ଭୁବନେଶ୍ୱର: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ପରୀକ୍ଷା ସମୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଆସନ୍ତା ଡିସେମ୍ବର ୧୭ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷାର ପେପର-୨ ସମୟକୁ ୩୦ ମିନିଟ୍ ଘୁଞ୍ଚାଇ ଦିଆଯାଇଛି।
ପୂର୍ବରୁ ପେପର-୨ ପରୀକ୍ଷା ଅପରାହ୍ନ ୧ଟା ୩୦ ମିନିଟ୍ରୁ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଏବେ ଏହି ପରୀକ୍ଷା ସମୟରେ ପରିବର୍ତ୍ତନ କରାଯାଇଛି। ନୂତନ ସୂଚନା ଅନୁଯାୟୀ, ଡିସେମ୍ବର ୧୭ ତାରିଖରେ ପେପର-୨ ପରୀକ୍ଷା ଅପରାହ୍ନ ୨ଟା ଠାରୁ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ପରୀକ୍ଷାର୍ଥୀମାନଙ୍କୁ ଏହି ସମୟ ପରିବର୍ତ୍ତନ ଉପରେ ଧ୍ୟାନ ଦେବାକୁ ଏବଂ ନୂତନ ସମୟ ଅନୁଯାୟୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି।
















