • Contact Us
Tuesday, February 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

by M M
Sep-10-2025 07:32 AM IST
in ବଡ଼ ଖବର
0
ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା
493
SHARES
1.4k
VIEWS
Share on FacebookShare on Twitter

ବିଜୁ ଜନତା ଦଳ (ବିଜେଡି) ପାଇଁ ଏବେ ଭଲ ସମୟ ଚାଲିନାହିଁ । ୨୦୨୪ ସାଧାରଣ ନିର୍ବାଚନରେ ହାରିବା ପରେ ଗୋଟେ ପରେ ଆଉ ଗୋଟେ ସଙ୍କଟ ଆସୁଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ସବୁଠୁ ବଡ଼ ସଂକଟ ଦଳପାଇଁ । ଏହାରି ଭିତରେ ନବୀନ ପଟ୍ଟନାୟକ ସାଂଗଠନିକ କାର୍ଯ୍ୟରେ ସେତେ ସମୟ ଦେଇପାରୁନାହାଁନ୍ତି । ନବୀନ ଅନ୍ୟମାନଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତା ଯୋଗୁଁ ଦଳରେ ଗୋଷ୍ଠୀକନ୍ଦଳ ବଢ଼ୁଥିବା ରାଜନୀତି ସମୀକ୍ଷକମାନେ କହୁଛନ୍ତି ।  ଭିକେ ପାଣ୍ଡିଆନଙ୍କୁ ଦଳର ଅନେକ ନେତା ଭିନ୍ନ ଚକ୍ଷୁରେ ଦେଖୁଛନ୍ତି । ଦଳ ହାରିବାର କାରଣ ପାଇଁ ତାଙ୍କୁ ଦାୟୀ କରାଯାଉଛି । ପାଣ୍ଡିଆନଙ୍କ ଗର୍ବ-ଅହଙ୍କାର ଏବଂ ତ୍ରୁଟିପୂର୍ଣ୍ଣ ରଣନୀତି ଯୋଗୁଁ ୨୦୨୪ ନିର୍ବାଚନରେ ବିଜେଡି ହାରିଲା ବୋଲି ବିଜେଡିର ଅନେକ ନେତା ଅଭିଯୋଗ କରୁଛନ୍ତି । ବିଶେଷ କରି  ଦକ୍ଷିଣ ଓଡ଼ିଶାର ୨୯ଟି ବିଧାନସଭା ଆସନରୁ ମାତ୍ର ୩ଟି ଜିତିଛି ବିଜେଡି ।

ଏହାରି ଭିତରେ  ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଦଳର ପ୍ରଭାବଶାଳୀ ନେତା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ଦଳ ଛାଡିଛନ୍ତି । ସେ ଯାହା କହିଛନ୍ତି ତାହାର ସାଂରାସ ହେଉଛି ତାଙ୍କ କଥା କେହି ଶୁଣୁନାହାଁନ୍ତି । ଯେଉଁମାନେ ବର୍ଷ ପରେ ବର୍ଷ କାମ କରିଛନ୍ତି ସେମାନଙ୍କୁ ଜିଲ୍ଲା ଦାୟିତ୍ବ ମିଳୁନାହିଁ । ଏହାରି ଭିତରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ସମେତ ମୋଟ ୪୦ଜଣ ନେତାମାନେ ଦଳ ଛାଡିଛନ୍ତି ।

କିନ୍ତୁ ଦଳର ପୂର୍ବତନ ସାଂସଦ ତଥାଗତ ଶତପଥୀ ପ୍ରତିକ୍ରିୟା ଦେଇ କହିଛନ୍ତି, “ଭାସ୍କର ରାଓ ଜଣେ ଟାଣୁଆ ନେତା। ସେମାନଙ୍କର ନିଷ୍ପତ୍ତି ପାଇଁ ଶୁଭେଚ୍ଛା।” ସେ କଟାକ୍ଷ କରି କହିଛନ୍ତି ଯେ, ବିଜେଡିର ଏକ୍ସପାରୀ ଡେଟ୍ ପଳେଇଗଲାଣି। ଦଳ ଏବେ ନୂଆ ନାମ-ରୂପରେ ଆସିବାର ସମ୍ଭାବନା ରହିଛି।

ବଡ଼ କଥା ହେଉଛି ଏନ୍. ଭାସ୍କର ରାଓ,  ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିଲେ । ଦକ୍ଷିଣ ଓଡ଼ିଶାରେ ବିଜେଡିକୁ ଆଗକୁ ନେବାରେ ତାଙ୍କର ଅବଦାନ ରହିଛି । ସେ ଦଳପାଇଁ ଅନେକ କ୍ଷତି ସହିଥିବା କଥା କହୁଛନ୍ତି । ବ୍ୟକ୍ତିଗତ ଭାବେ ସେ ଦୁଇ ଭାଇଙ୍କୁ ହରାଇଥିବା କହିଛନ୍ତି । ଦୁଇ ଦଶନ୍ଧି ହେଲା ସେ  ଦକ୍ଷିଣ ଓଡ଼ିଶାରେ ପ୍ରଭାବଶାଳୀ ଅଣକଂଗ୍ରେସ୍ ନେତା । ଯାହାଙ୍କ ପାଇଁ ଦକ୍ଷିଣ ଓଡ଼ିଶାରୁ କଂଗ୍ରେସ ମୂଳ ପୋଛ ହୋଇଛି । ଏନ ନାଗେଶ୍ବର ଦଳ ଛାଡିବା ପରେ ବିଜୁ ସ୍ବାଭିମାନ ମଞ୍ଚ ଗଠନ କରିଛନ୍ତି । ତାଙ୍କ ସହ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ଏବଂ ଅନ୍ୟାନ୍ୟ ନେତାମାନେ ଦଳରୁ ଇସ୍ତଫା ଦେଇ ‘ବିଜୁ ସ୍ୱାଭିମାନ ମଞ୍ଚ’ ରେ ଅନ୍ୟମାନେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି । ନାଗେଶ୍ବରଙ୍କ କହିବା କଥା ସେମାନେ କୌଣସି ରାଷ୍ଟ୍ରୀୟ ଦଳରେ ଯୋଗ ଦେବେ ନାହିଁ ।  ବିଜୁବାବୁଙ୍କ ଆଦର୍ଶକୁ ଧରି ରଖି ରାୟଗଡ଼ାର ବିକାଶ ପାଇଁ କାମ କରିବେ। ଏହା କିପରି ସଂଭବ । ବିଜେଡିରେ ରହିବେ ନାହିଁ ଅଥଚ ବିଜୁବାବୁଙ୍କ ଆଦର୍ଶକୁ ନେଇ କାମ କରିବେ । ଏହାର ଭିତିରି କଥା ସେ କହିନାହାଁନ୍ତି । ତାଙ୍କ କହିବା କଥା ସେ  ୧୯୭୪ରୁ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦଳପାଇଁ କାମ କରିଥିଲେ । ଦଳକୁ ସୁଦୃଢ଼ କରିଥିଲେ। କିନ୍ତୁ  ସେ କହିଛନ୍ତି, “ରାୟଗଡ଼ା ଜିଲ୍ଲା ସଭାପତି ଚୟନରେ ଦଳ ପକ୍ଷରୁ  ଏକତରଫା ନିଷ୍ପତ୍ତି ନିଆଗଲା। ଦଳକୁ ଆମେ ସୁପାରିଶ କରିଥିବା ୩ଜଣଙ୍କ ମଧ୍ୟରୁ କାହାକୁ ସଭାପତି କରାଗଲା ନାହିଁ । ଏହା ଦ୍ବାରା ଦଳର ହଜାର ହଜାର କର୍ମୀଙ୍କ ଭାବନାକୁ ଅସମ୍ମାନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ରାୟଗଡ଼ାରୁ ସେ ସାଂସଦ ରହିଥିଲେ । ତେବେ ଇସ୍ତଫାର କାରଣ ସେ କହିଛନ୍ତି ବୟସ ଅଧିକ କାରଣରୁ ସେ ଇସ୍ତଫା ଦେଇଛନ୍ତି । କିନ୍ତୁ ଆଭ୍ୟନ୍ତରୀଣ ସାଂଗଠନିକ ପରିଚାଳନାରେ ସେ ସନ୍ତୁଷ୍ଟ ନାହାଁନ୍ତି । ତେବେ ଏନେଇ ବିଜେଡିର ରାୟଗଡ଼ା ଜିଲ୍ଲା ସଭାପତି ଜଗନ୍ନାଥ ସାରକା କହିଛନ୍ତି, “ଜିଲ୍ଲାରେ ବିଜେଡି ସୁଦୃଢ଼ ଅଛି। ସେମାନଙ୍କ ଇସ୍ତଫାରୁ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।” ଦଳର ମୁଖପାତ୍ର ଲେନିନ୍ ମହାନ୍ତି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଦମ୍ଭୋକ୍ତି ବାଢ଼ାଇ କହିଛନ୍ତି ଯେ, ଏହାରୁ ଦଳର କୌଣସି ନଷ୍ଟ ହେବ ନାହିଁ।

କିନ୍ତୂ ରାଜନୀତି ମହଲରେ ଚର୍ଚ୍ଚା ହେଉଛି ଯେ, ଅବିଭକ୍ତ କୋରାପୁଟରେ ଭିକେ ପାଣ୍ଡିଆନଙ୍କ ଖାସ୍ ଅନୁଗତଙ୍କୁ ଦାୟିତ୍ବ ମିଳିଛି । ଯେଉଁଥିପାଇଁ ଭାସ୍କର ରାଓଙ୍କ ଭଳି ବରିଷ୍ଠ ନେତାମାନେ ଅସନ୍ତୁଷ୍ଟ ଅଛନ୍ତି । ସେଥିପାଇଁ ସେମାନେ  ଦଳରୁ ବାହାରି ଯାଇଛନ୍ତି ।

୨୦୨୪ ନିର୍ବାଚନରେ ବିଜେଡି ମାତ୍ର ୩ଟି  ଆସନ ଯଥା ଗଞ୍ଜାମ, ନବରଙ୍ଗପୁର ଓ ଗଜପତିରେ ଜିତିଥିଲା। ବିଜେପି ୧୭ଟି ଓ କଂଗ୍ରେସ ୯ଟି ଆସନରେ ଜିତିଛି ।  କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ବିଜେଡି ଖାତା ଖୋଲିପାରିନଥିଲା। ଏବେ ଭାସ୍କରଙ୍କ ଭଳି ନେତାଙ୍କ ଇସ୍ତଫା ପରେ ଦଳ ଭିତରେ ଅସନ୍ତୋଷ ପଦାରେ ପଡିଛି । ଜିଲ୍ଲାରେ ବିଜେଡିର କିଏ ନେତୃତ୍ୱ ନେବ ତାହା ସ୍ପଷ୍ଟ ହୋଇନାହିଁ । ବିଜୁ ସ୍ୱାଭିମାନ ମଞ୍ଚ ଅନ୍ୟ ଅସନ୍ତୁଷ୍ଟ ନେତାମାନଙ୍କ ପାଇଁ ନୂଆ ରାସ୍ତା ଖୋଲିଛି । ଏହି ମଞ୍ଚରେ ଆଗାମୀ ଦିନରେ ଆଉ ଅନେକ ନେତା ଯୋଗଦେବାର ସଂଭାବନା ଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ଦକ୍ଷିଣ ଓଡ଼ିଶାରେ ଏହି ନେତାମାନେ ଦଳ ଛାଡିବା ପରେ ରାୟଗଡ଼ା ଜିଲ୍ଲାରେ ବିଜେଡିର ସାଂଗଠନିକ ଶକ୍ତି ଦୁର୍ବଳ ହୋଇଛି

 

 

Share197Tweet123
M M

M M

ଆଜିର ପାଗ

Bhubaneswar
February 3, 2026, 6:53 PM
 

SSE
Clear sky
26°C
1.6 m/s
Apparent: 22°C
Pressure: 1017 mb
Humidity: 87%
Winds: 1.6 m/s SSE
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

February 3, 2026
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

February 2, 2026
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

February 2, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom