ଭାରତୀୟ ନାଗରିକତା ହାସଲ କରିବା ପୂର୍ବରୁ ସୋନିଆ ଗାନ୍ଧୀଙ୍କ ନାମ ଭୋଟର ଲିଷ୍ଟରେ କିପରି ସାମିଲ ହେଲା ? ଏହି ଅଭିଯୋଗ ନେଇ ସୋନିଆ ଗାନ୍ଧୀଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି । ତାଙ୍କ ନାମ ୧୯୮୦ ମସିହାର ଭୋଟର ତାଲିକାରେ ଯୋଡା ଯାଇଥିଲା। କିନ୍ତୁ ସେତେବେଳକୁ ସେ ଭାରତର ନାଗରିକତା ହାସନ କରିନଥିଲେ । ତିନି ବର୍ଷ ନାଗରିକତା ହାସଲ ପୂର୍ବରୁ ତାଙ୍କୁ ନାମ ଭୋଟର ଲିଷ୍ଟରେ ଥିଲା । ଦିଲ୍ଲୀର ଏକ କୋର୍ଟ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି । ଯେଉଁଥିରେ ତାଙ୍କ ବିରୁଦ୍ଧରେ ଠକେଇ ଏବଂ ଜାଲିଆତି ପାଇଁ ଏକ ଫୌଜଦାରୀ ମାମଲା ପଞ୍ଜିକରଣ କରିବା ପାଇଁ ଏକ ଫୌଜଦାରୀ ସଂଶୋଧନ ଆବେଦନ ଉପରେ ଜବାବ ମାଗିଛନ୍ତି। ଏନେଇ ଜଣେ ଆବେଦନକାରୀ ମାମଲା ଦାୟର କରିବାକୁ କୋର୍ଟଙ୍କ ଅନୁମତି ଚାହିଁଥିଲେ । କିନ୍ତୁ କୋର୍ଟ ଏନେଇ ପ୍ରଥମେ ରିପୋର୍ଟ ମାଗିଛନ୍ତି । ଏକ ଆବେଦନରେ ଦାବି କରାଯାଇଛି ଯେ ୧୯୮୩ ମସିହାରେ ଭାରତୀୟ ନାଗରିକତା ହାସଲ କରିବା ପୂର୍ବରୁ ତାଙ୍କ ନାମ ୧୯୮୦ ମସିହାର ଭୋଟର ତାଲିକାରେ ଯୋଡା ଯାଇଥିଲା।
୧୯୮୩ ମସିହା ଏପ୍ରିଲରେ ସୋନିଆ ଗାନ୍ଧୀ ଭାରତୀୟ ନାଗରିକତା ହାସଲ କରିଥିଲେ । କିନ୍ତୁ ଅଭିଯୋଗରେ ଦର୍ଶାଯାଇଛି ଯେ ସୋନିଆ ଗାନ୍ଧୀ ୧୯୮୦ ମସିହାରେ ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ରର ଭୋଟର ତାଲିକାରେ ନାମ ସାମିଲ କରାଯାଇଥିଲେ । ଏହି ଅଭିଯୋଗରେ ନେଇ କୋର୍ଟ ନୋଟିସ ଜାରି କରିଛନ୍ତି।



















