• Latest
  • Trending
କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

Oct-26-2025 12:23 PM IST
ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

Dec-11-2025 08:36 AM IST
ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

Dec-11-2025 07:08 AM IST
ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

Dec-11-2025 06:21 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-11-2025 06:11 AM IST
ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

Dec-10-2025 11:01 PM IST
ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

Dec-10-2025 10:19 PM IST
ଓଡ଼ିଶାର ବିକାଶ କରିବ ବିଜେପି

ଓଡ଼ିଶାର ବିକାଶ କରିବ ବିଜେପି

Dec-10-2025 10:02 PM IST
ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

Dec-10-2025 11:45 AM IST
ଆୟୁଷ୍ମାନ ଭାରତ ଯୋଜନା: କାର୍ଡ ଥାଇ ବି ମାଗଣା ଚିକିତ୍ସା କେତେ ସମ୍ଭବ? ଜାଣନ୍ତୁ ୫ ଲକ୍ଷ ଟଙ୍କାର ସୀମା ଓ ନିୟମ

ଆୟୁଷ୍ମାନ ଭାରତ ଯୋଜନା: କାର୍ଡ ଥାଇ ବି ମାଗଣା ଚିକିତ୍ସା କେତେ ସମ୍ଭବ? ଜାଣନ୍ତୁ ୫ ଲକ୍ଷ ଟଙ୍କାର ସୀମା ଓ ନିୟମ

Dec-10-2025 11:23 AM IST

କ’ଣ କହୁଛି ଆଜିର ରାଶିଫଳ

Dec-10-2025 11:16 AM IST
  • About
  • Careers
  • Contact Us
Thursday, December 11, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

by M M
Oct-26-2025 12:23 PM IST
in ରାଜ୍ୟ
0
କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି
494
SHARES
1.4k
VIEWS
Share on FacebookShare on Twitter

କ୍ୟାବିନେଟ ସଚିବ ଡକ୍ଟର ଟି.ଭି. ସୋମନାଥନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ବିପତ୍ତି ପରିଚାଳନା କମିଟି (ଏନସିଏମସି)ର ଜରୁରୀ ବୈଠକରେ ବଙ୍ଗୋପସାଗରରେ ଆସନ୍ନ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ସମୀକ୍ଷା କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ବର୍ତ୍ତମାନର ସ୍ଥିତି ସମ୍ପର୍କରେ କମିଟିକୁ ଅବଗତ କରାଯାଇଥିଲା। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଅବପାତ ବିଗତ 6 ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି 7 କିମି ବେଗରେ ପଶ୍ଚିମ ଦିଗକୁ ଗତି କରୁଛି। ଏହା ତାମିଲନାଡ଼ୁ ଚେନ୍ନାଇର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ 950 କିମି, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଦକ୍ଷିଣ ପୂର୍ବ ଦିଗରେ 960 କିମି, ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ଦକ୍ଷିଣ ପୂର୍ବ ଦିଗରେ 970 କିମି ଏବଂ ଓଡ଼ିଶାର ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ 1030 କିମି ଦୂରରେ ରହିଛି ।

ଏହା ପ୍ରାୟ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ, 26 ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ଏବଂ 27 ତାରିଖ ସକାଳ ସୁଦ୍ଧା ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରେ, ଏହା ଉତ୍ତର-ପଶ୍ଚିମ ଦିଗକୁ, ତା’ପରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଅକ୍ଟୋବର 28 ତାରିଖ ସକାଳ ସୁଦ୍ଧା ଏକ ଭୀଷଣ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି ଜାରି ରଖି, ଅକ୍ଟୋବର 28 ତାରିଖ ସନ୍ଧ୍ୟାରେ/ରାତିରେ କାକିନାଡା ନିକଟବର୍ତ୍ତୀ ମଛିଲିପଟ୍ଟନମ ଏବଂ କଳିଙ୍ଗପଟ୍ଟନମ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି 90-100 କିମି ଏବଂ ସ୍ଥଳବିଶେଷରେ 110 କିମି ଛୁଇଁବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପୁଡୁଚେରୀର ମୁଖ୍ୟ ସଚିବ ଏବଂ ଓଡ଼ିଶାର ଅତିରିକ୍ତ ମୁଖ୍ୟ ସଚିବ ସମ୍ଭାବ୍ୟ ଘୂର୍ଣ୍ଣିବାତ୍ୟା ସମୟରେ ଲୋକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପ୍ରସ୍ତୁତି ପଦକ୍ଷେପ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ସତର୍କତାମୂଳକ ପଦକ୍ଷେପ ବିଷୟରେ କମିଟିକୁ ଅବଗତ କରାଇଥିଲେ। ପ୍ରସ୍ତୁତି ପ୍ରକ୍ରିୟାରେ ପର୍ଯ୍ୟାପ୍ତ ଆଶ୍ରୟସ୍ଥଳ ଏବଂ ସ୍ଥାନାନ୍ତର ବ୍ୟବସ୍ଥା କରାଯାଇଛି ଏବଂ ଆବଶ୍ୟକ ଏନଡିଆରଏଫ ଏବଂ ଏସଡିଆରଏଫ ଦଳକୁ ପ୍ରସ୍ତୁତ ରଖାଯାଇଥିବା ସମ୍ପର୍କରେ କମିଟିକୁ ଅବଗତ କରାଯାଇଥିଲା। ଜିଲ୍ଲା ନିୟନ୍ତ୍ରଣ କକ୍ଷଗୁଡ଼ିକୁ ମଧ୍ୟ ସକ୍ରିୟ କରାଯାଇଛି ଏବଂ ସେମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି।

