ନୂଆଦିଲ୍ଲୀ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (BJP)ର ନବନିଯୁକ୍ତ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଶ୍ରୀ ନୀତିନ ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।
ନୀତିନ ନବୀନ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମାଝୀ ତାଙ୍କୁ ସାକ୍ଷାତ କରି ତାଙ୍କର ସଫଳତା ପାଇଁ ଶୁଭକାମନା ଜଣାଇଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଉଭୟ ନେତା ରାଜ୍ୟ ତଥା ଜାତୀୟସ୍ତରରେ ଦଳର ସାଙ୍ଗଠନିକ ସ୍ଥିତି ଓ ଭବିଷ୍ୟତ ରଣନୀତି ଉପରେ ଆଲୋଚନା କରିଥିଲେ। ବିଶେଷ କରି ଓଡ଼ିଶାରେ ସରକାର ଗଠନ ପରେ ଦଳର ସାଙ୍ଗଠନିକ କାର୍ଯ୍ୟକୁ କିପରି ଆହୁରି ମଜବୁତ କରାଯାଇପାରିବ, ସେ ଦିଗରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି।
ନୀତିନ ନବୀନ ଜଣେ ଉତ୍ତମ ସଙ୍ଗଠକ ଭାବେ ଜଣାଶୁଣା ଥିବାବେଳେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ତାଙ୍କର ଏହି ସାକ୍ଷାତ ଦଳ ଭିତରେ ରାଜ୍ୟ ଏବଂ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟରେ ସୁସମ୍ପର୍କର ସଙ୍କେତ ଦେଉଛି।















