• Latest
  • Trending
କଂଗ୍ରେସ ସଭାପତି ପାଇଁ ଆଉ କେତେ ଦିନ ?

କଂଗ୍ରେସ ସଭାପତି ପାଇଁ ଆଉ କେତେ ଦିନ ?

Sep-26-2024 08:05 PM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
  • About
  • Careers
  • Contact Us
Tuesday, February 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

କଂଗ୍ରେସ ସଭାପତି ପାଇଁ ଆଉ କେତେ ଦିନ ?

by M M
Sep-26-2024 08:05 PM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
କଂଗ୍ରେସ ସଭାପତି ପାଇଁ ଆଉ କେତେ ଦିନ ?
491
SHARES
1.4k
VIEWS
Share on FacebookShare on Twitter

ଦିନେ କଂଗ୍ରେସ ଓଡ଼ିଶାରେ ରାଜ କରୁଥିଲା । ଆଜି କିନ୍ତୁ ବିରୋଧୀ ଆସନରେ ନାହିଁ ।  ଛଅ ଛଅ ଥର ସାଧାରଣ ନିର୍ବାଚନ ହାରିଲାଣି କଂଗ୍ରେସ ।  ୨୪ ବର୍ଷ ଭିତରେ ଓଡ଼ିଶା କଂଗ୍ରେସ ୬ ଜଣ ସଭାପତି ପାଇଛି । ହେଲେ କେହି ବି ଦଳକୁ ସଫଳତା ଦେଇପାରିନାହାଁନ୍ତି  । କିନ୍ତୁ ଦଳକୁ ବିଭିନ୍ନ ଗୋଷ୍ଠୀରେ ପରିଣତ କରିଛନ୍ତି । ଦଳ ଭିତରେ ଆଉ ସେଦିନ ପରି ଏକତା ନାହିଁ । କେହି କାହାକୁ ମାନୁନାହାଁନ୍ତି । ନିର୍ବାଚନ ପରେ ଦଳର ନେତାମାନେ ପରସ୍ପର ବିରୋଧରେ ଲାଗିପଡ଼ନ୍ତି । ଯାହାର ପରିଣାମ ହେଲା ନିର୍ବାଚନରେ  ଦଳକୁ କିନ୍ତୁ ଆଶା ଅନୁସାରେ ସଫଳତା ମିଳିନାହିଁ । ସବୁବେଳେ ଗୋଷ୍ଠୀ ବିବାଦ କଂଗ୍ରେସର ଏକ ପୁରୁଣା ରୋଗ । ସମସ୍ତଙ୍କର ଆକି  ପିସିସି ଚୌକି । ନେତା ନେତା ଲଢେଇରେ ଛନ୍ଦି ହୋଇଛି ଦଳ । ମୁଖିଆ ଚୟନ ହୋଇପାରୁନି ।  ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସମସ୍ତ ଯୋଜନା ଫେଲ । ଦଳ ହାରିଲା ସବୁଠି । ପୁଣି ଏବେ ନେତା ନାହାଁନ୍ତି । ଦଳର ମୁରବି ନାହାଁନ୍ତି । ସଭାପତି ନଥିବାରୁ  ହାଇକମାଣ୍ଡ କାହାକୁ ଦାୟିତ୍ବ ଦେବେ ସେଇ ଚିନ୍ତାରେ ସମସ୍ତେ ।

ପିସିସି ସଭାପତି ଚୟନରେ କାହିଁକି ହେଉଛି ବିଳମ୍ବ ।  ହାଇକମାଣ୍ଡ ଦୁଇଟି ପର୍ଯ୍ୟାୟରେ ୧୭ ଜଣରୁ ଅଧିକ ନେତାଙ୍କୁ ଷ୍ଟିଅରିଂ କମିଟି ସଦସ୍ୟ ଦାୟିତ୍ବ ଦେଇ ଚୁପ ବସିପଡ଼ିଛନ୍ତି । ନେତା ବି ଜାଣି ପାରୁନାହାନ୍ତି ଦଳରେ ଚାଲିଛି କ’ଣ ? ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ହରିଆନା ଓ ଜାମ୍ମୁ କାଶ୍ମୀର ନିର୍ବାଚନ ପାଇଁ ଓଡ଼ିଶାରେ ପିସିସି ସଭାପତି ଚୟନ ବିଳମ୍ବ ହେଉଛି । ଶୀଘ୍ର ଦଳ ସବୁ ଦିଗକୁ ବିଚାର କରି ଜଣକୁ ପିସିସି ସଭାପତି ଦାୟିତ୍ବ ଦେବ ।

ତିନି ମାସ ବିତିଲାଣି ତଥାପି ଓଡ଼ିଶା କଂଗ୍ରେସର ପିସିସି ସଭାପତି ଚେୟାର ଖାଲି ପଡିଛି । ବିନା ସଭାପତିରେ ରାଜ୍ୟରେ କଂଗ୍ରେସ ସଂଗଠନ ସ୍ଥାଣୁ ପାଲଟିଯାଇଛି । କିଏ ପିସିସି ସଭାପତି ପାଇଁ ଯୋଗ୍ୟ ତାକୁ ନେଇ ନିଷ୍ପତ୍ତି ନେଇ ପାରୁନାହାନ୍ତି ହାଇକମାଣ୍ଡ । ବାରମ୍ବାର ହାରିବା ପରେ ରାଜ୍ୟ କଂଗ୍ରେସର ଏପରି ସ୍ଥିତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଦଳୀୟ କର୍ମୀ ଓ ନେତା ।  ଶୀଘ୍ର ପିସିସି ସଭାପତି ନାଁ ଘୋଷଣା ହେବ ବୋଲି କହି ଓଡ଼ିଶା ନେତାଏ ଚୁପ । ମୁଖିଆଙ୍କ ବିନା ହାତି ଶିବିରର ରାଜନେୈତିକ ଓ ସାଂଗଠନିକ କାର୍ଯ୍ୟକ୍ରମ ରାଜଧାନୀରୁ ଗାଁ ସବୁଠି ଶିଥିଳ ପଡ଼ିଯାଇଛି ।

ଦିନ ବିତୁଛି ହେଲେ ନିଷ୍ପତ୍ତି ହୋଇପାରୁନି । ୨୪ ବର୍ଷ ଧରି କ୍ଷମତା ବାହାରେ ରାଜ୍ୟ କଂଗ୍ରେସ । ଭୋଟହାର ୧୩ ପ୍ରତିଶତରେ ପହଞ୍ଚିଛି । ଛଅ ଛଅଟି ସାଧାରଣ ନିର୍ବାଚନରେ ଫେଲ । ଏପରି ସ୍ଥିତିରେ ଓଡ଼ିଶା କଂଗ୍ରେସକୁ କିଏ ଦେବ ସଞ୍ଜୀବନୀ ?  କିଏ ପିସିସି ସଭାପତି ହେବା ପାଇଁ ଯୋଗ୍ୟ ? ଏହାକୁ ନେଇ କଂଗ୍ରେସ ହାଇକମାଣ୍ଡ ଘାଣ୍ଟି ହେଉଛନ୍ତି । ତେବେ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ ।

Share196Tweet123
M M

M M

ଆଜିର ପାଗ

Bhubaneswar
February 3, 2026, 12:03 AM
 

NE
Clear sky
20°C
0.3 m/s
Apparent: 23°C
Pressure: 1018 mb
Humidity: 88%
Winds: 0.3 m/s NE
Windgusts: 6.8 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

February 2, 2026
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

February 2, 2026
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

February 2, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom