ନୂଆପଡ଼ା – ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେ ବିଜେପି ର ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ବିଧାୟକ ଙ୍କ ସମେତ ବିଜେପି ର ସଙ୍ଗଠନ ର ବିଭିନ୍ନ ମୋର୍ଚ୍ଚା ମଧ୍ୟ ନିର୍ବାଚନୀ ପ୍ରଚାର ରେ ନିଜ ନିଜ ଢଙ୍ଗ ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ।
ଏହି ମର୍ମରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ନୂଆପଡା ବିଜ୍ଞାପିତ ପରିଷଦ ଅଞ୍ଚଳ ଠାରେ ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ଢୋଲକିଆଙ୍କ ପ୍ରଚାର ପାଇଁ ବିଶାଳ ବାଇକ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟ ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ.ମୁକେଶ ମହାଲିଙ୍ଗ, ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ଯୁବ ନେତା ଶ୍ରୀ ଅଭିନନ୍ଦନ ପଣ୍ଡା, ପୂର୍ବତନ ଜୁନାଗଡ ଏନ୍.ଏ.ସି ଚେୟାରମ୍ୟାନ ମୁକେଶ ଅଗ୍ରୱାଲ, ମଣ୍ଡଲ ସଭାପତି ସଦାନନ୍ଦ ଯୋଶୀ, ବରିଷ୍ଠ ନେତା ଭୈରବ ସାହୁ ଙ୍କ ସମେତ ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।

ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି କୋମନା ବ୍ଲକର ଟିକ୍ରାପଡ଼ାର ଦଳୀୟ କାର୍ଯ୍ୟାଳୟ ଠାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଏବଂ ମାନ୍ୟବର ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ଙ୍କ ଉପସ୍ଥିତିରେ ଲିପୁ ବେହେରାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।
ବିଜେପିରେ ଯୋଗ ଦେଇଥିବା ପଞ୍ଚାୟତର ସମସ୍ତ ନେତୃବୃନ୍ଦଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ୍ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ଦଳରେ ଯୋଗ ଦେଇଥିବା ନେତୃବୃନ୍ଦଙ୍କ ମଧ୍ୟରେ ଅଛନ୍ତି ପ୍ରଭୁଲାଲ ଶବର, ସଂଜୀବ ଦଳପତି, ସୌମିକ ଦଳପତି, ଘାସିରାମ ଶବର, ଭାଗ୍ୟବନ୍ତ ବାଗ୍, ଗୌରହରି ବୌକ୍, ରାଜକିଶୋର ଶବର, ସୁଧାଂଶୁ ଶବର, ପପୁ ବେହେରା, ଅଙ୍କୁଶ ବେହେରା, ଗବରୁ ହଂସ ଏବଂ ଧନୁ ସଗରିଆଙ୍କ ସହ ଅନେକ ସକ୍ରିୟ କାର୍ଯ୍ୟକର୍ତା । ବିଜେପିରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ଭୋଟରେ ଜିତେଇବା ପାଇଁ କାର୍ଯ୍ୟ କରିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ଦଳର ଏହି ନୂତନ ସଦସ୍ୟ ମାନଙ୍କୁ ନିବେଦନ କରିଛନ୍ତି ।




















