• Latest
  • Trending
ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

September 10, 2025
ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

September 10, 2025
ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

September 10, 2025
ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ

ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ

September 10, 2025
ଉପରାଷ୍ଟ୍ରପତି ନିର୍ବାଚନ : ଭୋଟ ଗଣତିରେ ଜିତିପାରନ୍ତି ଏନଡିଏ ପ୍ରାର୍ଥୀ

ଉପରାଷ୍ଟ୍ରପତି ନିର୍ବାଚନ : ଭୋଟ ଗଣତିରେ ଜିତିପାରନ୍ତି ଏନଡିଏ ପ୍ରାର୍ଥୀ

September 9, 2025
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

September 8, 2025
ଭାରତ ଏସିଆ କପ୍ ହକି ଚାମ୍ପିଆନ୍

ଭାରତ ଏସିଆ କପ୍ ହକି ଚାମ୍ପିଆନ୍

September 8, 2025
ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

September 5, 2025

ଅନଲାଇନରେ ଟଙ୍କା ରୋଜଗାର ନିଶା ଛାଡିଗଲା, ଠକାମି ପରେ ଥାନାର ଦ୍ବାରସ୍ଥ ହେଲେ ଲୋକେ

September 5, 2025
ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

September 5, 2025
ଜିଏସଟି ବନାମ ଟାରିଫ

ଜିଏସଟି ବନାମ ଟାରିଫ

September 5, 2025
  • About
  • Careers
  • Contact Us
Wednesday, September 10, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

by M M
September 10, 2025
in ବଡ଼ ଖବର
0
ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା
491
SHARES
1.4k
VIEWS
Share on FacebookShare on Twitter

ବିଜୁ ଜନତା ଦଳ (ବିଜେଡି) ପାଇଁ ଏବେ ଭଲ ସମୟ ଚାଲିନାହିଁ । ୨୦୨୪ ସାଧାରଣ ନିର୍ବାଚନରେ ହାରିବା ପରେ ଗୋଟେ ପରେ ଆଉ ଗୋଟେ ସଙ୍କଟ ଆସୁଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ସବୁଠୁ ବଡ଼ ସଂକଟ ଦଳପାଇଁ । ଏହାରି ଭିତରେ ନବୀନ ପଟ୍ଟନାୟକ ସାଂଗଠନିକ କାର୍ଯ୍ୟରେ ସେତେ ସମୟ ଦେଇପାରୁନାହାଁନ୍ତି । ନବୀନ ଅନ୍ୟମାନଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତା ଯୋଗୁଁ ଦଳରେ ଗୋଷ୍ଠୀକନ୍ଦଳ ବଢ଼ୁଥିବା ରାଜନୀତି ସମୀକ୍ଷକମାନେ କହୁଛନ୍ତି ।  ଭିକେ ପାଣ୍ଡିଆନଙ୍କୁ ଦଳର ଅନେକ ନେତା ଭିନ୍ନ ଚକ୍ଷୁରେ ଦେଖୁଛନ୍ତି । ଦଳ ହାରିବାର କାରଣ ପାଇଁ ତାଙ୍କୁ ଦାୟୀ କରାଯାଉଛି । ପାଣ୍ଡିଆନଙ୍କ ଗର୍ବ-ଅହଙ୍କାର ଏବଂ ତ୍ରୁଟିପୂର୍ଣ୍ଣ ରଣନୀତି ଯୋଗୁଁ ୨୦୨୪ ନିର୍ବାଚନରେ ବିଜେଡି ହାରିଲା ବୋଲି ବିଜେଡିର ଅନେକ ନେତା ଅଭିଯୋଗ କରୁଛନ୍ତି । ବିଶେଷ କରି  ଦକ୍ଷିଣ ଓଡ଼ିଶାର ୨୯ଟି ବିଧାନସଭା ଆସନରୁ ମାତ୍ର ୩ଟି ଜିତିଛି ବିଜେଡି ।

ଏହାରି ଭିତରେ  ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଦଳର ପ୍ରଭାବଶାଳୀ ନେତା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ଦଳ ଛାଡିଛନ୍ତି । ସେ ଯାହା କହିଛନ୍ତି ତାହାର ସାଂରାସ ହେଉଛି ତାଙ୍କ କଥା କେହି ଶୁଣୁନାହାଁନ୍ତି । ଯେଉଁମାନେ ବର୍ଷ ପରେ ବର୍ଷ କାମ କରିଛନ୍ତି ସେମାନଙ୍କୁ ଜିଲ୍ଲା ଦାୟିତ୍ବ ମିଳୁନାହିଁ । ଏହାରି ଭିତରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ସମେତ ମୋଟ ୪୦ଜଣ ନେତାମାନେ ଦଳ ଛାଡିଛନ୍ତି ।

କିନ୍ତୁ ଦଳର ପୂର୍ବତନ ସାଂସଦ ତଥାଗତ ଶତପଥୀ ପ୍ରତିକ୍ରିୟା ଦେଇ କହିଛନ୍ତି, “ଭାସ୍କର ରାଓ ଜଣେ ଟାଣୁଆ ନେତା। ସେମାନଙ୍କର ନିଷ୍ପତ୍ତି ପାଇଁ ଶୁଭେଚ୍ଛା।” ସେ କଟାକ୍ଷ କରି କହିଛନ୍ତି ଯେ, ବିଜେଡିର ଏକ୍ସପାରୀ ଡେଟ୍ ପଳେଇଗଲାଣି। ଦଳ ଏବେ ନୂଆ ନାମ-ରୂପରେ ଆସିବାର ସମ୍ଭାବନା ରହିଛି।

ବଡ଼ କଥା ହେଉଛି ଏନ୍. ଭାସ୍କର ରାଓ,  ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିଲେ । ଦକ୍ଷିଣ ଓଡ଼ିଶାରେ ବିଜେଡିକୁ ଆଗକୁ ନେବାରେ ତାଙ୍କର ଅବଦାନ ରହିଛି । ସେ ଦଳପାଇଁ ଅନେକ କ୍ଷତି ସହିଥିବା କଥା କହୁଛନ୍ତି । ବ୍ୟକ୍ତିଗତ ଭାବେ ସେ ଦୁଇ ଭାଇଙ୍କୁ ହରାଇଥିବା କହିଛନ୍ତି । ଦୁଇ ଦଶନ୍ଧି ହେଲା ସେ  ଦକ୍ଷିଣ ଓଡ଼ିଶାରେ ପ୍ରଭାବଶାଳୀ ଅଣକଂଗ୍ରେସ୍ ନେତା । ଯାହାଙ୍କ ପାଇଁ ଦକ୍ଷିଣ ଓଡ଼ିଶାରୁ କଂଗ୍ରେସ ମୂଳ ପୋଛ ହୋଇଛି । ଏନ ନାଗେଶ୍ବର ଦଳ ଛାଡିବା ପରେ ବିଜୁ ସ୍ବାଭିମାନ ମଞ୍ଚ ଗଠନ କରିଛନ୍ତି । ତାଙ୍କ ସହ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ଏବଂ ଅନ୍ୟାନ୍ୟ ନେତାମାନେ ଦଳରୁ ଇସ୍ତଫା ଦେଇ ‘ବିଜୁ ସ୍ୱାଭିମାନ ମଞ୍ଚ’ ରେ ଅନ୍ୟମାନେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି । ନାଗେଶ୍ବରଙ୍କ କହିବା କଥା ସେମାନେ କୌଣସି ରାଷ୍ଟ୍ରୀୟ ଦଳରେ ଯୋଗ ଦେବେ ନାହିଁ ।  ବିଜୁବାବୁଙ୍କ ଆଦର୍ଶକୁ ଧରି ରଖି ରାୟଗଡ଼ାର ବିକାଶ ପାଇଁ କାମ କରିବେ। ଏହା କିପରି ସଂଭବ । ବିଜେଡିରେ ରହିବେ ନାହିଁ ଅଥଚ ବିଜୁବାବୁଙ୍କ ଆଦର୍ଶକୁ ନେଇ କାମ କରିବେ । ଏହାର ଭିତିରି କଥା ସେ କହିନାହାଁନ୍ତି । ତାଙ୍କ କହିବା କଥା ସେ  ୧୯୭୪ରୁ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦଳପାଇଁ କାମ କରିଥିଲେ । ଦଳକୁ ସୁଦୃଢ଼ କରିଥିଲେ। କିନ୍ତୁ  ସେ କହିଛନ୍ତି, “ରାୟଗଡ଼ା ଜିଲ୍ଲା ସଭାପତି ଚୟନରେ ଦଳ ପକ୍ଷରୁ  ଏକତରଫା ନିଷ୍ପତ୍ତି ନିଆଗଲା। ଦଳକୁ ଆମେ ସୁପାରିଶ କରିଥିବା ୩ଜଣଙ୍କ ମଧ୍ୟରୁ କାହାକୁ ସଭାପତି କରାଗଲା ନାହିଁ । ଏହା ଦ୍ବାରା ଦଳର ହଜାର ହଜାର କର୍ମୀଙ୍କ ଭାବନାକୁ ଅସମ୍ମାନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ରାୟଗଡ଼ାରୁ ସେ ସାଂସଦ ରହିଥିଲେ । ତେବେ ଇସ୍ତଫାର କାରଣ ସେ କହିଛନ୍ତି ବୟସ ଅଧିକ କାରଣରୁ ସେ ଇସ୍ତଫା ଦେଇଛନ୍ତି । କିନ୍ତୁ ଆଭ୍ୟନ୍ତରୀଣ ସାଂଗଠନିକ ପରିଚାଳନାରେ ସେ ସନ୍ତୁଷ୍ଟ ନାହାଁନ୍ତି । ତେବେ ଏନେଇ ବିଜେଡିର ରାୟଗଡ଼ା ଜିଲ୍ଲା ସଭାପତି ଜଗନ୍ନାଥ ସାରକା କହିଛନ୍ତି, “ଜିଲ୍ଲାରେ ବିଜେଡି ସୁଦୃଢ଼ ଅଛି। ସେମାନଙ୍କ ଇସ୍ତଫାରୁ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।” ଦଳର ମୁଖପାତ୍ର ଲେନିନ୍ ମହାନ୍ତି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଦମ୍ଭୋକ୍ତି ବାଢ଼ାଇ କହିଛନ୍ତି ଯେ, ଏହାରୁ ଦଳର କୌଣସି ନଷ୍ଟ ହେବ ନାହିଁ।

କିନ୍ତୂ ରାଜନୀତି ମହଲରେ ଚର୍ଚ୍ଚା ହେଉଛି ଯେ, ଅବିଭକ୍ତ କୋରାପୁଟରେ ଭିକେ ପାଣ୍ଡିଆନଙ୍କ ଖାସ୍ ଅନୁଗତଙ୍କୁ ଦାୟିତ୍ବ ମିଳିଛି । ଯେଉଁଥିପାଇଁ ଭାସ୍କର ରାଓଙ୍କ ଭଳି ବରିଷ୍ଠ ନେତାମାନେ ଅସନ୍ତୁଷ୍ଟ ଅଛନ୍ତି । ସେଥିପାଇଁ ସେମାନେ  ଦଳରୁ ବାହାରି ଯାଇଛନ୍ତି ।

୨୦୨୪ ନିର୍ବାଚନରେ ବିଜେଡି ମାତ୍ର ୩ଟି  ଆସନ ଯଥା ଗଞ୍ଜାମ, ନବରଙ୍ଗପୁର ଓ ଗଜପତିରେ ଜିତିଥିଲା। ବିଜେପି ୧୭ଟି ଓ କଂଗ୍ରେସ ୯ଟି ଆସନରେ ଜିତିଛି ।  କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ବିଜେଡି ଖାତା ଖୋଲିପାରିନଥିଲା। ଏବେ ଭାସ୍କରଙ୍କ ଭଳି ନେତାଙ୍କ ଇସ୍ତଫା ପରେ ଦଳ ଭିତରେ ଅସନ୍ତୋଷ ପଦାରେ ପଡିଛି । ଜିଲ୍ଲାରେ ବିଜେଡିର କିଏ ନେତୃତ୍ୱ ନେବ ତାହା ସ୍ପଷ୍ଟ ହୋଇନାହିଁ । ବିଜୁ ସ୍ୱାଭିମାନ ମଞ୍ଚ ଅନ୍ୟ ଅସନ୍ତୁଷ୍ଟ ନେତାମାନଙ୍କ ପାଇଁ ନୂଆ ରାସ୍ତା ଖୋଲିଛି । ଏହି ମଞ୍ଚରେ ଆଗାମୀ ଦିନରେ ଆଉ ଅନେକ ନେତା ଯୋଗଦେବାର ସଂଭାବନା ଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ଦକ୍ଷିଣ ଓଡ଼ିଶାରେ ଏହି ନେତାମାନେ ଦଳ ଛାଡିବା ପରେ ରାୟଗଡ଼ା ଜିଲ୍ଲାରେ ବିଜେଡିର ସାଂଗଠନିକ ଶକ୍ତି ଦୁର୍ବଳ ହୋଇଛି

 

 

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

September 10, 2025
ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

September 10, 2025
ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

September 10, 2025

Weather

Bhubaneswar
September 10, 2025, 11:15 am
 

S
Thunderstorm
31°C
2.9 m/s
Apparent: 34°C
Pressure: 1006 mb
Humidity: 90%
Winds: 2.9 m/s S
Windgusts: 6.1 m/s
UV-Index: 0
Precip.: 2.5mm /43% / Rain
Sunrise: 5:32 am
Sunset: 5:54 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom