• Latest
  • Trending
ବିଜେଡି ଗାଡିର ଡ୍ରାଇଭର ସାଜିଛି କଂଗ୍ରେସ : ମନୋଜ ମହାପାତ୍ର

ବିଜେଡି ଗାଡିର ଡ୍ରାଇଭର ସାଜିଛି କଂଗ୍ରେସ : ମନୋଜ ମହାପାତ୍ର

Aug-27-2024 03:46 PM IST
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

Feb-03-2026 09:46 AM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
  • About
  • Careers
  • Contact Us
Tuesday, February 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେଡି ଗାଡିର ଡ୍ରାଇଭର ସାଜିଛି କଂଗ୍ରେସ : ମନୋଜ ମହାପାତ୍ର

by M M
Aug-27-2024 03:46 PM IST
in ବଡ଼ ଖବର, ରାଜ୍ୟ
0
ବିଜେଡି ଗାଡିର ଡ୍ରାଇଭର ସାଜିଛି କଂଗ୍ରେସ : ମନୋଜ ମହାପାତ୍ର
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର :ଏବେ “ବିଜେଡି ଗାଡିର ଡ୍ରାଇଭର ସାଜିଛି କଂଗ୍ରେସ”  । ଏଭଳି ଅଭିଯୋଗ ଆଣିଛି ବିଜେପି  । ଦେଶରେ ଓଡିଶା ଆଜିବି ଗରିବ ରାଜ୍ୟ ହୋଇ ରହିଛି । ସର୍ବଭାରତୀୟ ସ୍ତରରେ ଓଡିଶାର ଚାଷୀ “ଆୟ କରେ କମ୍ ଓ ବ୍ୟୟ କରେ କମ୍‌” । ବିଧାନସଭା ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ଚାଲିଥାଏ । କିନ୍ତୁ ଆମେ ଯାହା ଗଣମାଧ୍ୟମରୁ ଦେଖିଲୁ ତାହା ଆମକୁ ମର୍ମାହତ କରୁଛି । ଗଣମାଧ୍ୟମରେ ଚର୍ଚ୍ଚା ଓ ଶିରୋନାମାରେ ରହିବା ପାଇଁ ଓଡ଼ିଶା ବିଧାନସଭାରେ ବିଜେଡି ଓ କଂଗ୍ରେସ ଉଭୟ “ଦୌରାତ୍ମ” ଦେଖାଉଛନ୍ତି । ବିଧାନସଭାରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନା ନହେଉ, ସେ ନେଇ ବିଜେଡି ଓ କଂଗ୍ରେସ ଅପଚେଷ୍ଟା କରୁଛି । । ଯେତେବେଳେ ଜନଗଣନା ହେବ ସେତେବେଳେ ଜାତି ଜନଗଣନା ପ୍ରସଙ୍ଗ ଉଠାଇବା ଯଥାର୍ଥ ହୋଇପାରେ । ଗତ ପଂଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେଇଥିବା ତତ୍‌କାଳୀନ ବିଜେଡି ସରକାର ସର୍ଭେ ନାଁରେ ଯେଉଁ ପ୍ରହସନ ଚଳାଇଲେ ତାହା ଓଡ଼ିଶାବାସୀଙ୍କ ସାମ୍ନାରେ ସାର୍ବଜନୀନ ହେଲା ନାହିଁ କାହିଁକି? କିନ୍ତୁ ଏବେ ଅଯଥାରେ ଜାତି ଜନଗଣନା ପ୍ରସଙ୍ଗରେ ବିଧାନସଭାକୁ ବନ୍ଦ କରୁଛି କଂଗ୍ରେସ । କଂଗ୍ରେସ ଓ ବିଜୁ ଜନତା ଦଳ ଉଭୟ ଶାସନ କ୍ଷମତାରେ ଥିଲାବେଳେ ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କୁ ନ୍ୟାୟ ଦେଇନାହାନ୍ତି । ଏବେ ଭାରତୀୟ ଜନତା ପାର୍ଟି ସରକାରରେ ଓଡିଶାରେ ସାମାଜିକ ନ୍ୟାୟ ସ୍ଥାପନା ହୋଇଛି, ଏହାକୁ କଂଗ୍ରେସ ଓ ବିଜେଡି ଉଭୟ ହଜମ କରିପାରୁନାହାନ୍ତି । ଜଣେ ଆଦିବାସୀ ଆଜି ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିଜେଡି ଓ କଂଗ୍ରେସ ଏହାକୁ ସହ୍ୟ କରିପାରୁନାହିଁ । ଓଡ଼ିଶାରେ ଆଦିବାସୀ, ଦଳିତ ୩୮% ଓ ଓବିସି ୫୨% ଅଛନ୍ତି । ଏ ସମସ୍ତଙ୍କୁ ନ୍ୟାୟ ଦେବାରେ ସମର୍ଥ ହୋଇଛି ବିଜେପି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।
୨୫ବର୍ଷ ବଜେଡି ଶାସନରେ ଓବିସି, ଏସି,ଏସ୍‌ଟିଙ୍କୁ ନ୍ୟାୟ ଦେବାକୁ ସ୍ୱର ଉଠାଇନଥିଲେ । ପ୍ରଧାନମନ୍ତ୍ରୀଙ୍କ ସମେତ ି କେନ୍ଦ୍ରରେ ୨୭ଜଣ ଓବିସିବର୍ଗ ମନ୍ତ୍ରୀ ଅଛନ୍ତି । ବିଜେପି ଓଡ଼ିଶାରେ ଆଦିବାସୀବର୍ଗଙ୍କୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ରାଜ୍ୟର ୧୬ଜଣିଆ ମନ୍ତ୍ରୀ ପରିଷଦରେ ୪ଜଣ ଆଦିବାସୀ, ୨ଜଣ ଦଳିତ, ୭ଜଣ ଓବିସି ବର୍ଗର ମନ୍ତ୍ରୀ ଅଛନ୍ତି । ସେହିପରି ମୁଖ୍ୟସଚେତକ ଓବିସି ବର୍ଗର ହୋଇଥିବାବେଳେ ଉପମୁଖ୍ୟସଚେତକ ଜଣେ ଦଳିତ ବର୍ଗର ଅଟନ୍ତି । ବିଜେପି ସରକାର ଗଠନରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥିବାବେଳେ ଅତୀତରେ କଂଗ୍ରେସ ଓ ବିଜେଡି ଓବିସି, ଏସି,ଏସ୍‌ଟିଙ୍କୁ ଆଦୌ ପ୍ରାଧାନ୍ୟ ଦେଇନଥିବାର ନଜିର ରହିଛି । “କଂଗ୍ରେସ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇବାର” ଅପଚେଷ୍ଟା କରୁଥିବା ବିଜେଡି ଆଦିବାସୀମାନଙ୍କ ଜମି ହଡପ କରିବା ପାଇଁ ଜଘନ୍ୟ ଷଡଯନ୍ତ୍ର କରିଥିଲା । ଠିକ୍ ସେହିପରିଭାବେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ବିଭାଗ ପାଇଁ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀଟିଏ ମଧ୍ୟ ଦେଇନଥିଲେ । ସଂରକ୍ଷଣ ପାଇଁ କୁମ୍ଭୀର କାନ୍ଧଣା କାନ୍ଦୁଥିବା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦଳର ସଭାପତି ଓ ବିରୋଧୀ ଦଳ ନେତା ୨ଟି ପଦକୁ ମାଡି ବସିଛନ୍ତି । ବିଜେଡି ଓ ନବୀନ ବାବୁ ଯଦି ସାମାଜିକ ନ୍ୟାୟରେ ବିଶ୍ୱାସ ରଖୁଥାନ୍ତି ତେବେ ଏ ଦୁଇଟି ପଦରୁ ଗୋଟିଏ ପଦବୀ ଅନୁସୂଚିତ ଜାତି, ଜନଜାତି କିମ୍ବା ପଛୁଆ ବର୍ଗଙ୍କୁ ଦେଇ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
February 3, 2026, 3:54 PM
 

NE
Clear sky
29°C
1.4 m/s
Apparent: 22°C
Pressure: 1017 mb
Humidity: 87%
Winds: 1.4 m/s NE
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

February 3, 2026
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

February 2, 2026
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

February 2, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom