• Latest
  • Trending
ନୂଆପଡା ଉପନିର୍ବାଚନ ଉପରେ ବିଜେଡିର ପ୍ରତିକ୍ରିୟା ୪୧ ବୁଥରେ ୯୧% ଭୋଟିଂ ହେଲା କେମିତି: ବିଜେଡି

ନୂଆପଡା ଉପନିର୍ବାଚନ ଉପରେ ବିଜେଡିର ପ୍ରତିକ୍ରିୟା ୪୧ ବୁଥରେ ୯୧% ଭୋଟିଂ ହେଲା କେମିତି: ବିଜେଡି

Nov-13-2025 06:06 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ନୂଆପଡା ଉପନିର୍ବାଚନ ଉପରେ ବିଜେଡିର ପ୍ରତିକ୍ରିୟା ୪୧ ବୁଥରେ ୯୧% ଭୋଟିଂ ହେଲା କେମିତି: ବିଜେଡି

by M M
Nov-13-2025 06:06 PM IST
in ରାଜନୀତି, ରାଜ୍ୟ
0
ନୂଆପଡା ଉପନିର୍ବାଚନ ଉପରେ ବିଜେଡିର ପ୍ରତିକ୍ରିୟା ୪୧ ବୁଥରେ ୯୧% ଭୋଟିଂ ହେଲା କେମିତି: ବିଜେଡି
492
SHARES
1.4k
VIEWS
Share on FacebookShare on Twitter
ନୂଆପଡା ଉପନିର୍ବାଚନ ଫଳ ଶୁକ୍ରବାର ପ୍ରକାଶ ପାଇବାକୁ ଥିବାବେଳେ ପ୍ରଶାସନିକ କଳର ଅପବ୍ୟବହାର କରି ବିଜେପି ଏହି ନିର୍ବାଚନକୁ ପ୍ରଭାବିତ କରିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।
ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାର, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ବିଜେପି ଦ୍ୱାରା ପ୍ରଶାସନିକ କଳର ଅପବ୍ୟବହାର କରାଯାଇ ନିର୍ବାଚନକୁ ପ୍ରଭାବିତ କରାଯାଇଛି । ନିର୍ବାଚନ ଅଧିକାରୀଙ୍କ ମୁକ୍ତ ଓ ଅବାଧ ନିର୍ବାଚନ ଦାବି ଏକ ପ୍ରହସନରେ ପରିଣତ ହୋଇଛିି ବୋଲି ଅଭିଯୋଗ କରିଥିଲେ ।
ନିର୍ବାଚନରେ ବିଜେପି ଦ୍ୱାରା ବିଭିନ୍ନ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ ଓ ନିର୍ବାଚନ ସମୟରେ ଅନେକ ଅନିୟମିତତାର ଅଭିଯୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ନାରେ ଦାଖଲ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।
ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ନିର୍ବାଚନ ସମୟରେ ସନ୍ଧ୍ୟା ୫ଟା ସୁଦ୍ଧା ୭୫% ଭୋଟିଂ ହୋଇଛି ବୋଲି ନିର୍ବାଚନ ଅଧିକାରୀଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇ ୮୩.୫% ଭୋଟିଂ ହୋଇଛି ବୋଲି ସୂଚନା ଦିଆଯାଇଥିଲା । ଅଧିକ ପ୍ରତିଶତ ଭୋଟ ହେବା ଗଣତନ୍ତ୍ର ପାଇଁ ଏକ ଶୁଭ ଲକ୍ଷଣ । କିନ୍ତୁ ଭୋଟିଂ ସମୟ ଶେଷ ହେବା ପରେ ଅର୍ଥାତ ସନ୍ଧ୍ୟା ୫ଟା ପରେ ପ୍ରାୟ ୮%ରୁ ଅଧିକ ଭୋଟ ପଡିବା ସନେ୍ଦହଜନକ । ଆହୁରି ପ୍ରାୟ ୪୧ଟି ବୁଥ୍ରେ ୯୧ ପ୍ରତିଶତରୁ ଅଧିକ ଭୋଟିଂ ହେବା, ଭୋଟ ରିଗିଙ୍ଗ ହୋଇଥିବା ସନେ୍ଦହ ସୃଷ୍ଟି କରିଛି ।
ନିର୍ବାଚନ ପ୍ରଚାର ଚାଲିଥିବା ସମୟରେ ବିଜେପି ପ୍ରତି ସରକାରୀ ଅଧିକାରୀ ମାନଙ୍କ ଅହେତୁକ ସହଯୋଗ ଦେଖିବାକୁ ମିଳିଥିଲା । ସାଇଲେଣ୍ଟ ପିରିଅଡରେ ଭୋଟରଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ରହିପାରିବେ ନାହିଁ ବୋଲି ନିୟମ ଥିବାରୁ, ବିଧି ବ୍ୟବସ୍ଥାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳର ସମସ୍ତ ନେତା ମାନେ ନୂଆପଡା ଛାଡି ଦେଇଥିଲେ । କିନ୍ତୁ ବିଜେପିର ଅନେକ ନେତା ସେଠାରେ ଉପସ୍ଥିତ ରହି ଭୋଟର ମାନଙ୍କୁ ପ୍ରଭାବିତ କରୁଥିଲେ । ଏହାର ଅଭିଯୋଗ ବିଧିବଧ ଭାବେ ନିର୍ବାଚନ ଅଧିକାରୀଙ୍କ ପାଖରେ ରଖାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ।
ଡ଼ ଲେନିନ ମହାନ୍ତି କହିଥିଲେ, ଯେଉଁ ବୁଥ୍ ଗୁଡିକରେ ୯୦%ରୁ ଅଧିକ ଭୋଟିଂ ହୋଇଛି, ସେଇ ବୁଥ୍ ଗୁଡିକର ସିସିଟିଭି ଫୁଟେଜ ଆମକୁ ପ୍ରଦାନ କରାଯାଉ । ସିସିଟିଭି ଫୁଟେଜ ହିଁ ପ୍ରମାଣ କରିବ ବାସ୍ତବରେ ଲୋକ ଭୋଟ ଦେଇଛନ୍ତି ନା ହେରଫେର ହୋଇଛି । ଇଭିଏମ ମେସିନ ଗୋଟିଏ ଘରୋଇ ଗାଡ଼ିରେ ବୁଲୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ମୁକ୍ତ ଓ ଅବାଧ ନିର୍ବାଚନ କରିବା ଉକ୍ତି ଏହି ଉପନିର୍ବାଚନରେ ପ୍ରହସନରେ ପରିଣତ ହୋଇଥିଲା । ପ୍ରାର୍ଥୀ ଚୋରି, ଭୋଟ ଚୋରି ପରେ ଏବେ ବୁଥ୍ ଚୋରି ଦେଖିବାକୁ ମିଳିଲା ।
ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଜିତିବା ବିଜେପି ପକ୍ଷରେ ସମ୍ଭବ ନୁହେଁ ବୋଲି ଜାଣି ବିଜେପି ପ୍ରଶାସନିକ କଳର ଅପବ୍ୟବହାର କରି ନିର୍ବାଚନ ଜିତିବାକୁ ଉଦ୍ୟମ କରି ଆସୁଛି । ୯୦ ପ୍ରତିଶତ ଭୋଟିଂ ହେବା ଏକ ବିରଳ ଘଟଣା । ବିଶେଷକରି ଉପନିର୍ବାଚନରେ ଏପରି ହେବା ନିଶ୍ଚିତ ଭାବେ ସନେ୍ଦହ ସୃଷ୍ଟି କରିଛି ।
ଏହାଛଡା ସରକାରୀ ଅଧିକାରୀ ମାନେ ବିଜେପିର ଏଜେଣ୍ଟ ସାଜି ବିଜେପିକୁ ଜିତାଇବା ପାଇଁ କାମ କରୁଥିଲେ । ବିଜୁ ଜନତା ଦଳ ଅନେକ ସମୟରେ ନିର୍ବାଚନ ପ୍ରଚାର ବେଳେ ଘଟୁଥିବା ଅନିୟମିତତାକୁ ନେଇ ଜିଲ୍ଲାର ଅଧିକାରୀ ମାନଙ୍କୁ ଭେଟି ସେମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା । କିନ୍ତୁ ସେମାନଙ୍କ ଠାରୁ ବିଜେଡିକୁ କୌଣସି ସହଯୋଗ ମିଳୁ ନଥିଲା । ଶେଷ ପର୍ଯ୍ୟାୟରେ ପୋଲିସ୍ର ତତ୍ୱାବଧାନରେ ଟଙ୍କା ବଣ୍ଟା କାର୍ଯ୍ୟକ୍ରମ ଚାଲିଥିଲା । ବୁଥ୍ ଭିତରେ ବିଜେପି ତରଫରୁ କ୍ୟାମ୍ପେନ କରାଯାଉଥିଲା । ବିଜେଡି ତରଫରୁ ଏହାର ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ପାଖରେ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ତେଣୁ ସମସ୍ତ କଥାକୁ ଅନୁଶୀଳନ କଲେ ସ୍ପଷ୍ଟ ହୁଏ ଯେ, ସରକାରୀ କଳର ଅପବ୍ୟବହାର କରି ବିଜେପି ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି ।

Share197Tweet123
M M

M M

ଆଜିର ପାଗ

Bhubaneswar
February 2, 2026, 4:00 PM
 

NE
Mainly clear
29°C
2.1 m/s
Apparent: 23°C
Pressure: 1018 mb
Humidity: 88%
Winds: 2.1 m/s NE
Windgusts: 6.3 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom