• Latest
  • Trending
କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

Dec-08-2025 10:08 AM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
  • About
  • Careers
  • Contact Us
Friday, March 27, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,

by M M
Dec-08-2025 10:08 AM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
କ୍ଷମତାଚ୍ୟୁତ ପରେ ଫିକା ପଡୁଛି ‘ନବୀନ ମ୍ୟାଜିକ୍’,
491
SHARES
1.4k
VIEWS
Share on FacebookShare on Twitter

ଓଡ଼ିଶାରେ ନବୀନଙ୍କ କ୍ରେଜ କମୁଛି କି ? ଏହି ଚର୍ଚା ଏବେ ରାଜନୀତି ମହଲରେ ଆଲୋଚନା ହେଉଛି । ବିଜେଡି କ୍ଷମତାଚ୍ୟୁତ ହେବା ପରେ ବିଜୁ ଜନତା ଦଳରେ ତୀବ୍ର ଗୋଷ୍ଠୀ କନ୍ଦଳ ଦେଖାଦେଇଛି । ରାଜନୀତି ସମୀକ୍ଷକଙ୍କ ମତରେ ବିଜେଡି ବଡ଼ ଆଭ୍ୟନ୍ତରୀଣ ସଙ୍କଟ ଦେଇ ଗତି କରୁଛି। ଯେଉଁ ‘ନବୀନ ମ୍ୟାଜିକ୍’ ଦୀର୍ଘ ଦିନ ଧରି ଦଳକୁ ନିର୍ବିବାଦୀୟ ଭାବେ କ୍ଷମତାରେ ରଖିଥିଲା, ତାହା ଏବେ କାମ ଦେଉନି । ନବୀନଙ୍କ ହୁକୁମ ଏବେ ତୃଣମୂଳ ସ୍ତରରେ କାମ ଦେଉ ନଥିବା ସ୍ପଷ୍ଟ ହେଉଛି। ପୂର୍ବତନ  ନବୀନ ପଟ୍ଟନାୟକଙ୍କ କେବଳ ହାତ ହଲାଇବାର ପ୍ରଭାବରେ ଭୋଟରମାନେ ଆଖି ବୁଜି ଭୋଟ୍ ଦେଉ ନଥିବା ରାଜନୈତିକ ପରିବେଶରୁ ଜଣାପଡୁଛି।

କ୍ଷମତାରେ ଥିଲାବେଳେ ବିଜେଡି ନେତାମାନେ ବିଭିନ୍ନ କ୍ଷମତା ପ୍ରୟୋଗ କରି ଅସନ୍ତୁଷ୍ଟଙ୍କୁ ବା ବିରୋଧୀଙ୍କୁ ନିଜ ପଟକୁ ନେବାରେ ସଫଳ ହେଉଥିଲେ। କିନ୍ତୁ କ୍ଷମତାଚ୍ୟୁତ ହେବା ପରେ ସେ ‘ଫଁ’ ଆଉ କାମ ଦେଉନାହିଁ। ନୂଆପଡ଼ା ଉପନିର୍ବାଚନର ଫଳାଫଳ ହେଉ କିମ୍ବା ଭଦ୍ରକର ସାଂଗଠନିକ ଦୁର୍ବଳତା, କୌଣସି ଘଟଣାରେ ଦଳର ରଣନୀତି ପ୍ରଭାବୀ ହୋଇପାରୁନଥିବା ରାଜନୀତି ସମୀକ୍ଷକମାନେ ଖୋଲା ଆଲୋଚନା କରୁଛନ୍ତି ।

ଭଦ୍ରକ ଜିଲ୍ଲାରେ ଏକାଥରେ ଚାରିଟି ବ୍ଲକ୍ ଅଧ୍ୟକ୍ଷ ଦଳ ଛାଡ଼ିଛନ୍ତି । ଏହି ଘଟଣା ଦଳ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଏହି ସମସ୍ୟାର ସମାଧାନ ପାଇଁ ବିଧାୟକ, ପୂର୍ବତନ ସାଂସଦ ଓ ବରିଷ୍ଠ ନେତାମାନେ ନବୀନ ନିବାସ ଆସି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ତେବେ କୌଣସି ଠୋସ୍ ରଣନୀତି ପ୍ରସ୍ତୁତ ହୋଇପାରିନାହିଁ।

ପ୍ରଫୁଲ୍ଲ ସାମଲଙ୍କୁ ନେଇ ଦ୍ବନ୍ଦ୍ବରେ ବିଜେଡି

ଆଶ୍ଚର୍ଯ୍ୟଜନକ ଭାବରେ, ଜିଲ୍ଲାର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ସଂଗଠନ ସଜାଡ଼ିବାକୁ ଦାୟିତ୍ୱ ଦିଆଗଲା। ରାଜନୈତିକ ସମୀକ୍ଷକମାନେ ଏହାକୁ ଏକ ଗୁରୁତର ତ୍ରୁଟି ଭାବୁଛନ୍ତି, କାରଣ ତାଙ୍କର ଦୁଇ ପୁଅ ଜିଲ୍ଲାରେ ବିଜେଡି ବିରୋଧରେ କାର୍ଯ୍ୟ କରୁଥିବାବେଳେ ପ୍ରଫୁଲ୍ଲ ସାମଲ ପ୍ରଭାବୀ ଭାବେ କିଛି କରିପାରିଲେ ନାହିଁ। ଫଳସ୍ୱରୂପ, ଯେଉଁମାନେ ଦଳ ଛାଡ଼ିବା କଥା ଛାଡ଼ିଲେ ଏବଂ ନେତାମାନଙ୍କ ମଧ୍ୟରେ ନୈତିକ ମନୋବଳ ହ୍ରାସ ପାଇଲା।

କ୍ଷମତାରେ ଥିବାବେଳେ ବିଜେଡି ନେତାମାନେ ‘ନାଲି ଆଖି’ ଦେଖାଉଥିଲେ । କ୍ଷମତାର ପ୍ରଭାବ ଦେଖାଇ ସମସ୍ୟା ସମାଧାନ କରୁଥିଲେ । ଅସନ୍ତୁଷ୍ଟଙ୍କୁ ନିଜ ପଟକୁ ଆଣିବାରେ ମାହିର୍ ଥିଲେ। ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ମଧ୍ୟ ରାଜନୈତିକ କାମରେ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଥିଲା। ଏବେ ଭଦ୍ରକ ଜିଲ୍ଲାରେ ଏହି ଅସନ୍ତୁଷ୍ଟ ନେତାଙ୍କୁ ମନାଇ ରଖିବା ପାଇଁ ଦଳ ତରଫରୁ କୌଣସି ଠୋସ୍ ଉଦ୍ୟମ କରାଗଲା ନାହିଁ।

ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଯେତେବେଳେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଜିଲ୍ଲାରେ ବିଜେଡି ସଂଗଠନକୁ ଭାଙ୍ଗିବାରେ ଜୋର୍ ଲଗାଇଛନ୍ତି, ସେହି ସମୟରେ ବାପା ପ୍ରଫୁଲ୍ଲଙ୍କୁ ସଂଗଠନ ସଜାଡ଼ିବାର ଦାୟିତ୍ୱ କିପରି ଦିଆଯାଇଛି ?  ରାଜନୈତିକ ସମୀକ୍ଷକମାନେ ଏହାକୁ ଦଳର ଏକ ‘ଗୁରୁଚଣ୍ଡାଳ ତ୍ରୁଟି’ ବୋଲି ମତ ଦେଉଛନ୍ତି, ଯାହା ଧର୍ମକୁ ଆଖିଠାର ସଦୃଶ ଲାଗୁଛି।

କ୍ଷମତାରୁ ଗଲା ପରେ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ସହ ନେତାମାନେ  କେବଳ ଦୁଇ ପଦ କଥା ହୋଇ ଫଟୋ ଉଠାଉଥିବା ଗଣମାଧ୍ୟମରେ ପ୍ରସାରିତ ହେଉଛି । ଏହା ଦ୍ବାରା ସଂଗଠନ ଦୁର୍ବଳତାର ସବୁ ସମସ୍ୟା ସମାଧାନ ହୋଇଯିବ, ଏହି ଭ୍ରମ ବାରମ୍ବାର ଭୁଲ୍ ପ୍ରମାଣିତ ହେଉଛି। ସବୁ ଦର୍ଶାଉଛି ଯେ ବିଜେଡି ଏବେ ଦିଶାହୀନ ହୋଇ ଚାଲିଛି। ଫଳରେ ଦଳ ଭିତରେ ଏକପ୍ରକାର ଅଜଣା ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ଏବଂ ତୃଣମୂଳ ସ୍ତରର ନେତାମାନେ ଭରସା କରି ଦଳରେ ରହିପାରୁ ନାହାନ୍ତି।

ରମେଶ

Share196Tweet123
M M

M M

ଆଜିର ପାଗ

Bhubaneswar
March 27, 2026, 9:45 PM
 

SW
Overcast
27°C
1.9 m/s
Apparent: 32°C
Pressure: 1010 mb
Humidity: 97%
Winds: 1.9 m/s SW
Windgusts: 8.1 m/s
UV-Index: 0
Precip.: 7.6mm /35% / Rain
Sunrise: 5:44 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom