• Latest
  • Trending
ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତିଲା

ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତିଲା

Nov-03-2025 10:26 AM IST
odisha.newsroom.in

ଯୁଦ୍ଧର ନିଆଁ ଲିଭୁନି..ପୁଣି ଫେରିବ କି Lockdown ? ସରକାର କହିଲେ…

Mar-25-2026 05:30 PM IST
ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

Mar-25-2026 05:27 PM IST
5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

Mar-25-2026 05:24 PM IST
odisha.newsroom.in

ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ…

Mar-25-2026 04:01 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
  • About
  • Careers
  • Contact Us
Wednesday, March 25, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତିଲା

ଇତିହାସ ରଚିଲା ଭାରତୀୟ ମହିଳା ଦଳ

by M M
Nov-03-2025 10:26 AM IST
in ଖେଳ
0
ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତିଲା
491
SHARES
1.4k
VIEWS
Share on FacebookShare on Twitter

ନଭି ମୁମ୍ବାଇ : ୫୨ ବର୍ଷର ମହିଳା କ୍ରିକେଟ୍ ବିଶ୍ୱକପ୍‌ ଇତିହାସରେ ଯାହା କେବେ ହୋଇ ନଥିଲା, ରବିବାର ରାତିରେ ତାହା ସମ୍ଭବ ହୋଇଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ୱକପ୍‌ ଟ୍ରଫି ଜିତି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଛି।  ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ରୋମାଞ୍ଚକ ଫାଇନାଲ୍ ମୁକାବିଲାରେ ଭାରତୀୟ ଦଳ ପ୍ରଥମ ଥର ଫାଇନାଲିଷ୍ଟ୍‌ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତ କରି ଏହି ଐତିହାସିକ ବିଜୟ ହାସଲ କରିଛି।

ଏହି ଐତିହାସିକ ବିଜୟ ପରେ ୧୪୫ କୋଟି ଭାରତୀୟ ଆନନ୍ଦ ଉଲ୍ଲାସରେ ନାଚି ଉଠିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବହୁ ପୂର୍ବତନ ଖେଳାଳି ଓ ଖେଳ ପ୍ରଶାସକ ଭାରତୀୟ ମହିଳା ଦଳକୁ ବିଶ୍ୱକପ୍‌ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

୧୯୮୩ ମସିହାରେ କପିଳ ଦେବଙ୍କ ପୁରୁଷ କ୍ରିକେଟ୍ ଦଳର ବିଶ୍ୱକପ୍‌ ବିଜୟ ପରି, ଭାରତୀୟ ମହିଳା ଦଳ ଏହି ବିଶ୍ୱ ମୁକୁଟ ପ୍ରଥମ ଥର ଜିତି ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଫର୍ଦ ଯୋଡ଼ିବା ସହ ମହିଳା କ୍ରିକେଟ୍‌ରେ ଏକ ବୈପ୍ଲବିକ ପରିବର୍ତ୍ତନ ଯୁଗର ଶୁଭାରମ୍ଭ କରିଛି। ପୂର୍ବରୁ ୨୦୦୫ ଓ ୨୦୧୭ ଫାଇନାଲ୍‌ରେ ପରାସ୍ତ ହୋଇ ରନର୍ସଅପ୍‌ ହୋଇଥିବା ଭାରତୀୟ ଦଳ ତୃତୀୟ ପ୍ରୟାସରେ ବିଶ୍ୱ ବିଜେତା ହେବାର ଗୌରବ ଲାଭ କରିଛି। ପୁରୁଷ ଦଳର ୪ଟି ବିଶ୍ୱ ମୁକୁଟକୁ ମିଶାଇଲେ ଏହା ଭାରତର ପଞ୍ଚମ ଆଇସିସି ବିଶ୍ୱକପ୍‌ ବିଜୟ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୨୯୮ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଏହି ଲଢ଼ୁଆ ସ୍କୋରରେ ଦୁଇ ଓପନର ସ୍ମୃତି ମନ୍ଧାନା (୫୮ ବଲ୍‌ରୁ ୪୫ ରନ୍) ଏବଂ ଶେଫାଳି ବର୍ମା (୭୮ ବଲ୍‌ରୁ ୮୭ ରନ୍)ଙ୍କ ଶତକୀୟ ଭାଗୀଦାରୀ (୧୦୪ ରନ୍) ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଭେଟେରାନ୍ ଅଲ୍‌ରାଉଣ୍ଡର୍‌ ଦୀପ୍ତି ଶର୍ମା ୫୮ ବଲ୍‌ରୁ ୫୮ ରନ୍‌ର ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ଓ ରିଚା ଘୋଷଙ୍କ ୨୪ ବଲ୍‌ରୁ ୩୪ ରନ୍‌ର ଦ୍ରୁତ ପାଳି ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲା।

୨୯୯ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଫାଇନାଲ୍ ମ୍ୟାଚ୍‌ର ଚାପରେ ଭଲ ଖେଳିପାରିନଥିଲା । ଦକ୍ଷିଣ ଆଫ୍ରିକାର ଅଧିନାୟିକା ଲୌରା ୱଲ୍‌ଭର୍ଟ (୯୮ ବଲ୍‌ରୁ ୧୦୧ ରନ୍) କ୍ରମାଗତ ଦ୍ୱିତୀୟ ଶତକ ମାରି ଶେଷ ପର୍ଯ୍ୟନ୍ତ ଏକାକୀ ଲଢ଼ିଥିଲେ, କିନ୍ତୁ ତାଙ୍କର ଏହି ପ୍ରୟାସ ବିଜୟ ପାଇଁ ଯଥେଷ୍ଟ ନଥିଲା। ଆନେରି ଡର୍କସେନ୍‌ (୩୫ ରନ୍)ଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର୍ ଭାରତୀୟ ବୋଲିଂକୁ ସାମ୍ନା କରିପାରି ନଥିଲେ। ଦକ୍ଷିଣ ଆଫ୍ରିକା ପାଳି ୪୫.୩ ଓଭରରେ ମାତ୍ର ୨୪୬ ରନ୍‌ରେ ଶେଷ ହୋଇଯାଇଥିଲା।

ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ପରେ ଭେଟେରାନ୍ ଅଲ୍‌ରାଉଣ୍ଡର୍‌ ଦୀପ୍ତି ଶର୍ମା ବୋଲିଂରେ ୫ଟି ୱିକେଟ୍ ଦଖଲ କରି ଭାରତୀୟ ବିଜୟରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲେ। ତାଙ୍କ ଭଳି ଶେଫାଳି ବର୍ମାଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ (୮୭ ରନ୍ ଓ ୨/୩୬ ୱିକେଟ୍) ମଧ୍ୟ ବିଶ୍ୱକପ୍‌ ସ୍ୱପ୍ନକୁ ସାକାର କରିବାରେ ବଡ଼ ଯୋଗଦାନ ଦେଇଛି।

ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି (Player of the Final): ଶେଫାଳି ବର୍ମା। ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି (Player of the Tournament): ଦୀପ୍ତି ଶର୍ମା (୨୧୫ ରନ୍ ଓ ୨୨ ୱିକେଟ୍)। ଅଗ୍ରଣୀ ବ୍ୟାଟର୍: ଲୌରା ୱଲ୍‌ଭର୍ଟ (୫୭୧ ରନ୍)। ଅଗ୍ରଣୀ ବୋଲର: ଦୀପ୍ତି ଶର୍ମା (୨୨ ୱିକେଟ୍)।

Share196Tweet123
M M

M M

ଆଜିର ପାଗ

Bhubaneswar
March 25, 2026, 9:39 PM
 

S
Overcast
26°C
1.6 m/s
Apparent: 30°C
Pressure: 1009 mb
Humidity: 85%
Winds: 1.6 m/s S
Windgusts: 7.8 m/s
UV-Index: 0
Precip.: 0mm /58% / Rain
Sunrise: 5:46 AM
Sunset: 5:58 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom