ଦିଲ୍ଲୀ: କାହିଁକି ସର୍ଭରରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଉଛି ? ଯାହା ଯୋଗୁ ବିମାନ ଉଡାଣ ବିଳମ୍ବ ହୋଇଛି । ଏହାର ତଦନ୍ତ ଚାଲିଛି । ଶହ ଶହ ବିମାନ ଗତ କାଲିଠୁ ବିଳମ୍ବରେ ଚାଲୁଛି । ଅନ୍ୟପଟେ ଆକାଶ ମାର୍ଗରେ ସାଇବର ଆଟାକ ବୋଲି ସନ୍ଦେହ ପ୍ରକାଶ କରାଯାଇଛି ।
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (IGI) ବିମାନ ବନ୍ଦରରେ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଶହ ଶହ ବିମାନ ଉଡ଼ାଣ ବିଳମ୍ବ ହୋଇଛି। ଗତକାଲି ଠାରୁ ଏହି ସମସ୍ୟା ବଢ଼ିବାରେ ଲାଗିଛି । ଏହା ସପ୍ତାହେ ଧରି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସପ୍ତାହେ ଧରି ଏଭଳି ସମସ୍ୟା ଲାଗି ରହିଛି । ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ଯାନ୍ତ୍ରିକ ସମସ୍ୟା ବିମାନ ଚଳାଚଳକୁ ପ୍ରଭାବିତ କରିଛି । ଫ୍ଲାଇଟ୍ ରାଡାର ଅନୁଯାୟୀ ଅତିକମରେ ୭୦୦ ବିମାନ ପ୍ରଭାବିତ ହୋଇଛି । ବିମାନଗୁଡ଼ିକ ରନୱେରେ ଫସି ରହିଛି ।
ଏହିସମୟରେ ଆଇଜିଆଇ ବିମାନବନ୍ଦର ଯାତ୍ରୀମାନଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ଯାନ୍ତ୍ରିକ ସମସ୍ୟାଟି ଅଟୋମେଟିକ୍ ମେସେଜ୍ ସ୍ୱିଚିଂ ସିଷ୍ଟମକୁ ପ୍ରଭାବିତ କରିଛି । ଯାହା ଏୟାର ଟ୍ରାଫିକକୁ ନିୟନ୍ତ୍ରଣ କରେ ଓ ଉଡ଼ାଣ ଯୋଜନା ପାଇଁ ବ୍ୟବହୃତ ହୁଏ । ସମ୍ପୃକ୍ତ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି। ଯାତ୍ରୀମାନଙ୍କୁ ସଂଶୋଧିତ ବିମାନ ସମୟସୂଚୀ ଦିଆଯିବ, ଏନେଇ ଅପେକ୍ଷା କରିବାକୁ ନିବେଦନ କରାଯାଇଛି ।















