ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ତାଙ୍କ ଝିଅ ଇଶା ସ୍ପଷ୍ଟିକରଣ ଦେଇଛନ୍ତି । ଗଣମାଧ୍ୟମରେ ଭୁଲ ଖବର ପ୍ରଚାରିତ ହେଉଥିବା ସେ କହିଛନ୍ତି । ସୋମବାର ଦିନ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଡାକ୍ତରଙ୍କ ଏକ ଟିମ୍ ଲଗାତର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ ଏବଂ ଆଗାମୀ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ତେବେ, ମଙ୍ଗଳବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ଦେହାନ୍ତ ସମୟରେ ତାଙ୍କ ପତ୍ନୀ ହେମାମାଳିନୀ ହସ୍ପିଟାଲରେ ଉପସ୍ଥିତ ଥିଲେ। ତାଙ୍କର ଦୁଇ ଝିଅଙ୍କୁ ଆମେରିକାରୁ ଆସିଛନ୍ତି ।
ଧର୍ମେନ୍ଦ୍ର ୧୯୬୦ ଦଶକରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ଏବଂ ‘ଶୋଲେ’, ‘ଧରମ ବୀର’, ‘ଚୁପ୍କେ ଚୁପ୍କେ’ ଭଳି ଅନେକ ସଫଳ ଚଳଚ୍ଚିତ୍ରରେ ଅଭିନୟ କରି ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।
ନିକଟରେ ତାଙ୍କର ଆଗାମୀ ଫିଲ୍ମ ‘ଇକ୍କିସ୍’ର ଟ୍ରେଲର୍ ରିଲିଜ୍ ହୋଇଥିଲା, ଯେଉଁଥିରେ ସେ ଦମ୍ଦାର ଅଭିନୟ କରିଛନ୍ତି। ସାତ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର କ୍ୟାରିୟରରେ, ସେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ଶୋଲେ, ଚୁପକେ ଚୁପକେ, ସୀତା ଔର ଗୀତା ଏବଂ ଧରମ ବୀର ଭଳି ସୁପରହିଟ ଫିଲ୍ମ ଅନ୍ତର୍ଭୁକ୍ତ।



