26 ରୁ ୨୯ ଅକ୍ଟୋବର ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ, ତତସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ୟାନମ୍ (ପୁଡୁଚେରୀର) ଏବଂ ଓଡ଼ିଶା ଉପକୂଳରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ଥିବା ଲୋକମାନଙ୍କୁ ତୁରନ୍ତ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ଦଳଗୁଡ଼ିକୁ ପ୍ରସ୍ତୁତ ରଖିଛି ଏବଂ 26 ଅକ୍ଟୋବର ସୁଦ୍ଧା ସେମାନଙ୍କୁ ନିୟୋଜିତ କରାଯିବ। ଏନଡିଆରଏଫ ଅତିରିକ୍ତ ଦଳଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖିଛି। ସେନା, ନୌସେନା, ବାୟୁସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀର ଉଦ୍ଧାର ଏବଂ ସହାୟତା ଦଳଗୁଡ଼ିକୁ ସେମାନଙ୍କର ଜାହାଜ ଓ ବିମାନ ସହିତ ପ୍ରସ୍ତୁତ ରଖାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ ଏପର୍ଯ୍ୟନ୍ତ 900 ରୁ ଅଧିକ ଜାହାଜକୁ ଜେଟି/କୂଳକୁ ପଠାଇସାରିଛି, ଏବଂ ବାକି ଜାହାଜଗୁଡ଼ିକୁ ଉପକୂଳକୁ ଫେରିବା ପାଇଁ ସତର୍କ କରାଯାଇଛି। କେନ୍ଦ୍ର ଗୃହ ସଚିବ କହିଛନ୍ତି, ଗୃହ ମନ୍ତ୍ରଣାଳୟ, ଏନଡିଆରଏଫ ଏବଂ ଆଇଏମଡି ନିରନ୍ତର ପରିସ୍ଥିତି ଉପରେ ନଜର ରଖୁଛନ୍ତି ଏବଂ ମନ୍ତ୍ରଣାଳୟ / ବିଭାଗ / ରାଜ୍ୟ ସରକାର ଓ ଏଜେନ୍ସିଗୁଡ଼ିକ ସହିତ ସମନ୍ୱୟ ସ୍ଥାପନ କରୁଛନ୍ତି।

କେନ୍ଦ୍ରୀୟ ଏଜେନ୍ସି ଏବଂ ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ତାମିଲନାଡୁ ଓ ପୁଡୁଚେରୀ ସରକାରଙ୍କ ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି କ୍ୟାବିନେଟ ସଚିବ ଜୀବନହାନିକୁ ଶୂନ୍ୟ ସ୍ତରରେ ରଖିବା ଏବଂ ସମ୍ପତ୍ତି ଓ ଭିତ୍ତିଭୂମିର କ୍ଷତିକୁ ସର୍ବନିମ୍ନ କରିବା ଉପରେ ଜୋର୍‌ ଦେଇଥିଲେ। କ୍ଷତି ହେଲେ, ଯଥାଶୀଘ୍ର ସମ୍ଭବ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ପୁନରୁଦ୍ଧାର କରାଯିବା ଉଚିତ।

Share198Tweet124
M M

M M

ଆଜିର ପାଗ

Bhubaneswar
December 11, 2025, 9:03 AM
 

NW
Clear sky
19°C
0.8 m/s
Apparent: 15°C
Pressure: 1016 mb
Humidity: 86%
Winds: 0.8 m/s NW
Windgusts: 4.7 m/s
UV-Index: 0
Precip.: 0mm /0% / Rain
Sunrise: 6:11 AM
Sunset: 5:07 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

December 11, 2025
ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

December 11, 2025
ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

December 11, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom